-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
28-Feb-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠି): ଆଜି ସୁବର୍ଣ୍ଣପୁର ସହର ତଥା ତରଭା ଓ ବିନିକା ଥାନାର ନୂତନ କୋଠା ଗୃହକୁ ସୁବର୍ଣ୍ଣପୁର ଏସ ପି ଶ୍ରୀ ସୀତାରାମ ଶତପଥି ଶୁଭ ଉଦଘାଟନ କରି ଆମ ପୋଲିସ ବ୍ୟବସ୍ଥା, ଆଧୁନିକ ବ୍ୟବସ୍ଥା ଓ ମୋ ସରକାର ଯୋଜନାର ସଫଳତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଓ ପୋଲିସ ସାଧାରଣ ଜନତାଙ୍କ ନିକଟତର ହୋଇ ଲୋକଙ୍କ ଅସ୍ଥାଭାଜନ ହେବାକୁ କହିଥିଲେ l ଏହା ଦ୍ୱାରା ପୋଲିସ କର୍ମଚାରୀଙ୍କ ଉତ୍ସାହ ବଢିବ ବୋଲି ମତ ରଖି ମୋ କାର୍ଯ୍ୟକାଳ ଭିତରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଦିଗରେ ସୁବର୍ଣ୍ଣପୁର ଜ଼ିଲ୍ଲା ର ଜନ ସାଧାରଣ ଓ ସାମ୍ବାଦିକ ଙ୍କ ସବୁବେଳେ ସହଯୋଗ ରହିଆସିଛି ଓ ଆଗାମୀ ଦିନ ରେ ମଧ୍ୟ ପୋଲିସ ପ୍ରତି ଏ ସହଯୋଗ ରହିବ ଏହା ମୋର ଦୃଢ଼ ବିଶ୍ୱାସ ଅଛି ଅଛି ବୋଲି ଶ୍ରୀ ଶତପଥି କହିଥିଲେ l ଏ କାର୍ଯ୍ୟକ୍ରମ ରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ଥାନା ଅଧିକାରୀ ନିରଞ୍ଜନ ଦାଶ ପ୍ରମୁଖ ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ l