-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ବରଗଡ଼:-ଓଡିଶା ତଥା ପଡୋଶୀ ଜିଲ୍ଲା ସୋନପୁର ର ହେବିୱେଟ ନେତା ଓଡ଼ିଶାର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ପ୍ରଚାର ରେ ଆସି ବିଜୁଜନତା ଦଳ ର ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ସମେତ ଦଳରୁ କାଉନସିଲର ପଦବୀରେ ଛିଡ଼ା ହୋଇଥିବା ପ୍ରାର୍ଥୀ ମାନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ସଙ୍ଗେ ସଙ୍ଗେ ବରପାଲି ଅଞ୍ଚଳ ର ସାଧାରଣ
ଜନତା ଙ୍କୁ ଠାରୁ ଆର୍ଶୀବାଦ ଭିକ୍ଷା କରିଛନ୍ତି ।ଏଇ ମାରାଥନ ପ୍ରଚାର ସମୟ ରେ ଅନ୍ୟମାନଙ୍କ ମଧ୍ୟରେ ବିଜୁଜନତା ଦଳ ର ପୂର୍ବତନ କାଉନସିଲର କଲ୍ୟାଣ ଚାନ୍ଦ, ଓଡ଼ିଶା ମୋ ପରିବାର ର ସଦସ୍ୟ ଗୈାରହରି ମିଶ୍ର, ମହିଳା ବିଜୁ ଜନତା ଦଳ ର ରାଜ୍ୟ ଷ୍ଟାରିଙ୍ଗ ସଭ୍ୟ ମିସ ଝରଣା ମେହେର, ବରପାଲି ବ୍ଳକ ର ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ପ୍ରମୁଖ ଯୋଗଦେଇ ଜନସାଧାରଣ ଙ୍କୁ ଶଙ୍ଖ ଚିହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଥିବାର ଦେଖାଯାଇଥିଲା ।