-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ମୋଟର ଚାଳକ ସଂଘ ପକ୍ଷରୁ ସିନ୍ଧେକେଲା ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ନରେଶ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି ଏବଂ ପୂର୍ବ ସରପଞ୍ଚ ରାଜା ଥନାପତୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ମୋଟର ଚାଳକ ସଂଘର ରାଜ୍ୟ କଲ୍ୟାଣ ପାଣ୍ଠି ସଭାପତି ଦେବଦତ୍ତ ଡାକୁଆ ଙ୍କ ତତ୍ୱାବଧାନରେ ମୋଟର ଚାଳକ ସଂଘ ର ସମସ୍ତ ସଦସ୍ୟ ପଂଚାୟତ କାର୍ଯ୍ୟାଳୟ ପହଞ୍ଚି ସେଠାରେ ଶ୍ରୀ ଅଗ୍ରୱାଲ ଙ୍କୁ ମାଲ୍ୟାର୍ପଣ , ଗାମୁଛା ଆଦି ଓଢାଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ରାଜା ଥନାପତି , ମୋଟର ଚାଳକ ସଂଘ ରାଜ୍ୟ କଲ୍ୟାଣ ପାଣ୍ଠି ସଦସ୍ୟ ରଂଜନ ଷଡଙ୍ଗୀ ,
ମୋଟର ଚାଳକ ସଂଘ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଗହୀର , ଉପ ସଭାପତି ଖଗେଶ୍ବର ସାହୁ , ସିନ୍ଧେକେଲା ମୋଟର ଚାଳକ ସଙ୍ଘ ର ପରାମର୍ଶ ଦାତା ଅନିଲ
କୁମାର ତ୍ରିପାଠୀ , ସଭାପତି ବିଦୁ ଭୂଷଣ ନାଏକ , ଉପ ସଭାପତି ରାମଚନ୍ଦ୍ର ତ୍ରିପାଠୀ , ସମ୍ପାଦକ ଜିତେନ ଶବର , କୋଷାଧ୍ୟକ୍ଷ ଅମନ ଥନାପତି , ବାବୁଲି ପୃଷ୍ଟି , ଜଗ ଘିଭେଳା , ପଦ୍ମନାଭ ବାଗ , ମାଧବ ସାହୁ , ପବନ ଝାଙ୍କର , ମଣ୍ଟୁ ଦାସ , ମନ ଚିହ୍ନାରା , ତ୍ରିନାଥ ସାହୁ , ପିଲାବାବୁ ସାହୁ , ଖୁରଖୁସୁ ଗୁରୁ , ଉପାସୁ ସେଠ , ସତ୍ୟ ଦାସ , ପ୍ରମୁଖଙ୍କ ସହ ବହୁ ଚାଳକ ଉପସ୍ଥିତ ଥିଲେ ।