-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||     

HOME   ଜିଲ୍ଲା

ସି୍‌ଟ ସଂଖ୍ୟା ହ୍ରାସ ପାଇଲା- ଅଡିଟ ବେଳେ ହେଫେର ଅଭିଯୋଗ, ଲାଠୋର ପଂଚାୟତ ଜୁନିୟର କଲେଜରେ ପାଠପଢ଼ା ବାଧାପ୍ରାପ୍ତ  

19-Mar-2022



ବଲାଙ୍ଗୀର,(ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବଡିଭିଜନ ଖପ୍ରାଖୋଲ ବ୍ଲକ ଲାଠୋର ପଂଚାୟତ ଜୁନିୟର କଲେଜରେ ଚଳିତ ୨ଠ୨୧-୨୨ ଶିକ୍ଷା ବର୍ଷରେ ସିଟ ସଂଖ୍ୟା ୧୯୨ରୁ ୯୬ କୁ ହ୍ରାସ ପାଇଥିବା ଯୋଗୁଁ  ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି କଲେଜରରେ ପାଠ ପଢ଼ିବାର ସୁବିଧାରୁ ବଂଚିତ ହୋଇଛନ୍ତି । କଲେଜରେ କ୍ରମାଗତ ଭlବରେ  ପରୀକ୍ଷା ଫଳ ନୈରାଶ୍ୟଜନକ ରହୁଥିବା ଯୋଗୁଁ ତତ୍କାଳୀନ କମିଟିର ନିଷ୍ପତ୍ତି ମୁତାବକ ସିଟ ସଂଖ୍ୟା ହ୍ରାସ କରାଯାଇଥିବା ଜଣାପଡିଛି lଏଥିସହ ଏହି ଏହି ଜୁନିୟର କଲେଜରେ ଚାଲିଥିବା ଏକାଧିକ ଅନିୟମିତତା ଓ ପରିଚାଳନାଗତ ତୃଟି ଯୋଗୁଁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅନ୍ତୋଷ ପ୍ରକାଶ ପାଇଛି । ସବୁଠାରୁ ବଡକଥା ହେଲା କଲେଜରେ ହୋଇଥିବା ଅଡିଟ ହିଁ   ଏହି ଶିକ୍ଷାନୁଷ୍ଠାନରେ ଚାଲିଥିବା ଦୁର୍ନୀତିକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି । କଲେଜର କଂପ୍ୟୁଟର, ସିସି ଟିଭି, ଆସବାବ ପତ୍ର, ଚୌକି ଟେବୁଲ ଓ ସିମେଣ୍ଟ କିଣାରେ ଏଠାରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି । କଲେଜ ପାଇଁ କଂପ୍ୟୁଟର କିଣା ବାବଦକୁ ୬୬ହଜାର ୨୫ଠ ଟଙ୍କାର ହେରଫେର ହୋଇଥିବା କଲେଜ ଅଡିଟରୁ ସ୍ପଷ୍ଟ ହୋଇଛି । କଲେଜରେ କାର୍ଯରତ ଅଧ୍ୟକ୍ଷ ନାରାୟଣ ପ୍ରଧାନ ବେଆଇନ ଭାବରେ ଏଠାରେ ଦୁଇ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧ୍ୟକ୍ଷ ଙ୍କ ସ୍ତ୍ରୀ  ନମିତା ସାହୁ ମଧ୍ୟ ଏଠlରେ ଜଣେ ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ବିନା ଇଣ୍ଟରଭ୍ୟୁ ଓ ରିଜୋଲେସନ ରେ ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି l ସବୁଠାରୁ ବଡ କଥା ହେଲା ଏଠାରେ ପିଅନ ଭlବରେ କାର୍ଯ୍ୟ କରୁଥିବା ଚନ୍ଦ୍ରମଣି ଭଏଁସାଲ ନାମକ ଜଣେ ବ୍ୟକ୍ତି ଙ୍କୁ କେଉଁ ନ୍ୟାୟ ବଳରେ କଲେଜର କିରାଣୀ ଭାବରେ ନିଯୁକ୍ତି ଦିଆଗଲା, ତାହା ତଦନ୍ତ ସାପେକ୍ଷ l କଲେଜ ଅଡିଟ ସମୟରେ ହୋଇଥିବା ହେରଫେର ର ଅନୁସନ୍ଧାନ କରିବା ପରେ ଅଡିଟ ବିଭାଗ ପକ୍ଷରୁ ୫ଲକ୍ଷ ୬୧ହଜାର ଟଙ୍କାର ରିକୋଭରୀ କରିବା ପାଇଁ କଲେଜକୁ ନୋଟିସ (ମେମୋ ନମ୍ବର ୧୩୬୭ ଆଇଏଫ୍‌ଏ ତା- ୧୭.ଠ୫.୨୦୨୧) ମଧ୍ୟ ଦିଆଯାଇଛି । ଏ ସମସ୍ତ ଅଭିଯୋଗ ସଂପର୍କରେ ଆମେ କଲେଜର ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ପଚାରିବାରୁ ସେ ଅଭିଯୋଗ କୁ ଅସ୍ୱୀକାର କରିବା ସହ କଲେଜର ସିଟ୍ ସଂଖ୍ୟା କମାଇବାରେ ଯେଉଁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଙ୍କ ହାତ ରହିଛି ସେମାନଙ୍କ ମୁଖା ଖୋଲାଯାଉ ବୋଲି କହିଥିଲେ । କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ଶିକ୍ଷା ବିଭାଗକୁ ଅବଗତି କରାଯାଇଛି ଏବଂ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ଆସନ୍ତା ବର୍ଷ ଠାରୁ କଲେଜର ସିଟ୍ ସଂଖ୍ୟା ବୃଦ୍ଧି ହେବ ତଥା ପାଠପଢ଼ା ସ୍ୱାଭାବିକ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ । କଲେଜ ପରିଚାଳନା କମିଟିର ସଭାପତି ଭାବରେ ପାଟଣାଗଡ଼ ଉପଜିଲ୍ଲାପାଳ ଦାୟିତ୍ୱ ନେଇଥିବା ବେଳେ କଲେଜରେ ଚାଲିଥିବା ଏପରି ଅନିୟମିତତା ପ୍ରତି କାହାରି ଦୃଷ୍ଟି ପଡି ନାହିଁ । ଏହି ସମସ୍ତ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଓ ଅଭିଭାବକ ମହଲରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ରାଜ୍ୟ  
୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   03-Sep-2026
  ଜିଲ୍ଲା  
ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   03-Sep-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   03-Sep-2026
  ରାଜ୍ୟ  
ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା   03-Sep-2026
  ଜିଲ୍ଲା  
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   03-Sep-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026

You Might Also Like