-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ବଲାଙ୍ଗିର,(ପ୍ରେରଣା ଖବର)-ସପ୍ତରଙ୍ଗରେ ରାଙ୍ଗାୟତ ହେଲେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି । ବିମାନରେ ବସି ସହର ପରିକ୍ରମା କଲେ, ଭକ୍ତଙ୍କ ସହ ହୋଲି ଖେଳିଲେ । କରୋନା କଟକଣା ଯୋଗୁଁ ଗଲା ୨ ବର୍ଷ ହେଲା ବନ୍ଦ ହୋଇଯାଇଥିବା ଦୋଳମହୋତ୍ସବ ଚଳିତ ବର୍ଷ ଧୁମଧାମ୍ରେ ପାଳନ କରିଛନ୍ତି ବଲାଙ୍ଗିର ଜିଲା ଯାଦବ ସମାଜ ।
ବଲାଙ୍ଗିର ଜିଲା ଯାଦବ ସମାଜ ଆନୁକୂଲ୍ୟରେ ଦୋଳ ମହୋତ୍ସବକୁ ୨୫ ବର୍ଷ ୂର୍ତ୍ତି ହୋଇଯାଇଥିବା ବେଳେ ୨୬ ତମ ପବିତ୍ର ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ୍ ଭାଇଚାରାର ପର୍ବରେ ବଲାଙ୍ଗିର
ସହରର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଚଳିତ ବର୍ଷ ରାଜ ପରିବାର ଯାଦବମାନଙ୍କ ସହ ହୋଲି ଖେଳିଛନ୍ତି । ସାଂସଦ ସଙ୍ଗୀତା ସିଂହଦେଓ ଯୋଗଦେଇ ପୂଜାର୍ଚ୍ଚନା କରିଥିବା ବେଳେ ଦୋଳପର୍ବରେ ସାମିଲ ହୋଇଥିଲେ । ସେହିପରି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ରାଧାକୃଷ୍ଣଙ୍କ ସୁସଜ୍ଜିତ ବିମାନକୁ ନିଜ କାନ୍ଧରେ ବୋହିଥିଲେ । ଯାଦବଙ୍କ ପରମ୍ପରାଗତ ଗୌଡ ବାଡି ଖେଳ ସହରର ସ୍ଥାନେସ୍ଥାନେ ଖେଳ ପ୍ରଦର୍ଶନ କରାଯାଇଥିବା ବେଳେ ସାଂସ୍କୃତିକ ଶୋଭାଯାତ୍ରାରେ ସୁଦପାଡା ଘଣ୍ଟପାର୍ଟି,ତୁଣ୍ଡାର ବଜା ବାଡି,ସିଂହାଣୀମୁଣ୍ଡାର ବଜା, କେସେଇପାଲିର ବାଡି ଦଳ,ବଞ୍ଜାରୀ ବାଡି ସମେତ କୁନି ଶିଶୁଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ବେଶ ମନୋରମ ପରିବେଶ ସହରରେ ସୃଷ୍ଟି ହୋଇଥିଲା ।
ଶୋଭାଯାତ୍ରା ଇଷ୍ଟଦେବୀ ମା’ସମଲେଇ,ମା’ପାଟଣେଶ୍ୱରୀ ମନ୍ଦିର ଦେଇ ଯାଦବ ଭବନକୁ ଶୋଭାଯାତ୍ରା ଫେରିଆସିଥିଲା । ଯାଦବ ସମାଜର ମହିଳା ନେତ୍ରୀ ବୃନ୍ଦାବତୀ ସେଲମା,ବୃନ୍ଦାବତୀ ଚନ୍ଦନ,ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ,ଟିକେଶ୍ୱରୀ ସେଲମା,ଉର୍ମିଲା ମାଝୀ, ସତ୍ୟନାରାୟଣ ବାଗ, ଦୂତିବାହାନ ଚନ୍ଦନ,ଅଷ୍ଟମୀ ବଗର୍ତ୍ତୀ,ଖରତମଲ ରାଉତ,ବାସୁଦେବ ନାଗ,ରଥୀଚନ୍ଦ୍ର ଭୋଇ,ବରୁଣ ହେର୍ଣ୍ଣା,ଶଙ୍କର ପୋଢ, ଧୀରୁ ବନଛୋର, ମହେନ୍ଦ୍ର ବାଗ,ଦିଗାମ୍ବର ମାଝୀ,ଆଶୁତୋଷ ବାଗ, ବସୁଦେବ ନାଗ, ଥବିର ସେଲମା,ଇଶ୍ୱର ବାଗ, କୃଷ୍ଣଚନ୍ଦ୍ର ବଗର୍ତ୍ତୀ,ସୁବଲ ବାଗ,କିଶୋର ଜାଲ,ଜୟଦେବ ଜାଲ,ସନ୍ଦୀପ ବାଗ,ଫଗୁ ଜାଲ,ବିନୋଦ କାଲସାଏ,ସାନ ଜାଲ,ଆକୁଳ ବଗର୍ତ୍ତୀ,ଡମ୍ବରୁ ନାଗ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସନ୍ଧ୍ୟାରେ ଲୋକ କବିରତ୍ନ ପଦ୍ମଶ୍ରୀ ଡ. ହଲଧର ନାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୋଳ ମହୋତ୍ସବ ରୌପ୍ୟ ଜୟନ୍ତୀ ଉପଲକ୍ଷେ ‘ଫଗୁନ ପୁନି’ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ତଥା ସ୍ମରଣିକା କମିଟିର ମୁଖ୍ୟ ସମ୍ପାଦକ ବିରେନ୍ଦ୍ର ବନଛୋରଙ୍କ ସଂଯୋଜନାରେ ଅତିଥି ଭାବେ ଲକ୍ଷ୍ମଣ ଜାଲ,ପ୍ରଦୀପ ସେଲମା,ଅରକ୍ଷୀତ ଜୁଏଡ,ହରିଶଙ୍କର ଛତ୍ରିଆ,ଦିବାକର ପୋଢ, ମୃଣ୍ମୟୀ ଭୋଇ,ଛବିଳ ବଗର୍ତ୍ତୀ, ସ୍ମରଣିକାର ସମ୍ପାଦକ ପ୍ରଶାନ୍ତ ମହାକୁର ମଞ୍ଚାସିନ ହୋଇଥିଲେ । ଉନ୍ମୋଚିତ ସ୍ମରଣିକାରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତିବିଶେଷ,ସାହିତ୍ୟିକ,ସାମ୍ବାଦିକ,ଗବେଷକ/ଗବେଷିକାଙ୍କ ଲେଖା ସାମିଲ ହୋଇଥିବା ବେଳେ ଯାଦବ ସମାଜ,ଦୋଳ ଓ ହୋଲି ସମ୍ପର୍କିତ ଏକ ବିଶେଷ ତଥ୍ୟଭିତ୍ତିକ ପୁସ୍ତକ ଭାବେ ଆଗାମୀ ପିଢିକୁ ମାର୍ଗଦର୍ଶନ କରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା । ପରେ ଯୁବ କବି ଅର୍ଜୁନ ସାହୁଙ୍କ ପରିଚାଳନାରେ ବ୍ୟଙ୍ଗ କବିତା ଆସର ହୋଇଥିଲା ।