-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ରଂଗ ଓ ଅବିରର ପର୍ବ ଫଗୁଣ ପୂର୍ଣ୍ଣିମାରେ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ହୋଇଉଠିଛି । ଜିଲ୍ଲାର ଅନେକ ସ୍ଥାନରେ ତ୍ରିଦିବସୀୟ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ବୈଷ୍ଣବୀୟ ମଠ ଓ ଶତାଧିକ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ପାରମ୍ପରିକ ଦୋଳପର୍ବରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ଦେଖିବାକୁ ମିଳିଛି । ବିଶେଷକରି,ପାତାଳି ଶ୍ରୀକ୍ଷେତ୍ର,ବଡଖମାର ଗାଁର ଶ୍ୟାମ ସୁନ୍ଦର କୁଞ କୁଟିର,ଚନ୍ଦ୍ରମଣି ଦାସ ମଠ ସମେତ ଶ୍ରୀଗୋପାଳଜୀ ମଠ ପରି ଦେବସ୍ଥଳିରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସବୁ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ବୀରମହାରାଜପୁରଠାରେ ପ୍ରସିଦ୍ଧ ଦୋଳଯାତ୍ରା ଚାଲିଥିବାବେଳେ ହରିହର ଭେଟ ପାଇଁ ମେଳଣ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେଉଁ ରାଜାରାଜୁଡା ଅମଳରୁ ଚାଲିଆସିଥିବା ସୁବର୍ଣ୍ଣପୁର ର ବଡ଼ ଗୋପାଳଜୀ ମନ୍ଦିର ରେ ଆଜି ଦୋଳ ଉତ୍ସବ ପାଇଁ ଅନେକ ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ଛିନଛାନ ଡୁଂଗୁରୀ ,ଟିକିରିପଡା ଓ ଅନେକ ସ୍ଥାନରେ ଅଷ୍ଟପ୍ରହରୀ ନାମଯଜ୍ଞ ମାନ ଆୟୋଜିତ ହୋଇଛି ।ଦୋଳ ପୂର୍ଣ୍ଣିମା ପୂର୍ବରୁ ଗତକାଲି ରାତି କାଦୋଦରର ଉମାଦେବୀ ପୀଠ ସହ ଜିଲ୍ଲାର ସବୁଗାଁରେ "ହୁଲ୍-ପୁଡା ପରବ୍" ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯୋଗ୍ୟ ଯେ ଗତ ୨ବର୍ଷ ହେଲା କରୋନାକଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସୀମିତ ଥିବା ଏହିସମସ୍ତ ପର୍ବ ଚଳିତ ବର୍ଷ ଟିକିଏ କୋହଳ ହେତୁ ଶ୍ରଦ୍ଧାଳୁ ଙ୍କ ଭିତରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି।