-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ଗୁଡ଼ଭେଲା(ପଞ୍ଚାନନ ନାଏକ) :-ବଲାଙ୍ଗିର ଜିଲା ତୁଷୁରା ଏନଏସି ପ୍ରଶାସନ ଓ ସଫେଇ ଠିକାସଂସ୍ଥା ଚନ୍ଦନ ଏଜେନ୍ସିଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୧୦ମାସ ହେଲାଣି ଇପିଏଫ ପଇସା କଟୁଥିଲେ ମଧ୍ୟ କର୍ମଚାରୀଙ୍କ ଖାତାରେ ପଡି ନଥିବାରୁ ମାଁ ସମଲେଶ୍ୱରୀ ସଫେଇ କର୍ମଚାରୀ ସଂଘ ପକ୍ଷରୁ ତୁଷୁରା ଏନଏସି କାର୍ଯ୍ୟାଳୟ ଆଗରେ ଅଦ୍ଦିଷ୍ଟ ଦିନ ପାଇଁ ଧାରଣାରେ ଦିଆଯାଇଥିବା ବେଳେ
ଧାରଣା ୩ୟଦିନରେ ପହଞ୍ଚିଥିବା ବେଳେ ଏନଏସିର ବିଭିନ୍ନ ୱାର୍ଡରେ ମଇଲା ପଡିରହିଥିବା ଦେଖିବାକୁମିଳିଛି । ଏପରିକି ଜଣେ କର୍ମଚାରୀଙ୍କୁ ଅତୁହକ କୃପା କରି ତାଙ୍କର ୭ହଜାର ୯ଶହ ଟଙ୍କା କଟୁଥିବା ବେଳେ ୬୩ଜଣ କର୍ମଚାରିଙ୍କ ୮୦୦ଟଙ୍କା କଟୁଥିବା ଉକ୍ତ ଠିକା ଏଜେନ୍ସି ଦେଇଥିବା କାଗଜରୁ ଜଣାପଡିଛି । ତାହା ଦ୍ୱାରା କଟୁଥିବା ଟଙ୍କାର ୫୦ପତିଶତ ଏନଏସି ପ୍ରଶାସନ ଆହୁରି ଦେଉଥିବାରୁ ଆମ୍ଭ ସମସ୍ତଙ୍କର ମଧ୍ୟ ୭ହଜାର ୯ଶହ ଟଙ୍କା କଟା ଗଲେ ଲାଭବାନ ହୋଇପରିବୁ ବୋଳି ସଂଘର ସଂପାଦିକା ଅନିତା ସୁନା ଦାବି କରିଥିଲେ । ତୁଷୁରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ଧାରଣାରତଙ୍କ ସହ ଆଲୋଚନା କରିଥିବା ସହ କହିଥିଲେ ଯେ, ଏନଏନସିରେ ଆପଣଙ୍କର ୧୩ ପ୍ରତିଶତ ଟଙ୍କା
ଇପିଏଫର ଅଛି, ଏବେ ପୌରନିର୍ବାଚନ ପାଇଁ କିଛି କରି ହେବ ନାହିଁ , ୨୬ ତାରିଖ ପରେ ସମସ୍ତ ଇପିଏଫ ଟଙ୍କା ଦିଆଯିବ, ଯଦି ଉକ୍ତ ସଂସ୍ଥା ନଦିଏ ତେବେ ତାର ନାମରେ ଥାନାରେ ଏତଲା ଦିଆଯିବ ବୋଳି କହିଥିଲେ ମଧ୍ୟ ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଧାରଣାଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲେ । ଆଗରୁ ମଧ୍ୟ ୫ ବର୍ଷର ଇପିଏଫ ଟଙ୍କା ଏପରି ହଡପ ହୋଇଥିବାରୁ ଆହୁରି ବିଶ୍ୱାସ କରିହେଉ ନାହିଁ ବୋଳି ଧାରଣାରତ କର୍ମଚାରୀ ଟୁଟୁ ସାଗର, ସଞ୍ଜୟ କୁମ୍ଭାର, କରୁଣା ବଗର୍ତ୍ତି, ରମେଶ କୁମ୍ଭାର, ଅମିତ ସାଗର, ରିଙ୍କି ସାଗର, ମୁକେଶ କୁମ୍ଭାର, ଅଇଁଲା ସୁନା, କୈତକି ସାଗର ଆଦି ପ୍ରକାଶ କରିଥିଲେ ।