-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
19-Mar-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ସରକାରଙ୍କ ‘୫-ଟି’ ଅଧିନରେ ଚାଲିଛି ସ୍କୁଲ ରୂପାନ୍ତୀକରଣ । ଆଉ ସୌନ୍ଦର୍ଯ୍ୟକରଣ ପାଇଁ କଟା ହେଉଛି ସ୍କୁଲ ପରିସରରେ ଥିବା ବିରାଟ ଗଛ । ନୟାଗଡ଼ ସଦର ମହକୁମା ଅନ୍ତର୍ଗତ ମାଳିସାହି ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନା ଅନୁଯାୟୀ, ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସ୍କୁଲ ପରିସର ମଧ୍ୟରେ ଥିବା ମୂଲ୍ୟବାନ ଗଛ କଟା ଯାଉଥିବା ଦେଖିବାକୁ ମିଳିଛି । ତେବେ ଏନେଇ ବନ ବିଭାଗ ନିକଟରେ ସୂଚନା ନାହିଁ । ସରକାର ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରୁଥିବାବେଳେ ସୌନ୍ଦର୍ଯ୍ୟକରଣ ନାଁରେ ସ୍କୁଲ ପରିସର ମଧ୍ୟରୁ ଗଛ କଟାଯିବା ଘଟଣାକୁ ସ୍ଥାନୀୟ ଲୋକ ନାପସନ୍ଦ କରିଛନ୍ତି |
ଅନ୍ୟ ପଟେ ଜଙ୍ଗଳରୁ କାଠ ଚୋରି ଘଟଣାରେ କାଠ ମାଫିଆଙ୍କ ଟେର୍ ପାଉନଥିବା ବନ ବିଭାଗ ଏଠି ଦିନ ଦ୍ୱିପହରେ ରାସ୍ତା କଡ଼ରୁ ଗଛ କଟାଯିବା ବିଷୟରେ କିପରି ଜାଣିପାରିଲା ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ବନ ବିଭାଗର ଦୁର୍ବଳତାର ସୁଯୋଗ ନେଇ ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ମୂଲ୍ୟବାନ ଗଛ କାଟିଥିବା ଚର୍ଚ୍ଚା ହେଉଛି ।