-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଛେତଗାଁ ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁ ଙ୍କ ପାଇକମାଳ ସ୍ଥିତ ବାସଭବନରେ ହୋଲି ଅବସର ରେ ଏକ କବିତା ପାଠୋତ୍ସବ କବି ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ସାହୁ ସମସ୍ତଙ୍କୁ ସ୍ବାଗତ କରି କବିତା ଆବୃତିର ଶୁଭାରମ୍ଭ କରିଥିଲେ । କବି ଡୋଲାମଣୀ
ତ୍ରିପାଠୀ, ଡ. ରଶ୍ମିରଂଜନ ମହାନ୍ତି, ପ୍ରଫୁଲ ପାଣିଗ୍ରାହୀ, ମନିସା ତ୍ରିପାଠୀ, ବିଶ୍ବନାଥ ସେଠ, ବାଲମକୁନ୍ଦ ନିଆଲ, ଡା. ଅନିତା ମିଶ୍ର, ଚିତ୍ତ ସରାଫ, ଜଗନ୍ନାଥ ପ୍ରଧାନ, ସମ୍ବିତ ମାହାଲିଙ୍ଗ, ପ୍ରଦିପ୍ତ ଦିୱାନ, ପ୍ରମୋଦ ପ୍ରଧାନ, ଭବାନୀ ଭୋଇ, ନନ୍ଦଲାଲ ନାୟକ, ଡା.ଶୁଶିଲ ବଡପଣ୍ତା, ପ୍ରମୁଖ ନିଜ ନିଜର କବିତା ଆବୃତି କରଥିଲେ । ନରସିଂହ ପ୍ରଧାନ, ପିଙ୍କି ସାହୁ, ଲିପି ଦାସ, କବିତା ଉତ୍ସବରେ ସହଯୋଗ କରିଥିବା ବେଳେ ଅଧ୍ୟାପିକା ରଂଜିତା ମହାନ୍ତି ଆବୃତ ହୋଇଥିବା କବିତାର ସମିକ୍ଷା କରିଥିଲେ । ଶେଷ ରେ ସାମ୍ବାଦିକ ସୁରଥ ସାହୁ ଧନ୍ୟବାଦ ଜଣାଇ କବିତା ପାଠୋତ୍ସବ କୁ ସାଙ୍ଗ କରାଯାଇଥିଲା ।