-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ) ସନ୍ଧ୍ୟା ସମୟରେ ଜାତୀୟ ରାଜପଥ ୨୬ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ମନମୁଣ୍ଡା (ଷାଣ୍ଢପାଲି) ଗ୍ରାମ ପାଖରେ ଏକ ଅଜଣା ଗଡି ଧକ୍କାରେ ବାଇକ ସାହାଯ୍ୟରେ ଘରକୁ ଫେରୁଥିବା ରାଜେଶ ବଗର୍ତ୍ତି (୨୮) ଓ ତାଙ୍କ ମାତା ଲକ୍ଷ୍ମୀ ବଗର୍ତ୍ତି ଦୁର୍ଘଟଣା ଯୋଗୁଁ ଆହତ ଅବସ୍ଥାରେ
ପଡିଥିଲେ । ସେହି ରାସ୍ତା ଦେଇ ଡେଙ୍ଗ ବିଦ୍ୟାଳୟରୁ ଫେରୁଥିବା ଶିକ୍ଷକ, ରେଡକ୍ରସ କର୍ମୀ ତଥା ରକ୍ଷକ ସାଧନକର୍ମୀ ରାମ ନାରାୟଣ ଦାଶ ତୁରନ୍ତ ଆହତ ବ୍ୟକ୍ତି ପାଖକୁ ଯାଇ ପ୍ରାଥମିକ ଚିକିତ୍ସାର କ୍ରାଉଡ ମେନେଜମେଣ୍ଟ ଓ ପରେ କେଜୁଏଲଟି ମେନେଜମେଣ୍ଟ କରି ଆମ୍ବୁଲେନ୍ସ ସେବାକୁ ଫୋନ
କରିଥିଲେ । ଆହତ ବ୍ୟକ୍ତିମାନଙ୍କର ରକ୍ତସ୍ରାବ ପ୍ରଚୁର ଓ ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବେସରକାରୀ ଗାଡି ଯୋଗାଡ କରିଦେଲେ । ଗାଡିର ଡ୍ରାଇଭର ସୁରେନ୍ଦ୍ର ଷାଣ୍ଢ ସହିତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରି ସର୍ଜରି ୱାର୍ଡରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ବ୍ୟକ୍ତିଦ୍ୱୟ ମା ପୁଅ ଏବଂ ସେମାନେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମବାର ବାସିନ୍ଦା ଏବଂ ସେମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ ।