-+91-9937148622 |

prerana_bgr@rediffmail.com |

  Friday 24th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||      ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   (23-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (23-Apr-2026)       ||      ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ    (23-Apr-2026)       ||      ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ    (23-Apr-2026)       ||      *ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||      ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   (23-Apr-2026)       ||      *ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   (23-Apr-2026)       ||      ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||      RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ନାରୀ ଶିକ୍ଷାର ମୂଳଦୂଆ ପକାଇଥିବା ଜଣେ ମହାନ ନାରୀ (ବରପୁତ୍ରୀ ଶ୍ରୀମତୀ ଅଳକା ଜେନା ଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ)

28-Feb-2022



ଆଜି ମନେ ପଡ଼ନ୍ତି ବଲାଙ୍ଗିରର ପ୍ରେରଣାଦାୟୀ ମହିଳା ଅଳକା ଜେନା 

 

ଫେବୃୟାରୀ ୨୮ ତାରିଖ ୧୯୨୨ ମସିହାରେ ଡାକ୍ତର ସାମୁଏଲ ଜେନା  ଏବଂ ତାଙ୍କର ସହଧର୍ମିଣୀ ଶ୍ରୀମତୀ ସୁପ୍ରୀତି ଦେବୀଙ୍କ କୋଳମଣ୍ଡନ କରି ଶ୍ରୀମତୀ ଅଳକା ଜେନା ସେମାନଙ୍କର ଜ୍ୟେଷ୍ଠ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ l ବଲାଙ୍ଗିର ସେତେବେଳେ ପାଟଣାଗଡ଼ ଷ୍ଟେଟ ଭାବରେ ପରିଚିତ ଥିଲା ଏବଂ ରାଜା ଥିଲେ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂଦେଓ (ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ) l ସେତେବେଳେ ବଲାଙ୍ଗିର କାହିଁକି ସମଗ୍ର ଓଡିଶାରେ ନାରୀ ଶିକ୍ଷାର ପ୍ରସାର କମ ଥିଲା l ବଲାଙ୍ଗିରରେ କେଵଳ ବାଳକ ମାନଙ୍କ ପାଇଁ ଗୋଟିଏ ହାଇସ୍କୁଲ ଥିଲା ପୃଥ୍ୱୀରାଜ ହାଇସ୍କୁଲ ଏବଂ ବାଳିକା ମାନଙ୍କ ପାଇଁ ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ l ଯେଉଁ ଝିଅ ମାନେ ସେଇ ସ୍କୁଲ କୁ ଆସୁଥିଲେ ସପ୍ତମ ଶ୍ରେଣୀରେ ସେମାନଙ୍କ ପଢା ର ପରିସମାପ୍ତି ଘଟୁଥିଲା l

ଅଳକା ଜେନାଙ୍କ ପିତା ଜଣେ ଦୂରଦୃଷ୍ଟି ସମ୍ପର୍ଣ ବ୍ୟକ୍ତି ଥିଲେ ଓ ତାଙ୍କ ମାତା ଫୁଲମଣୀ ଦେବୀ ସେହି ସମୟରେ ଭବାନୀପାଟଣାରେ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଥିଲେ l ଡ଼ା ସାମୁଏଲ ଜେନା ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରୁଥିଲେ, ଯଦିଓ ସେ ଜଣେ ଏଲ୍ ଏମ୍ ପି  ଡାକ୍ତର ଥିଲେ ସେ ୧୯୩୬ ମସିହାରେ ବାଙ୍ଗାଲୋର ସ୍ଥିତ ମିଂଟୋ ଅପଥାଲମିକ ଚିକିତ୍ସାଳୟ ରେ ଚକ୍ଷୁ ରୋଗର ଡିଗ୍ରୀ ହାସଲ କରିଥିଲେ ଏବଂ ଆଖି ଚିକିତ୍ସକ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ l ଡ଼ା ସାମୁଏଲ ଦିନେ ଯାଇ ତତ୍କାଳୀନ ପ୍ରସିଦ୍ଧ ପ୍ରଧାନଶିକ୍ଷକ ପୃଥ୍ୱୀରାଜ ହାଇସ୍କୁଲର ଶ୍ରୀ ବାଳମୁକୁନ୍ଦ ହୋତାଙ୍କୁ ତାଙ୍କ ଝିଅ ମାନଙ୍କୁ ତାଙ୍କ ସ୍କୁଲରେ ପାଠ ପଢିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ l ଆଶ୍ଚର୍ଯ୍ୟ ଏବଂ ଚକିତ ହେବାପରି କଥା l ଶ୍ରୀଯୁକ୍ତ ହୋତା କିନ୍ତୁ  ଶିକ୍ଷାର ପୁରୋଧା ଥିଲେ, ସେ ଡାକ୍ତର ଜେନା ଙ୍କୁ ଧରି ବିଦ୍ୟାନୁରାଗୀ ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ପାଖରେ ପହଁଚିଲେ l ରାଜା ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଏବଂ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କଲେ, ଝିଅ ମାନଙ୍କୁ ପୃଥ୍ୱୀରାଜ ହାଇସ୍କୁଲରେ ପଢିବାର ଅନୁମତି ଦେଇ l

ଶ୍ରୀମତୀ ଜେନା ସପ୍ତମ ଶ୍ରେଣୀ ପାସ କଲାପରେ ଘରୋଇ ଶିକ୍ଷକଙ୍କ ପାଖରେ ଶିକ୍ଷା ଲାଭ କରୁଥିଲେ, '୧୯୪୧ ମସିହା ରେ ନବମ ଶ୍ରେଣୀରେ ଯାଇ ପୃଥ୍ୱୀରାଜ ହାଇସ୍କୁଲ ରେ ଭର୍ତି ହେଲେ ଶଙ୍କିତ ହୃଦୟରେ l ଗୋଟିଏ ବିରାଟ ବାଳକ ବିଦ୍ୟାଳୟ ରେ ଗୋଟିଏ ଏକାକିନୀ ଝିଅ ର ପ୍ରବେଶ, ଶଙ୍କିତ ହେବା ସ୍ୱଭାବିକ l କିନ୍ତୁ ଅଳ୍ପ ସମୟ ପରେ ଶିକ୍ଷକ ମାନଂକର, ଛାତ୍ର ମାନଙ୍କର ଭବ୍ୟ ବ୍ୟବହାରରେ ସେ ସହଜ ହୋଇ ଯାଇଥିଲେ l ସେତେବେଳେ ବାଳିକା ମାନଙ୍କୁ ଶିକ୍ଷା ଗ୍ରହଣ କରିବାକୁ କେତେ ସଂଘର୍ଷ କରିବାକୁ ପଡୁଥିଲା, ସେ ଏକ ଜ୍ୱଳନ୍ତ ଉଦାହରଣ l ସେ ଯେତେବେଳେ ନବମ କ୍ଲାସରେ ପ୍ରବେଶ କଲେ ସେତେବେଳେ ତାଙ୍କଠୁଁ ଚାରିବର୍ଷ ସାନ, ତାଙ୍କ ଭାଇ ଦଶମ କ୍ଲାସ ରେ ପଢୁଥିଲେ, ଶ୍ରୀଯୁକ୍ତ ସରୋଜ ଜେନା ସେ ଭାରତୀୟ ବାୟୁସେନା ର ଏୟାର ମାର୍ସଲ ଭାବରେ ବଲାଙ୍ଗିର କିମ୍ବା ଓଡିଶା ର କେଵଳ ନୁହେଁ, ସର୍ବ ଭାରତୀୟ ସ୍ତରରେ ସମ୍ମାନର ଅଧିକାରୀ ହୋଇଥିଲେ l ସପ୍ତମ ପରେ ଘରେ ଶିକ୍ଷା, ତାଙ୍କର ଶିକ୍ଷା ପ୍ରତି ଆଗ୍ରହ ଦେଖି ବାପା ଙ୍କର ସବୁ ସ୍ତରରେ ପ୍ରଚେଷ୍ଟା ତାଙ୍କୁ ସେହି ଯୁଗରେ ବଲାଙ୍ଗିର ର ପ୍ରଥମ ମହିଳା ମେଟ୍ରିକୁଲେଟ, ପ୍ରଥମ ମହିଳା ଗ୍ରାଜୁଏଟ, ପ୍ରଥମ ମହିଳା ବି ଇ ଡି  ଭାବରେ ପ୍ରତିଷ୍ଠିତ କରାଇଥିଲେ l ମେଟ୍ରିକୁଲେସନ  ବି ଇ ଡି ପରେ Ewing Christian କଲେଜ ଆଲ୍ଲାହାବାଦ ରେ ଦୁଇ ବର୍ଷ ଶିକ୍ଷାଲାଭ, ତାପରେ ଲକ୍ଷ୍ନୋ ରୁ ୧୯୪୪ ମସିହାରେ କଟକ ରାଧାନାଥ ଟ୍ରେନିଂ କଲେଜରୁ  ବି ଇ ଡି  ପାସ କରି ସାରି ୧୯୪୮  ମସିହା ରେ ବଲାଙ୍ଗିର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲେ l ନିଜେ କେଵଳ ଶିକ୍ଷିତା ହୋଇ ସେ ସନ୍ତୁଷ୍ଟ ହୋଇ ନଥିଲେ, ବଲାଙ୍ଗିର ର ଅନେକ ବାଳିକାଙ୍କୁ ଶିକ୍ଷା ର ଜ୍ୟୋତିରେ ଆଲୋକିତ କରିବାର  ଦୃଢ଼ ସଂକଳ୍ପ, ତାଙ୍କୁ ଶିକ୍ଷୟତ୍ରୀ ପଦରେ ଯୋଗଦାନ କରିବାକୁ ପ୍ରେରଣା ଯୋଗାଇଥିଲା l
