-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ମମିତାମାମଲାର ମୋଡ : ପ୍ଲାନିଂ ମର୍ଡର୍ ନା ସଡନ୍ ପ୍ରଭୋକେଶନ୍ ? ପୁଲିସ୍ ପେପର୍ ରେ ତଦନ୍ତର ଟୁଇଷ୍ଟ୍ କରାଯାଇଥିବା ସନ୍ଦେହ !

27-Feb-2022



ବଲାଙ୍ଗୀର : (ମଳୟ ମିଶ୍ରଙ୍କ ରିପୋର୍ଟ) : ତଳକୋର୍ଟରେ ପୁଲିସ୍ ପେପର୍ ଦାଖଲ ପରେ ମମିତା ହତ୍ୟାମାମଲା ବିଷୟର ମିଡିଆ ଟ୍ରାଏଲ୍ କୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ପ୍ରକାଶ ପାଇଆସୁଛି । ମୁଖ୍ୟ ବିଷୟ ଏହା ଯେ , ସେହି ହତ୍ୟାକାଣ୍ଡ କିପରି ଓ କେଉଁଠି ଘଟିଥିଲା , ଏ ନେଇ ମୂଳରୁ ଲୋକଙ୍କର ସନ୍ଦେହ ରହିଆସିଛି  ଏବଂ ଏବେ ଚାର୍ଜସିଟ୍ ର ବିଷୟବସ୍ତୁ ପ୍ରକାଶ ପାଇବାରୁ ପୁଲିସ୍ ଷ୍ଟୋରିରେ ମାମଲାକୁ ଭିନ୍ନମୋଡ ଦିଆଯାଇ ସଜାଯାଇଥିବା ଅଭିଯୋଗର ଚର୍ଚ୍ଚା ହେଉଛି ।  ଏଣୁ ଏହା ଏକ ହଠାତ୍ ଘଟିଯାଇଥିବା ଅପରାଧଘଟଣା ନା  ପ୍ରମାଣନଷ୍ଟ ପୂର୍ବକ ସୁନିୟୋଜିତ ହତ୍ୟାକାଣ୍ଡ , ଲୋକେ ସ୍ପଷ୍ଟ ହୋଇପାରୁନାହାଁନ୍ତି  । ଏଇ ଦୁଇଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଲୋକଙ୍କର ଚର୍ଚ୍ଚା ଓ ଆଲୋଚନାରୁ ପ୍ରକାଶ ସନ୍ଦେହକୁ ନେଇ ପ୍ରକୃତ ସତ୍ୟର ଉଦ୍ ଘାଟନ ସହ  ଦୋଷୀକୁ ସଠିକ୍ ଦଣ୍ଡବିଧାନ  ଆମର ଏହି ରିପୋର୍ଟର ଉଦ୍ଦେଶ୍ୟ । କାରଣ ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ  ପୁଲିସ୍ , ଖୋଦ୍ ଗୃହବିଭାଗର ମନ୍ତ୍ରୀ ବା ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପି ଆଲୋଡନ ଓ ପ୍ରତିକ୍ରିୟା ଏଯାବତ୍ ବରକରାର୍ ରହିଛି । ସବୁଠାରୁ ମୁଖ୍ୟକଥା , ଏହି ମାମଲାର ତଦନ୍ତରେ ତ୍ରୁଟି , ବାଟବଣା ଓ ପକ୍ଷପାତୀତାର ଚର୍ଚ୍ଚା ଥମିନାହିଁ । ବରଂ ଚାର୍ଜସିଟ୍ ଦାଖଲ ବା କମିଟମେଣ୍ଟ୍ ପରେ ଏହାର ମିଡିଆଟ୍ରାଏଲ୍ ଆରମ୍ଭ ହୋଇଛି ।ସେତେବେଳେ ଲୋକମୁଖରେ ଓ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଚର୍ଚ୍ଚା ଅନୁଯାୟୀ , ଗତ ସେପ୍ଟେମ୍ବର ୨୨ ରେ ଜଣେ ଛାତ୍ରୀସହ ସ୍କୁଲ୍ ମାଲିକର ଅବୈଧସମ୍ପର୍କର ରେକର୍ଡିଂକୁ  ଭାଇରାଲ୍ ଧମକ ଦେଇ ଝଗଡା ପରେ ମମିତାଙ୍କୁ ଘରକୁ ପଠାଇଦେଇଥିବା ଅଭିଯୁକ୍ତ ଗୋବିନ୍ଦ ପୁଣି ଅକ୍ଟୋବର ୮ ତାରିଖରେ ଘରୁ ଡକାଇ ଅଧବାଟରୁ ବସ୍ ରୁ ଓହ୍ଲାଇ ନିଜକାର୍ ରେ ଭବାନୀପାଟଣା ନେବା ଓ ଫେରିବା ବାଟରେ  କଣ ଘଟିଥିଲା ?  ପୁଲିସ୍ ଆଗରେ ବାରମ୍ବାର କଥା ବଦଳାଇ ସ୍ବୀକାର କରିଥିବା ଅଭିଯୁକ୍ତ ଗୋବିନ୍ଦର ବୟାନ ଓ ଲୋକଙ୍କଠାରୁ ଶୁଣାଶୁଣିରୁ ସେତେବେଳେ କାର୍ ରେ ଗୋବିନ୍ଦ ଓ ମମିତା ଦୁଇଜଣ ହିଁ ଥିଲେ । ଝଗଡା ସତ୍ତ୍ୱେ ପୁଣି ଗୋବିନ୍ଦ ସାଙ୍ଗରେ ପୂର୍ବସମ୍ପର୍କ ଓ ବିଶ୍ବାସବଶତଃ ନିରୋଳାରେ କାର୍ ରେ ଯାଇଥିବା ମମିତାଙ୍କର ଭିତରେ ଏକ ଅସୁରକ୍ଷାର ଭୟ ଓ ଅଘଟଣର ଆଶଙ୍କା ବି ରହିଥିଲା । ତେଣୁ ହୁଏତ ସେ ପାଖରେ ଘରୁ ଏକ ଛୁରୀରଖି ବାହାରିଥିଲେ ଓ ଲଗାତାର ଭାବେ ତାଙ୍କର ଆଉଜଣେ ପୁରୁଷବନ୍ଧୁ ସିନ୍ଧେକେଲାର ସରସ୍ବତୀ ଶିଶୁମନ୍ଦିରର ଶିକ୍ଷକଙ୍କୁ ପ୍ରାୟ ପ୍ରତି ମୁହୁର୍ତ୍ତରେ ଗସ୍ତ ବିବରଣୀ ମୋବାଇଲ୍ ମେସେଜ୍ କରି ଜଣାଉଥିଲେ । ' ବୁଢା ମୋ ଉପରେ କାର୍ ର ଭିଉଦର୍ପଣରେ ବରାବର ନଜର ରଖିଛି ' ବୋଲି ମଧ୍ୟ ଉକ୍ତ ଯୁବକଙ୍କୁ ଜଣାଇଥିବା ପ୍ରକାଶ । ତେବେ ତଥାପି ସେ ଗୋବିନ୍ଦ ସାଙ୍ଗରେ ଭବାନୀପାଟଣାକୁ କାହିଁକି ଗଲେ ଓ ସେଠାରେ କଣ କରିଥିଲେ , ଅଜଣା ରହିଥିଲେ ହେଁ , ସେଠାରେ ସେମାନେ କିଛି କପଡା ଓ ଅନ୍ୟାନ୍ୟ ସାମଗ୍ରୀ କିଣାକିଣି କରି ମାଣିକ୍ୟେଶ୍ବରୀ ମନ୍ଦିରକୁ ଯାଇଥିଲେ ଏବଂ ତାଙ୍କର ଗୋପନ ପରକୀୟାସମ୍ପର୍କ ବିଷୟରେ ଆଉ କାହାକୁ କିଛି ନକହିବାକୁ ଶପଥ ବା କିରିଆ କରାଇଥିବା ଶୁଣାଯାଇଥିଲା । 

ଏହାପରେ ମହାଲିଙ୍ଗକୁ ଫେରିବା ବାଟରେ ପୁଣି ସେଇ ଛାତ୍ରୀସହ ଗୋବିନ୍ଦର ପ୍ରେମସମ୍ପର୍କକୁ ନେଇ ମମିତା ଗୋବିନ୍ଦ ସହ ପ୍ରବଳ ଝଗଡା କରିଥିଲେ । ଏପରିକି ସେ ଗାଡି ଚଳାଉଥିବା ଗୋବିନ୍ଦକୁ ପଛପଟ ସିଟ୍ ରୁ ଉହୁଙ୍କି ତା'ର ମୁଣ୍ଡବାଳକୁ ଝିଙ୍କି ମୁହଁରେ ଏକ ଥାପଡ ମାରିବା ସହ ତା' ବେକରେ ଛୁରୀ ଲଗାଇଦେଇଥିବା ଓ ଏହାପରେ ଗୋବିନ୍ଦ ନିଜ ଉପରୁ ନିୟନ୍ତ୍ରଣ ହରାଇ ଗାଡି ଅଟକାଇ ପଛକୁ ଆସି କାର୍ ଭିତରେ ମମିତାଙ୍କର ତଣ୍ଟିଚିପିଦେଇଥିଲା । ତେବେ ମମିତା ମୂର୍ଚ୍ଛା ହେଇଗଲାବୋଲି ତାଙ୍କ ମୁହଁରେ ସେ ପାଣି ଛିଞ୍ଚିଥିଲା । କିନ୍ତୁ ସେତେବେଳକୋ ମମିତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ବୋଲି  ସେ ଜେରାବେଳେ ବଲାଙ୍ଗୀରରେ ପୁଲିସ୍ ଆଗରେ ଦୋଷ ସ୍ବୀକାର କରି ଭୋ ଭୋ ହେଇ କାନ୍ଦି ପକେଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଏହାପରେ ଗୋବିନ୍ଦ ଭୟଭୀତ ହୋଇପଡି ମମିତାଙ୍କର ମୃତଦେହକୁ ନେଇ ଟାୟାର୍ , କାଠପତ୍ର ଇତ୍ୟାଦି ଯୋଗାଡ କରି ସେ ଠିକାରେ ନିର୍ମାଣ କରୁଥିବା ଷ୍ଟାଡିୟମ୍ ରେ ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ କହି ନିଜେ ପୋଡି ପୋତିଦେଇଥିଲା ଓ ପରେ ପୋତିଦିଆଇଥିବା ପ୍ରକାଶ ପାଇଥିଲା ।

 ଦ୍ୱିତୀୟତଃ ତାକୁ ପୁଲିସ୍ ସିନ୍ଧେକେଲା ଥାନାକୁ ନେଇ ପରେ ଟିଟିଲାଗଡର ବାରାକ୍ ରେ ଅଟକ ରଖିବାବେଳେ ସେ ଜଗୁଆଳି ପୁଲିସ୍ ର ଅବହେଳାର ସୁଯୋଗନେଇ ଫେରାର୍ ହୋଇଯାଇଥିଲା  ଓ  ଝରିଏଲ୍ ର ସମ୍ପର୍କୀୟଙ୍କ  ଘରୁ ରାତିରେ ମହାଲିଙ୍ଗ ଯାଇ ତା'ର ଅବୈଧଲୀଳାର ଫଟୋଇତ୍ୟାଦି ରହିଥିବା ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟପ୍ରମାଣକୁ ନଷ୍ଟ କରି ଦେଇଥିବା ଅନୁମାନ କରାଯାଏ । ଏହାପରେ ତାକୁ ତା'ର ସେହି ସମ୍ପର୍କୀୟଙ୍କର ଆଖୁବାଡିରୁ ଲୁଚିଥିବାବେଳେ ପୁଲିସ୍ ଗିରଫ କରିଥିବା ପୁଲିସ୍ କହିଥିଲା । ତେବେ କଲେଜ ହଷ୍ଟେଲର ସେହି ରୁମ୍ ନ୦ ୨୦ ରେ କେବଳ ତା'ର ଅବୈଧଲୀଳାର ସିସିଟିଭିରେ ତଥ୍ୟପ୍ରମାଣ ରହିଥିଲା ନା ଅଭିଯୋଗ ଅନୁଯାୟୀ ,  ସେଠାକୁ ଘନଘନ ଯାଆଆସ କରି ଅନୁଷ୍ଠାନକୁ ଅତିଅନୁକମ୍ପାରେ ପ୍ରଚୁର ଅର୍ଥଅନୁଦାନ ଯୋଗାଇଦେଉଥିବା ଅନ୍ୟତମ ଅଭିଯୁକ୍ତ ଗୃହରାଷ୍ଟ୍ରମନ୍ତ୍ରୀଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ଆଉ କାହା କାହାର କିଛି ଚିହ୍ନବର୍ଣ୍ଣ ରହିଥିଲା ; ତଦନ୍ତସାପେକ୍ଷ  ?  

ଦ୍ୱିତୀୟତଃ ପ୍ରକୃତରେ ସେହି କଲେଜ ବା ସ୍କୁଲ୍ ରେ ସେକ୍ସରାକେଟ୍ ଚାଲିଥିଲା ନା କେତେକଙ୍କ ମଧ୍ୟରେ ବ୍ୟକ୍ତିଗତ ପ୍ରେମ , ପରକୀୟା ସମ୍ପର୍କ ଚାଲିଥିଲା , ଏ ନେଇ ମଧ୍ୟ ସନ୍ଦେହ ରହିଛି । ଅଭିଯୋଗଫର୍ଦ୍ଦ ଦାଖଲର ଠିକ୍ ଅବଧି ୧୨୦ ଦିନ ମଧ୍ୟରେ ପୁଲିସ୍ ଦାଖଲ କରିଥିବା ପୁଲିସ୍ ପେପର୍ ବା ଚାର୍ଜସିଟ୍ ରେ ରହିଥିବା ପ୍ରକାଶିତ ବିଷୟ ମଧ୍ୟରେ ଯେଉଁ ସମ୍ପୃକ୍ତ ଛାତ୍ରୀ , ଶିକ୍ଷୟିତ୍ରୀ , ପୂର୍ବତନ ଛାତ୍ରୀ , ପୂର୍ବଶିକ୍ଷୟିତ୍ରୀ , କର୍ମଚାରୀ , ସାକ୍ଷୀ ପ୍ରମୁଖଙ୍କର ବୟାନ ରେକର୍ଡ କରାଯାଇଛି , ସେହିମାନଙ୍କ ମଧ୍ୟରେ ହିଁ ଏହି କଲେଜ ଓ ସଂଲଗ୍ନ ସ୍କୁଲ୍ ରେ ଏଭଳି ଅବୈଧ କାର୍ଯ୍ୟକଳାପରେ ଲିପ୍ତ ମହିଳା ଓ ପୁରୁଷ ରହିଥିବା ଜଣାଯାଇଛି ।  ତେବେ ଏହି ଅଭିଯୋଗଫର୍ଦ୍ଦରେ ତଦନ୍ତକାରୀ

ପୁଲିସ୍ କେତେକ ପ୍ରମୁଖମହିଳା ଓ ବ୍ୟକ୍ତିବିଶେଷଙ୍କୁ ରାଜସାକ୍ଷୀ ବା ଅନ୍ୟ ଭାବରେ ଦର୍ଶାଇଥିବା ଡଣାପଡେ । 
