-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ପୌର ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ମାଷ୍ଟର ଟ୍ରେନର ଓ ସେକସନ ଅଫିସର ମାନଙ୍କ ତାଲିମ କାର୍ଯ୍ୟକ୍ରମ

10-Mar-2022



ବଲାଙ୍ଗିର:  ଆଗାମୀ ପୌର ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ ସକାଶେ ନିର୍ବାଚନ ଅଧିକାରୀ, ମାଷ୍ଟର ଟ୍ରେନର୍ ଓ ସେକ୍ଟର ଅଫିସରମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଗତକାଲି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାୟକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ଟିଟିଲାଗଡ଼ ଉପ-ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଟିଟିଲାଗଡ଼, ପାଟଣାଗଡ଼, କଂଟାବାଂଜି ଉପଖଣ୍ଡ ପୋଲିସ ଅଧିକାରୀ, ସମସ୍ତ ନିର୍ବାଚନ ଅଧିକାରୀ, ମାଷ୍ଟର ଟ୍ରେନର୍ ଓ ସଂପୃକ୍ତ ଥାନାଗୁଡ଼ିକର ଭାରପ୍ରାପ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ନିର୍ବାଚନ ଅଧିକାରୀ, ସେକ୍ଟର ଅଫିସର, ମାଷ୍ଟର ଟ୍ରେନର୍, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ନିର୍ବାଚନ କାର୍ଯ୍ୟ ସଂପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପୌର ନିର୍ବାଚନ ଇଭିଏମ୍ ମେସିନ୍ ଦ୍ୱାରା କରାଯାଉଥିବାରୁ ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ଇଭିଏମ୍ ପରିଚାଳନା ସଂପର୍କରେ ସଠି୍ ଭାବେ ଅବଗତ ହେବାକୁ ପରାମର୍ଶ ଦେବା ସହ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ସହ ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ମାନେ ସେମାନଙ୍କ ଦାୟିତ୍ୱ ସଠିକ୍ ଭାବେ ତୁଳାଇବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ପୋଲିସ ଓ ମାଜିଷ୍ଟ୍ରେଟ୍ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହ ପୋଲିସ ମୁତୟନ ସସଂପର୍କରେ ସୂଚନା ଦେଇଥିଲେ । ଡିଆର୍ଡିଏ.ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଡ. ଗୁଣନିଧି ନାୟକ ମାଷ୍ଟର ଟ୍ରେନର୍ ଓ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ଅଧିକାରୀମାନଙ୍କୁ ପୌର ନିର୍ବାଚନ ପରିଚାଳନା ସଂପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ, ନିର୍ବାଚନ ପରିଚାଳନାରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସେକ୍ଟର ଅଫିସର ଓ ନିର୍ବାଚନ ଅଧିକାରୀମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତି, ପୋଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ସକାଶେ ସାମଗ୍ରୀ ବଂଟନ ବ୍ୟବସ୍ଥା, ଭୋଟ ଗ୍ରହଣ ଦିନ ନିର୍ବାଚନ ପରିଚାଳନା, ସେକ୍ଟର ଅଫିସରଙ୍କ ଦାୟିତ୍ୱ ତଥା ନିର୍ବାଚନ ସଂକ୍ରାନ୍ତୀୟ ଅନ୍ୟାନ୍ୟ ଆନୁସାଂଗିକ ବ୍ୟବସ୍ଥା ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରାଂଜଳ ଭାବେ ବୁଝାଇଥିଲେ । ପୌର ନିର୍ବାଚନ ଇଭିଏମ୍ ମେସିନ୍ ଦ୍ୱାରା କରାଯାଉଛି, ତେଣୁ ଇଭିଏମ୍ ମେସିନ୍ରେ କିପରି ଭୋଟ କରାଯିବ ସେ ସଂପର୍କରେ ସେ ସବିଶେଷ ବୁଝାଇଥିଲେ ।

ଇଭିଏମ୍ ମେସିନ୍ର ବେଲଟ୍ ୟୁନିଟ ଓ କଟ୍ରୋଲ ୟୁନିଟର ପରିଚାଳନା ସଂପର୍କରେ ସବିଶେଷ ବୁଝାଇବା ସହ ଇଭିଏମ୍ ପରିଚାଳନାରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ମେସିନ ପରିଚାଳନା ସଂପର୍କରେ ନମୂନା ପ୍ରଦର୍ଶନ କରି ଦେଖାଇବା ସହ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ମେସିନ୍ କିପରି ବ୍ୟବହାର କରାଯିବ ସେ ସଂପର୍କରେ ବିଶେଷ ସୂଚନା ଦେଇଥିଲେ । ଇଭିଏମ୍ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦିଲୀପ କୁମାର ମାଝୀ, ଆଦିତ୍ୟ ଦଳବେହେରା ସହଯୋଗ କରିଥିଲେ । ମାଷ୍ଟର୍ ଟ୍ରେନର୍ମାନେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ କରିବେ । ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗିର, ଟିଟିଲାଗଡ଼ ପୌର ପରିଷଦ, ପାଟଣାଗଡ଼, ତୁଷୁରା ଓ କଂଟାବାଂଜି ଏନ୍ଏସି.ର ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026
  ଜିଲ୍ଲା  
ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   06-Sep-2026
  ଜିଲ୍ଲା  
ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା   06-Sep-2026

You Might Also Like