ଜିଲ୍ଲାସ୍ତରରେ ସ୍କୁଲ ଟି ବାଳିକା ହାଇସ୍କୁଲରେ ପରିବର୍ତ୍ତିତ ହୋଇଥିଲା ଏବଂ ଶ୍ରୀମତୀ ଅଳକା ଜେନା ସେହି ସ୍କୁଲରେ ଦୀର୍ଘ ୨୨ବର୍ଷ ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରି ଗୋଟିଏ ଅଙ୍କୁରକୁ ମହାଦ୍ରୁମରେ ପରିଣତ କରିଥିଲେ l ସ୍କୁଲର ପ୍ରଥମ ବ୍ୟାଚ ମେଟ୍ରିକୁଲେଟ ଛାତ୍ରୀ ଭାବେ ୧୯୫୪ ମସିହାରେ ବାହାରିଥିଲେ l ତାଙ୍କ ଦ୍ୱାରା ଲାଳିତ ପାଳିତ ଅନୁଷ୍ଠାନ ଟି ଆଜି ପଶ୍ଚିମ ଓଡିଶା ର ନାରୀ ଶିକ୍ଷା ର ଗୋଟିଏ ମାର୍ଗଦର୍ଶିକାର ସ୍ଥାନ ଗ୍ରହଣ କରିଛି l ତାଙ୍କର ଅନେକ ଛାତ୍ରୀ ଦେଶ, ବିଦେଶ ରେ ସୁପ୍ରତିଷ୍ଠିତା ଓ ସମ୍ମାନିତା lମୟାନୁବର୍ତ୍ତିନୀ,ସୌମ୍ୟଦର୍ଶିନୀ ,ଗୌରବର୍ଣା, ଶ୍ଵେତାମ୍ବରୀ, ନିରାଭରଣା ସାଧାରଣ ଚପଲ ଟିଏ ପାଦରେ ସ୍କୁଲ ଫାଟକ ସାମ୍ନାରେ ସେ ଯେତେବେଳେ ରିକ୍ସା ରୁ ଓଲ୍ଲାଇବେ କଳରୋଳ ରେ ମୁଖରିତ ସ୍କୁଲ ପଡିଆ ନିରବ ହୋଇଯିବ l ଆମେ ସବୁ ଧାଡ଼ିବାନ୍ଧି ଠିଆ ହୋଇଥିବୁ ସେ ସାମ୍ନା ରେ ଆସି ଉପସ୍ଥିତ ହେବା ସାଙ୍ଗେ ସାଙ୍ଗେ ପ୍ରାଥନା ବୋଲିବୁ l ରାମକୃଷ୍ଣ ନନ୍ଦ ଙ୍କ ଲିଖିତ ଜଣାଣ ଏବଂ ଗାନ୍ଧିଜୀଙ୍କ ପ୍ରିୟ ଭଜନ "ଆହେ ଦୟା ମାୟା ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି ", ପ୍ରାର୍ଥନା ସରିବା ପରେ ଧାଡି ବାନ୍ଧି ସ୍କୁଲ ର ବିଭିନ୍ନ ଶ୍ରେଣୀ ଗୃହ ରେ ପ୍ରବେଶ ଏବଂ ପାଠପଢା ଆରମ୍ଭ l ସେହିସମୟରେ ସବୁ ବିଷୟରେ ପ୍ରବୀଣା, ଅଭିଜ୍ଞ୍l, ଶୀକ୍ଷୟିତ୍ରୀ  ଥିଲେ l ଏତେ ଶୃଙ୍ଖଳିତ ଭାବରେ ସେ ସ୍କୁଲ କୁ ପରିଚାଳନା କରୁଥିଲେ ଯେ ତାର ପଟାନ୍ତର ନାହିଁ l ସ୍କୁଲ ରେ 'ବଡ ଆଜ୍ଞ୍ୟା' ଏବଂ ସହରରେ 'ବଡ ନାନା ' ଭାବରେ ସେ ସୁପରିଚିତା ଥିଲେ l

ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଅପୂର୍ବ, ଅବିସ୍ମରଣୀୟ, ଭୁଗଳ ପଢ଼ାଉଥିବାବେଳେ ଯେଉଁ ସ୍ଥାନ ମାନଙ୍କ ବିଷୟରେ ପଢାଉ ଥାଆନ୍ତି, ସେହି ସ୍ଥାନ ଗୁଡି଼କ ସ୍ୱଚ୍ଛ ଭାବରେ ପରିସ୍ପୁଟ ହୋଇ ଯାଆନ୍ତି ସେ ଛୋଟ ଅନ୍ଧାରିଆ ଶ୍ରେଣୀ କକ୍ଷରେ l ସେତେବେଳେ ବିଜୁଳି ଆଲୁଅର ବ୍ୟବସ୍ଥା ସ୍କୁଲ ରେ ନ ଥିଲା l ଏହା ତାଙ୍କ ପ୍ରତ୍ୟେକ ଛାତ୍ରୀଙ୍କ ଉପଲବ୍ଧି l ଯେତେବେଳେ ମୁଁ ମଧ୍ୟ କୌଣସି ସ୍ଥାନକୁ ପରିଭ୍ରମଣ ରେ ଯାଇଛି, ସେ ହିମାଳୟର କୌଣସି ସ୍ଥାନ ବା ଆଉ କେଉଁ ପର୍ବତ, ଦେଶ ହେଉ ବା ବିଦେଶ ହେଉ 'ବଡ ଆଜ୍ଞ୍ୟା' ପ୍ରଥମେ ମୋ ଆଖି ସାମ୍ନା ରେ ଭାସି ଉଠନ୍ତି l ତାଙ୍କ ବର୍ଣନା ସହିତ ସ୍ଥାନ ଗୁଡିକର ଭିନ୍ନତା ନାହିଁ l ସେ ନିକଟ ଅତୀତରେ ମହାମାରୀ ଆରମ୍ଭ ହେବା ପୂର୍ବରୁ ମୁଁ 'ବର୍ମା' ବର୍ତମାନ ର ନାମ 'ମିଆମର' ପରିଭ୍ରମଣର ରେ ଯାଇଥିଲି 'ବଡ ଆଜ୍ଞ୍ୟା ' ସେହି ଦେଶକୁ ଯେମିତି ଭାବରେ ଆମ ସାମ୍ନାରେ ବର୍ଣନା କରିଥିଲେ ଠିକ ସେମିତି ସୁବର୍ଣ୍ଣପାଗୋଡା, ଅଗଣିତ ପାଗୋଡା ହାତୀ ଓ ମଣି ମାଣିକ୍ୟ ର ଦେଶ l ଷାଠିଏ ବର୍ଷ ତଳର ଶ୍ରେଣୀ ଗୃହ ପାଠ ଆଉ ବାସ୍ତବତା ରେ କୌଣସି ପାର୍ଥକ୍ୟ ନାହିଁ l ଧନ୍ୟ ତାଙ୍କର ଶିକ୍ଷା ପଦ୍ଧତି l ଏକଥା ନିରାଟ ସତ୍ୟ ଯେ, ସେହି ଶ୍ରେଣୀ ଗୃହରେ ବସି ପଢିଲାବେଳେ ମୁଁ ଭାବି ନଥିଲିଯେ ସେ ପଢ଼ାଉଥିବା ଅଧିକାଂଶ ସ୍ଥଳୀ କୁ ମୁଁ ପରିଭ୍ରମରେ ଯିବି l
ସେ ଜଣେ ଅତି ବିଦୂଷି,ନିରହଂକାରୀ ଛାତ୍ରବତ୍ସଳା ଶିକ୍ଷୟତ୍ରୀ l କେଉଁ ଛାତ୍ରୀ କେଉଁ ବିଷୟରେ ଦୁର୍ବଳ ସେ ଜାଣି ପାରୁଥିଲେ ଏବଂ ସାଙ୍ଗେ ସାଙ୍ଗେ ତାର ନିରାକରଣ ର ବ୍ୟବସ୍ଥା ମଧ୍ୟ କରୁଥିଲେ l ସେ ସବୁବେଳେ କର୍ମ ଚଞ୍ଚଳା ସ୍ପୁର୍ତ୍ତିମୟୀ, କର୍ତବ୍ୟନିଷ୍ଠା ସମାଜ ପ୍ରତି ସମର୍ପିତ ଅତ୍ୟନ୍ତ  ସ୍ନେହଶୀଳା ମହିଳା ଥିଲେ  l ସେ ସଭିଙ୍କର ଆଦରଣୀୟା ବଡନାନା l ଦୀର୍ଘ ୨୨ ବର୍ଷ ପ୍ରଧାନ ଶିକ୍ଷୟତ୍ରୀ ପଦ ରେ ରହିବାପରେ ୧୯୭୦ ମସିହାରେ ସେ ପଦନ୍ନୋତି ପାଇ ଦେବଗଡ଼ କୁ ଏବଂ ଅନେକ ସ୍ଥାନରେ ପରିଦର୍ଶିକା ଭାବରେ ଅନେକ ସ୍କୁଲ ର ଉନ୍ନତି ସାଧନ କରିଥିଲେ l ଜିଲ୍ଲା ଶିକ୍ଷାଧିଶ ଭାବରେ ୧୯୮୦ ମସିହାରେ କାର୍ଯ୍ୟରୁ ଅବସର ନେଲେ l ଶିକ୍ଷା ପ୍ରତି ତାଙ୍କର ଏତେ ମମତା ଥିଲାଯେ ଅବସର ପରେ ବଲାଙ୍ଗିର ର ରୁଗୁଡ଼ିପଡ଼ା ସ୍ଥିତ ତାଙ୍କ ବାସଭବନରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସହିତ ସମାଜସେବାରେ ନିଜକୁ ସମର୍ପିତ କରିଦେଇଥିଲେ l ତାଙ୍କ ଜୀବନ ବଲାଙ୍ଗିରର ନାରୀଶିକ୍ଷାର ଉତ୍ତରଣର ଜୀବନୀ କହିଲେ  ଅତ୍ୟୁକ୍ତି ହେବ ନାହିଁ l ପ୍ରଚାର ପ୍ରସାର ବିମୁଖ ସେ ଏକ ମହିୟସୀ ନାରୀ l

