-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
11-Mar-2022
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅଧିନସ୍ଥ ଟେମରି ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ସଂଗ୍ରାମୀ ଶ୍ରୀମାନ ଦିଲ୍ଲିପ ବେହେରା ପୂର୍ବତନ ସରପଞ୍ଚ ଶ୍ରୀମତୀ ନିରୁପା ସିଂହ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।ଆଜି ଦାୟିତ୍ଵ ଗ୍ରହଣ ଅବସରରେ ଶ୍ରୀମାନ ବେହେରା ପଞ୍ଚାୟତ ଅଧୀନରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ର ତଦାରଖ କରିଥିଲେ । ପଞ୍ଚାୟତରେ ଥିବା ପାନୀୟ ଜଳ ସମସ୍ୟା, ଆବାସ ଗୃହ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ରାସ୍ତା ଘାଟ ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ।ଆଜି ର ଏହି କାର୍ଯ୍ୟକ୍ରମ ରେ ଟେମରି ଗ୍ରାମପଞ୍ଚାୟତ ର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ଲୁହାର ଉପସ୍ଥିତ ଥିଲେ