-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ଭବାନୀପାଟଣା(ପ୍ରେରଣା ଖବର) :ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ର ଅଧ୍ୟକ୍ଷ୍ୟା ଡ଼ ସ୍ନେହାପ୍ରଭା ମହାପାତ୍ର ଙ୍କ ପରାମର୍ଶକ୍ରମେ ଅନୁଷ୍ଠାନ ର ନୂତନ କାର୍ଯ୍ୟକ୍ରମ ବିଦ୍ୟାଳୟ କୁ ଫେରିଚାଲ ର ନୂଆ ରୁପ ପ୍ରଥପ୍ରାନ୍ତ ନାଟକ ମୁଇ ଇସ୍କୁଲ ଯିମି ନକଟିଗୁଡା ବିଦ୍ୟାଳୟ ପରିବେଶ ରେ ଶୁଭାରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ପୁରୋହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ସାରଙ୍ଗ ଧର ମୁଣ୍ଡ ହୃଷିକେଶ ନାଏକ ଯୋଗଦେଇ ଉଦଘାଟନ କରିଥିବାବେଳେ ଉକ୍ତ ସାଧନା କେନ୍ଦ୍ର ର ସଂଯୋଜିକା ଶ୍ରୀମତୀ ମିନତୀ ପ୍ରଧାନ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ନରୋତ୍ତମ ଭୋଇ ଙ୍କ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ କୁ ଫେରିଚାଲ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବାରେ ଗୁରୁ ଦାୟିତ୍ୱ ନେଇଥିବା ସମସ୍ତ ଶିକ୍ଷକ ପ୍ରଶିକ୍ଷକ ସହଯୋଗ କରିଥିବା ବେଳେ ଶିକ୍ଷକ
ପ୍ରଶିକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ନାଟକ ମୁଇଁ ଇସ୍କୁଲ ଯିମି ର ମୁଖ୍ୟ ଉଦେଶ୍ୟ ପିଲାଙ୍କର ଅସଲ ଖୁସି ସ୍କୁଲ ଓ ସାଙ୍ଗସାଥି ମେଳରେ ରହିଛି ପିତାମାତା ପିଲାମାନକୁ ସ୍କୁଲ ଯିବାରୁ ବଞ୍ଚିତ ନକରି ସେମାନଙ୍କ ମୁହଁ ରେ ହସ ଫୁଟାଇ ସେମାନଙ୍କୁ ସୁ ନାଗରିକ କରିବେ। ଉକ୍ତ ନାଟକ ଦର୍ଶକ ଙ୍କ ଦ୍ଵାରା ଓ ଅତିଥିଙ୍କ ଦ୍ୱାରା ଆଦୃତ ହୋଇଛି ନାଟ୍ୟକାର ଓ ନିଦେଶନା ଦେଇଥିବା ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ଙ୍କୁ ସମସ୍ତେ ଧନ୍ୟବାଦ ଦେବା ସହିତ ସମସ୍ତ କଳାକାର ଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗ ଭାରତୀ ଯାନୀ ଶିକ୍ଷକ ପ୍ରଶିକ୍ଷକ ଅରୁଣ ଭୋଇ ଅଚ୍ୟୁତାନନ୍ଦ ମଲ୍ଲିକ ନିହାରିକା ଦେବୀ ବିଜିଲି ଏକ୍କା ସୁନିତା ଦୁର୍ଗା ରାଜେଶ ଭୋଇ ଅଫିସର କର୍ମଚାରୀ ପ୍ରଶାନ୍ତ ମିଶ୍ର ସଂଯୁକ୍ତା ମହାନ୍ତି ତ୍ରିନାଥ ଶବର ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ନିହାରିକା ଦେବୀ ଧନ୍ୟବାଦ ଦେଇଥିଲେ l