-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
19-Mar-2022
ବଲାଙ୍ଗୀର,(ପ୍ରେରଣା ଖବର) ଗତ ୧୭ ତାରିଖରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଆ କୁଶଙ୍ଗାଇଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡ. ଅଜିତ କୁମାର ଭୋଇ ସଭାପତିତ୍ୱ କରିଥିଲେ । ଏଠାରେ ଲୋଇସିଂହାର ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସର୍ବଦା କର୍ମଚଞ୍ଚଳ ହେବାକୁ ପରାମର୍ଶ ଦେଇଥିଲେ । ନିଜ ଜୀବନର ବିଭିନ୍ନ ଅନୁଭୂତି କଥା କହି ଉଚ୍ଚ ଅଭିଳାଷୀ ହେବାକୁ ଉସ୍ôାହିତ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା କଲେଜର ମୂଳଦୂଆ ପକେଇଥିବା ସନ୍ଥ ବ୍ୟକ୍ତିତ୍ୱ ଗୋଲକ ବିହାରୀ ପଟେଲ ଅନ୍ୟତମ ଅତିଥୀ ଭାବେ ଯୋଗ ଦେଇ କଲେଜର ଉନ୍ନତ ବାତାବରଣ ଦେଖି ଅଭିଭୂତ ହେବା ସହିତ କିଛି ପ୍ରାଚୀନ ସ୍ମୃତି ଉଖାରିଥିଲେ । ଅଧ୍ୟକ୍ଷ ବିଜୟ କୁମାର କଲେଟ୍ ମଞ୍ଚାସିନ ରହି ପିଲାଙ୍କ ଉନ୍ନତି କାମନା କରିଥିଲେ । ଡ. ଲକ୍ଷ୍ମଣ ମେହେରଙ୍କ ଦ୍ୱାରା ସ୍ୱାଗତ ସମ୍ଭାଷଣ ଦିଆଯାଇଥିଲା । କବିତା ମାଧ୍ୟମରେ ଦେଶର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭୂମିକାକୁ ସୂଚାଇ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ରୀ ରୋଜି ସାହୁ, ମୋନାଲିସା ବେହେରା, ଚିନ୍ମୟୀ, ସ୍ୱପ୍ନା ଏବଂ ଯଶୋବନ୍ତୀଙ୍କ ସମବେତ କଣ୍ଠସ୍ୱର ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଇଂରାଜୀ ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବାର୍ଷିକୋତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଚିନ୍ମୟୀ ମୁଦୁଲି, ରୁକ୍ସେନା ନନ୍ଦ, ଅନୁମୟୀ ମୁଦୁଲି, ରାହୁଲ ସାହୁ, ସୁନିତା ବାରିକ, ଚୁମ୍କି, ରାଜେଶଙ୍କ ମନମତାଣିଆ ନାଚ ଏବଂ ଗୀତ ସମସ୍ତକୁ ଚମତ୍କୃତ କରିଥିଲା । ଏଥିରେ କୁଶମେଲର ମା ଉଗ୍ରତାରା ସାଂସ୍କୃତିକ ଅନୁଷ୍ଠାନର ସଂଗୀତ ନିର୍ଦ୍ଦେଶକ ଲମ୍ବୋଦର ସାହୁଙ୍କ ସହିତ ତାଙ୍କ ସାଥୀ କଳାକାରମାନେ ସହଯୋଗ କରିଥିଲେ । ମୁଖ୍ୟ ଅତିଥିଙ୍କ କରକମଳରେ ସାହିତ୍ୟ ପତ୍ରିକା ‘ସଜ ଗୋଲାପ’ ଉନ୍ମୋଚିତ ହୋଇଥିଲା । ଚୟନ ହୋଇଥିବା ଜାଗୃତି ଗଡତ୍ୟା, ହିତେଶ ସାହୁ, ଆଶାରାଣୀ ସାହୁ, ରୋଜି ସାହୁ, ହରିପ୍ରିୟା ନାୟକ, ବିଦେଶ ସାହୁ, ଡିଲେଶ୍ୱରୀ ଷଣ୍ଡ, ଶିବାଶିଷ ମିଶ୍ର, ଚିନ୍ତାମଣି ଦାସ, ଅନିତା ବିଶ୍ୱାଳ, ବର୍ଷାରାଣୀ ଭୁଏ, ପୁଷ୍ପାଞ୍ଜଳୀ ନାୟକ ଶ୍ରାବଣୀ ସାଏ ଇତ୍ୟାଦିଙ୍କ କବିତାଗୁଡିକ ଏଥିରେ ସ୍ଥାନ ପାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ଅ୍ମାପକ ଅ୍ମାପିକା ତଥା ସମସ୍ତ କର୍ମଚାରୀ ସହଯୋଗ କରିଥଲେ ।