-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ଯେତେ ପାଖେଇ ଆସୁଛି,ସେତେ ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି ଏଇ ଚାଲିଥିବା ନିର୍ବାଚନୀ ରଣକ୍ଷେତ୍ରରେ ।ବିଜେପି ଦଳ ତାର ରଣନିତି ରେ ବ୍ୟସ୍ତ ଥିବାବେଳେ, ଆଜି ବିଜୁ ଜନତା ଦଳ ତାର ଶକ୍ତି ପ୍ରଦର୍ଶନ କରିଛି ପଦ୍ମପୁର ସହରରେ ।ଓଡ଼ିଶା ର ମାନ୍ୟବର ଲୋକପ୍ରିୟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଛିଡ଼ା ହୋଇଥିବା ବିଜେଡି ଦଳର ସମସ୍ତ କାଉନସିଲ ପ୍ରାର୍ଥୀ/ପ୍ରାର୍ଥିନୀ ତଥା ଅଧ୍ୟକ୍ଷା ଭାବେ ଛିଡ଼ା ହୋଇଥିବା ବିଜୁଜନତା ଦଳ ର ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ଙ୍କ ସକାଶେ ଭୋଟ ପ୍ରଚାର କରିବାକୁ ଆସିପହଞ୍ଚିଛନ୍ତି ।ଏକ ପଟୁଆରରେ ଦୁଇଟି ସିଂହ, ଅର୍ଥାତ୍ ସୁଶାନ୍ତ ସିଂ ଏବଂ ବିଜୟ ସିଂ ଙ୍କ ରୋଡ ସୋ
କାର୍ଯ୍ୟକ୍ରମ ଟି ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଫଳପ୍ରଦ ହେଉଥିବା ହେତୁ, ପ୍ରମୁଖ ବିଜେପି ଦଳ ର କେତେକ ନେତା ହଜମ କରିପାରୁ ନାହାଁନ୍ତି । ଆଜିକାର ରୋଡସୋ ତଥା ସମସ୍ତ ୱାର୍ଡ ରେ ଘରଘର ବୁଲି ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କ ପାଇଁ ଭୋଟ ଭିକ୍ଷା କରିବା ସଙ୍ଗେ ସଙ୍ଗେ ଜନତାଙ୍କ ଆଶୀର୍ବାଦ ନେଇଥିଲେ ।ଏ ପରିପ୍ରେକ୍ଷୀରେ, ପଦ୍ମପୁର ଅଞ୍ଚଳ ର ଜଣାଶୁଣା ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା, ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ,ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ବରଗଡ ଜିଲ୍ଲା ର ସଂଯୋଜକ ଶ୍ରୀଯୁକ୍ତ ଗୈାରହରି ମିଶ୍ର ପାଇକମାଲ ବ୍ଳକ ର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ମଧ୍ୟ ପ୍ରଚାର ମଇଦାନ ରେ ପ୍ରଚାର କରିବା ଦେଖିବାକୁ ମିଳିଥିଲା ।