ପୁନଶ୍ଚ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହତ୍ୟାକାଣ୍ଡର ପୂର୍ବଦିନରୁ ଷ୍ଟାଡିୟମ୍ ରେ ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିବା ପୁଲିସ୍ ଦର୍ଶାଇବା ସହ ମିଡିଆ ଡକାଇ ସେମାନଙ୍କ ସମ୍ମୁଖରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଡେମୋନ୍ ଷ୍ଟ୍ରେଟ୍ କରିବାକୁ ଆଇନର ତର୍ଜମାକାରୀମାନେ ନାପସନ୍ଦ କରିଥିଲେ । ଏଣୁ ଏଇ ମାମଲାର ଏକ କାହାଣୀ ରଚନାକରି ମାମଲାକୁ ଭିନ୍ନମୋଡ ଦେବାକୁ ପୁଲିସ୍ କାହା ଇଙ୍ଗିତରେ ଓ କାହାକୁ ବଞ୍ଚାଇବାକୁ ଏହି ତଥାକଥିତ ତ୍ରୁପୂର୍ଣ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରି ଦାଖଲ କରି ପୁଣି ତାହାର ମିତିଆଭର୍ସନ୍ ପାଇଁ ଜାଣିଶୁଣି ଢିଲା ଛାଡିଦେଲା , ସମୀକ୍ଷାସାପେକ୍ଷ ବୋଲି କୁହାଯାଉଛି । ଅବଶ୍ୟ ଜିଲ୍ଲାରେ ଅଦ୍ୟାବଧି ତିନୋଟି ବହୁଚର୍ଚ୍ଚିତ ନରହତ୍ୟାମାମଲାର ମିଡିଆଟ୍ରାଏଲ୍ ପୁଲିସ୍ ବା କ୍ରାଇମବ୍ରାଞ୍ଚ ତରଫରୁ କରାଯାଇଥିବାର ଉଦାହରଣ ରହିଆସିଛି ଓ  ଏକାଧିକ ଚାଞ୍ଚଲ୍ୟକର ଅପରାଧମାମଲାର ଚାର୍ଜସିଟ୍ ଦାଖଲରେ ଆପତ୍ତିଜନକ ଅବହେଳା କରିଆସିଥିବାର ବିଭିନ୍ନ ଦୃଷ୍ଟ୍ବାନ୍ତ ରହିଛି । ଏଣୁ ଏହି ମାମଲାର ପରିଣତି କ'ଣ ହେଇପାରେ , ଏସମ୍ପର୍କରେ ଆଇନଜ୍ଞମହଲରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି ।: ତେବେ ପ୍ରକୃତରେ ପୁଲିସ୍ ତଦନ୍ତ ଲୋକଙ୍କ ଆଶଙ୍କା ବା ଅଭିଯୋଗର ଆଲୋଚନା ଅନୁସାରେ , ଏହି ତ୍ରୁଟିବିଚ୍ୟୁତି ଅଛି କ ନ ଅଛି ବା ଉକ୍ତ ଦାଖଲ ହୋଇଥିବା ଚାର୍ଜସିଟ୍ ର ଏସବୁ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ , ସଠିକ୍ ଭାବେ ଜଣାଯାଇନାହିଁ । ତଥାପି ତଦନ୍ତକାରୀ ପୁଲିସ୍ ଓ ସରକାରଙ୍କ ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ବାସ ରହିଛି । ତେବେ ଏହାର ମିଡିଆଟ୍ରାଏଲ୍ ପରେ ଏଧରଣର ଚର୍ଚ୍ଚା ପ୍ରକାଶ ପାଇବା କୌତୁହଳ ସୃଷ୍ଟି କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like