-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Feb-2022
ବଲାଙ୍ଗିର /ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକରେ ଗତ ୨୨ତାରିଖ ଦିନ ହୋଇଥିବା ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସଵୁ କଳ୍ପନା ଜଳ୍ପନା ଅନ୍ତ ଘଟିଛି ଓ ସବୁଠୁ ଚର୍ଚ୍ଚାରେ ଥିବା ଦେଓଗାଁ ବ୍ଲକର ସାଲେପାଲି ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିବା ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପଧାନଙ୍କଠାରୁ ୪୦୭ ଅଧିକ ଭୋଟ ବିଜୟ ଲାଭ କରିଥିବା ଜଣାପଡ଼ିଛି । ସେ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପରେ ବଲାଙ୍ଗିର ଜିଲ୍ଲା ସ୍ତରରେ ତାଙ୍କ ଉପରେ ନଜର ରହିଥିଲା । ସେ ଜଣେ ସାଧାରଣ ପ୍ରାର୍ଥୀଙ୍କ ଠାରୁ ଧରାଶାୟୀ ହେଉଛନ୍ତି ନା’ ବିଜୟ ଲାଭ କରୁଛନ୍ତି ତାର ବାଟକୁ ଅନାଇବସିଥିଲେ । ହେଲେ ସମସ୍ତଙ୍କ ଗଣିତକୁ ଫେଲ୍ କରି ସାଲେପାଲି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ମେହେର । ଶ୍ରୀ
ମେହେର ୧୨ଶହ ୩୦ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଧାୟକଙ୍କ ସମର୍ଥନ ଶମ୍ଭୁ ପଧାନ ୮୨୩ଭୋଟ ପାଇଥିବା ଜଣାପଡ଼ିଛି । ସେ ସମିତି ସଭ୍ୟ ଭାବେ ବିଜୟୀ ହେବା ପରେ ବଲାଙ୍ଗୀର ଜିଲ୍ଲାର ଵିଜେଡି ମହଳ ରେ ଚର୍ଚ୍ଚା ଓ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ପଦବୀ ଉପରେ ନଜର ରଖିଥିବା ବ୍ଲକରେ ଚର୍ଚ୍ଚା ଯୋର ଧରିଛି ।ଦେଖିଵାର ଵାକି ରହିଲା ଆଗାମୀ ଦିନରେ ଶ୍ରୀ ମହେର ଵ୍ଳକର ଅଧ୍ୟକ୍ଷ ଭାବେ ସଫଳ ହେଉଛନ୍ତି ନା ଵିଫଳ ?