-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ପୁଣି ଟ୍ରାଫିକ୍ ପୋଲିସ ଦେଖାଇଲେ ମାନବିକତା । ଟ୍ରାଫିକ୍ରେ ଗାଡ଼ି ଅଟକାଇ ଗୋଟାଇଲେ ଟମାଟୋ । ରାଜଧାନୀରେ ଜଣେ ଟମାଟୋ ବ୍ୟବସୟୀ ଏକ ଅଟୋରେ ଟମାଟୋ ବୋଝେଇ କରି ନେଉଥିବା ବେଳେ ତାହା ଗାଡ଼ିରୁ ଖସି ତଳେ ପଡ଼ିଯାଇଥିଲା । ଆଉ ସବୁ ଟମାଟୋ ରାସ୍ତାରେ ବିଞ୍ଛି ହୋଇଯାଇଥିଲା । ଏହି ସମୟରେ କାଳେ ଅନ୍ୟ ଗାଡ଼ି ଟମାଟୋ ଗୁଡ଼ିକୁ ମାଡ଼ି ଚାଲିଯିବ, ତେଣୁ ତୁରନ୍ତ ସେହି ଟ୍ରାଫିକ୍ ପୋଷ୍ଟରେ ଥିବା କର୍ମଚାରୀମାନେ ଚାରିପଟୁ ଗାଡ଼ିଗୁଡ଼ିକୁ ଅଟକାଇ ଦେଇଥିଲେ*ପରେ ସେମାନେ ନିଜେ ୟୁନିଫର୍ମରେ ଥାଇ ମଧ୍ୟ ରାସ୍ତା ମଝିରୁ ଟମାଟୋ ଗୋଟାଇବାକୁ ଲାଗିଥିଲେ । ଜଣେ ନୁହେଁ ଏକା ଥରେ ଦୁଇ ଜଣ ଟ୍ରାଫିକ୍ ପୋଲିସ ରାସ୍ତା ଉପରୁ ଗୋଟି ଗୋଟି କରି ଟମୋଟୋ ଗୋଟାଇଲେ । ଆଉ ସବୁ ଟମାଟୋ ନେଇ ଟ୍ରେ’ରେ ରଖିଥିଲେ । କିଛି ସ୍ଥାନୀୟ ଲୋକେ ମଧ୍ୟ ଟମାଟୋ ବ୍ୟବସାୟୀଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ।