-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ସୁବର୍ଣ୍ଣପୁର,, ଆଜି ଅପରାହ୍ନରେ କପିଳେଶ୍ୱର ଚାରିଟେବୁଲ ହସପିଟାଲ ରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରକାଶ ଚନ୍ଦ୍ର ଦଣ୍ଡସେନାଙ୍କ ତତ୍ତ୍ୱlବଧାନରେ ଏକ ବିରଳ ସ୍ନାୟୁ ଟ୍ୟୁମର ର ଅସ୍ତ୍ରୋପଚାର କରାଯାଇଛି l ରୋଗୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପଦାର ଗ୍ରାମର ବ୍ରଜ ମୋହନ କର୍ମୀ (୫୧ ବର୍ଷ ବୟସ) l ଏହି ରୋଗୀକୁ ବୁର୍ଲା ମେଡିକାଲ କଲେଜରୁ ଏମ୍ସ କିମ୍ବା କଟକ ବଡ ମେଡିକାଲ ର ନ୍ୟୁରୋ ସର୍ଜରୀ ବିଭାଗକୁ ରେଫର କରାଯାଇଥିଲା l କିନ୍ତୁ ଯୁବ ଇ. ଏନ. ଟି ବିଶେଷଜ୍ଞ ଡାକ୍ତର ରଶ୍ମି ରଂଜନ ହୋତା ଏବଂ ସର୍ଜନ ଡାକ୍ତର ଜସ୍ମିନ କୁମାର ପାଣିଗ୍ରାହୀ ସଫଳତାର ସହ ଲୋକାଲ ଆନାସ୍ଥେସିଆ ପ୍ରୟୋଗ କରି ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଛନ୍ତି l ଏହି ବିରଳ ଅସ୍ତ୍ରୋପଚାର ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳାରେ ହୋଇ ପାରୁଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି l