-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ "ବିସ୍ମୟ - ୨୦୨୨' ଉଦ୍‌ଯାପିତ

28-Feb-2022



ବରଗଡ(ପ୍ରେରଣା ଖବର): ବିକାଶ ଟେକ୍ନିକାଲ୍ କ୍ୟାମ୍ପସ୍ ଅନ୍ତର୍ଗତ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ‘ବିସ୍ମୟ - ୨୦୨୨’ ଶୀର୍ଷକ ସାଇନ୍ସ୍ ଏଣ୍ଡ୍ ଟେକ୍ନୋଲୋଜି ଫେୟାର୍ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ମୁଖ୍ୟ ଅତିଥି ରୂପରେ ଯୋଗଦେଇ ସାଇନ୍ସ୍ ଫେଷ୍ଟ୍ କୁ ଉଦ୍‌ଘାଟନ କରିଥିଲେ ଏବଂ ତାଙ୍କ ଅଭିଭାଷଣରେ ଆଧୁନିକ ଯୁଗର ବିଜ୍ଞାନ କୁ ପୁରାତନ ଯୁଗର କଳା କୌଶଳ ସହିତ ତୁଳନା କରିଥିଲେ । ଏହି ଅବସରରେ ହୀରାକୁଦ ୱାଇଲ୍ଡ୍ ଲାଇଫ୍ ବିଭାଗର ଡି.ଏଫ୍‌.ଓ. ଶ୍ରୀମତୀ ଅଂଶୁପ୍ରଜ୍ଞା ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହିତ ଭାବର ଆଦାନପ୍ରଦାନ କରିଥିଲେ । ବିଜ୍ଞାନର ପରିଭାଷା, ଦୂରଦୃଷ୍ଟି ଏବଂ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀମାନଙ୍କର ଭୂମିକା ଉପରେ ଦିଗ୍‌ଦର୍ଶନ ଦେଇଥିଲେ । ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର୍ ଶ୍ରୀ ଡି.ନାଗେଶ୍ୱର ରାଓ ତାଙ୍କ ଉଦ୍‌ବୋଧନରେ ବିସ୍ମୟ ୨୦୨୨ ଭଳି ସୁନ୍ଦର କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ-ଅଧ୍ୟାପିକାବୃନ୍ଦଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ଡାଇରେକ୍ଟର୍ ଡ.ସମରେନ୍ଦ୍ର ନାଥ ପଣ୍ଡା ସ୍ୱାଗତ ଭାଷଣରେ ବିସ୍ମୟ ୨୦୨୨ ର ଆଭିମୁଖ୍ୟ ଉପସ୍ଥାପିତ କରିବା ସହିତ ବିକାଶ ଅଣ୍ଡର୍ ଗ୍ରାଜୁଏଟ୍ କୋର୍ସେସ୍ ଅନ୍ତର୍ଗତ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଶୃଙ୍ଖଳିତ ପରିଶ୍ରମ ଓ ଜିଜ୍ଞାସୁ ମନସ୍ତତ୍ୱର ପ୍ରଶଂସା କରିଥିଲେ । ଟେକ୍ନିକାଲ୍ ସେସନ୍ ରେ ଛାତ୍ରଛାତ୍ରୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ମନୋବିଜ୍ଞାନ ତଥା ଇଣ୍ଟିଗ୍ରେଟେଡ୍ ଏମ୍‌.ଏସ୍‌ସି. ବିଭାଗରୁ ମୋଟ୍ ୨୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ତନ୍ମଧ୍ୟରୁ ଉଦ୍ଭିଦ ବିଜ୍ଞାନ ବିଭାଗ ର ଡିଏନ୍‌ଏ ଫିଙ୍ଗର୍ ପ୍ରିଣି୍ଟଂ ଏବଂ ହାଇଡ୍ରୋଫୋନିକ୍ ଫାର୍ମିଂ, ପ୍ରାଣୀ ବିଜ୍ଞାନ ବିଭାଗ ର ହେମୋଡାଇଲିସିସ୍‌,  ଗ୍ରେଟ୍ ବେରିଅର୍ ରିଫ୍‌, ରସାୟନ ବିଜ୍ଞାନର ସଷ୍ଟେନେବଲ୍ ସିଟି, ପଦାର୍ଥ ବିଜ୍ଞାନ ବିଭାଗର ହାଇପର୍ ଲୁପ୍‌, ସ୍ପେକ୍ଟ୍ରୋାଫୋଟୋମିଟର୍‌, ଅଲଟ୍ରାସୋନିକ୍ ସେନ୍ସର୍‌, ଗଣିତ ବିଭାଗ ର ସର୍ଟେଷ୍ଟ୍ ପାଥ୍‌, ପ୍ରିଡେଟରୀ ପ୍ରେ ମଡେଲ୍‌, ମନୋବିଜ୍ଞାନର ସାଇକୋଫିଜିକ୍ସ୍‌, ଇଣ୍ଟିଗ୍ରେଟେଡ୍ ଏମ୍‌.ଏସ୍‌ସି. ବିଭାଗର ସେନ୍ସର୍ ସିକ୍ୟୁରିଟି ସିଷ୍ଟମ୍ ଇତ୍ୟାଦି ଉଲ୍ଲେଖନୀୟ । ସୂଚନା ଥାଉକି, ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ବିଜ୍ଞାନ ଗବେଷଣା ଏବଂ ବିଜ୍ଞାନ ଉପରେ ଆଧାରିତ ଖେଳ ପ୍ରଦର୍ଶନ କରିଥିଲେ, ଯାହା ଅତିଥିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ଓ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିକାଶ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଅଧ୍ୟାପକ-ଅଧ୍ୟାପିକାବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ୟୁଜି କ୍ୟାମ୍ପସ୍‌ର ଛାତ୍ରଛାତ୍ରୀମାନେ ପରିଦର୍ଶନ କରି ନୂତନ ଜ୍ଞାନକୌଶଳ ଆହରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧ୍ୟାପକ ଶ୍ରୀ ଆଦିତ୍ୟ ପ୍ରଧାନ, ଶ୍ରୀ ଅଙ୍କିତ ପଣ୍ଡା, ଶ୍ରୀ ଅବ୍‌ଦୁଲ୍ ଫରିଦ୍ ଖାନ୍‌, ଶ୍ରୀ ଦେବାଶିଷ ରଥ, ଡ.ଶୁଭେନ୍ଦୁ ତ୍ରୀପାଠୀ, ଡ.ଶକ୍ତି ମିଶ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ଆର୍‌.ଏସ୍‌.ଭି. କ୍ରୀଷ୍ଣା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ର କୋଅର୍ଡିନେଟର୍ ଶ୍ରୀ ସୁଦାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
    
 


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like