-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗିର,(ପ୍ରେରଣା ଖବର) ଏଆଇଟିୟୁସି ସହ ସହ ବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ସଇଁନ୍ତଲା ବ୍ଲକ କମିଟିର ଏକ ସମ୍ମିଳନୀ ସଇଁନ୍ତଲା ସ୍ଥିତ ବିବେକାନନ୍ଦ ପାଠାଗାର ଠାରେ ବାସୁମତି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକ ସଂପାଦିକା ତପିସା ନାଗ ପ୍ରାରମ୍ଭିକ ସୁଚନା ଦେଇଥିଲା । ବଲାଙ୍ଗିର ଜିଲ୍ଲା ସଂଘର ସଭାପତି ତୀର୍ଥ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ଆସନ୍ତା ତା.୨୮ ଓ ୨୯ ଦୁଇ ଦିନ ବ୍ୟାପି ସଇଁନ୍ତଲା ସିଏଚ୍ସି କାର୍ଯ୍ୟାଳୟ ବନ୍ଦ କରିବା ସହିତ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଦେଇ ବନ୍ଦ ପାଳନ କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍ତମ କୁମ୍ଭାର ସଭା ପରିଚାଳନା କରିଥିଲେ । ଜିଲ୍ଲା ସଂଘର ଉପଦେଷ୍ଟା କମିଟିର ଦୁର୍ଯ୍ୟୋଧନ ବିଶ୍ୱାଲ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭାରତ ବନ୍ଦ କୁ ଦୃଢ ସମର୍ଥନ ଦେବାକୁ ଆଶା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସଇଁନ୍ତଲା ଅଂଚଳର ବିଭିନ୍ନ ସ୍ଥାନରୁ ଆଶା କର୍ମୀମାନେ ଉକ୍ତ ବୈଠକରେ ବହୁ ସଂଖ୍ୟା ଯୋଗ ଦେଇଥିଲେ ।