"ବିଦ୍ୱାନ ସର୍ବତ୍ର ପୂଜ୍ୟତେ" l ତାଙ୍କର ମହାପ୍ରୟାଣ ୧୧.୧୨.୨୦୧୧ l ତାଙ୍କର ସ୍ୱତନ୍ତ୍ର ପାଳିତ ସ୍କୁଲ ପରିସରରେ ତାଙ୍କ ଜନ୍ମ ଶତାବlର୍ଷିକୀ ଆୟୋଜିତ ଅବସରରେ ତାଙ୍କର ଅଗଣିତ ଛାତ୍ରୀ, ଶୁଭେଛୁବୃନ୍ଦ ଏବଂ ପରିବାର ର ସଦସ୍ୟ ଓ ସଦସ୍ୟା ମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ କୃତଜ୍ଞତା ଜ୍ଞାପନ କରୁଛୁ ll

 ଲେଖିକା: ପ୍ରଫେସର (ଡ଼ା) ସିନ୍ଧୁନନ୍ଦିନୀ ତ୍ରିପାଠୀ. ମହାନଦୀ ବିହାର, କଟକ - ୪


News Comment




Photo in News

Advertisment
Lastest News
  ରାଜନୀତି  
ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   23-Apr-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   23-Apr-2026
  ଜିଲ୍ଲା  
ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା   23-Apr-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା   23-Apr-2026
  ଜିଲ୍ଲା  
ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   23-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   23-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    23-Apr-2026
  ଜିଲ୍ଲା  
ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ   23-Apr-2026
  ଜିଲ୍ଲା  
ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ   23-Apr-2026
  ଜିଲ୍ଲା  
*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   23-Apr-2026
  ଜିଲ୍ଲା  
ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   23-Apr-2026
  ଜିଲ୍ଲା  
ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   23-Apr-2026

You Might Also Like