-+91-9937148622 |

prerana_bgr@rediffmail.com |

  Saturday 25th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   (25-Apr-2026)       ||      ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   (25-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    (24-Apr-2026)       ||      ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   (24-Apr-2026)       ||      ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ    (24-Apr-2026)       ||      ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   (24-Apr-2026)       ||      ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   (24-Apr-2026)       ||      ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   (24-Apr-2026)       ||      ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   (24-Apr-2026)       ||      *ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   (24-Apr-2026)       ||      ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   (24-Apr-2026)       ||      ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   (24-Apr-2026)       ||      ୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ    (24-Apr-2026)       ||      ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ    (24-Apr-2026)       ||      ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   (24-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||     

HOME   ଅପରାଧ

ମମିତା ମର୍ଡର ରହସ୍ୟ : ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ, ନଦୀ ମଝିରେ ଘର କରି କୁମ୍ଭୀର ସଙ୍ଗରେ ବାଦ ର କାରଣ କଣ ?

27-Feb-2022



ବଲାଙ୍ଗିର / ଗତକାଲି ବଙ୍ଗୋମୁଣ୍ଡା ଜେଏମଏଫସିଙ୍କ କୋର୍ଟରେ ମମିତାମେହେର ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କୁ ଚାର୍ଜସିଟ୍ ଦାଖଲ ପରେ କମିଟମେଣ୍ଟ୍ ପାଇଁ ହାଜର କରାଯାଇଥିଲା । ଏହାପରେ କଣ୍ଟାବାଞ୍ଜି ଜେଏମଏଫସିଙ୍କ କୋର୍ଟରେ ଏହାର ବିଚାର ଆରମ୍ଭ ହେବ । ପ୍ରାୟ ୨୦୦୦ ଫର୍ଦ୍ଦର ଏହି ପୁଲିସ୍ ପେପର୍ ର ପାଖାପାଖି ୩୦୦ ଫର୍ଦ୍ଦ ଅଭିଯୁକ୍ତର ଓକିଲଙ୍କୁ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଅଭିଯୋଗଫର୍ଦ୍ଦରେ ଥିବା କେତେକ ସାକ୍ଷୀଙ୍କ ବୟାନ ଓ ବିଷୟ ଆଜି ମିଡିଆରେ ପ୍ରକାଶ ପାଇଛି । ତେଣୁ ରାଜ୍ୟବ୍ୟାପି ପ୍ରବଳ ଆଲୋଡନ ଓ ରାଜନୈତିକ  ପ୍ରତିକ୍ରିୟା ପ୍ରକାଶ ପାଇଥିବା ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡଟି ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି । 

ଆଉଥରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ , ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନାନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ପଡୋଶୀ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜ ସଂଲଗ୍ନ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ସେ ଏହି ସ୍କୁଲର ଉଆଡେନ୍ ଭାବେ ମଧ୍ୟ ରହିଥିଲେ  । ସେ ସେଠାରେ ହଷ୍ଟେଲରେ କଲେଜର ଛାତ୍ରୀ ଓ କର୍ମଚାରୀଙ୍କ ସହ ରହୁଥିଲେ । ତେବେ ଏହି ମହାଲିଙ୍ଗ ସାଇନସ କଲେଜର ମୁଖ୍ୟ ଉଦ୍ୟୋକ୍ତା ତଥା ପରିଚାଳନା କମିଟି ସଭାପତି ଏବଂ ସନସାଇନ ସ୍କୁଲ ମାଲିକ ମହାଲିଙ୍ଗର ଜଣେ ଶିକ୍ଷାବେପାରୀ ଓ ଠିକାଦାର ଗୋବିନ୍ଦ ସାହୁଙ୍କ ସହ ତାଙ୍କର ପରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ।  ଅଭିଯୋଗ ଅନୁଯାୟୀ , ଗୋବିନ୍ଦ ସାହୁର ଏହି ସ୍କୁଲ ବା କଲେଜର କେତେକ ଛାତ୍ରୀ , ଶିକ୍ଷୟିତ୍ରୀ ଓ ମହିଳା କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ରହିଥିବା କଥାକୁ ମମିତା ଘୋର ବିରୋଧ କରିଥିଲେ । ଏପରିକି ତାଙ୍କ ପାଖରେ ଜଣେ ଛାତ୍ରୀଙ୍କ ସହ ଗୋବିନ୍ଦର ଅନ୍ତରଙ୍ଗ ସମ୍ପର୍କର ଭିଡିଓକୁ ସେ ଭାଇରାଲ୍ କରିଦେବାକୁ ଧମକ ଦେବା ସହ କେତେକଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ତୀବ୍ର ହୋଇଉଠିଲା । ଉଭୟେ ଉଭୟଙ୍କୁ ଖୋଲା ଧମକ ଦେଇଥିଲେ । ମମିତା ଗୋବିନ୍ଦକୁ ' ତୋତେ ବରବାଦ୍ କରିଦେବି ' କହିଥିଲାବେଳେ , ଗୋବିନ୍ଦ ମମିତାଙ୍କୁ ' ତୋତେ ହଜାଇ ଦେବି ' ଇତ୍ୟାଦି କହିଥିବା ଉକ୍ତ ଚାର୍ଜସିଟ୍ ରେ ରହିଥିବା ପ୍ରକାଶ । ଏହାପରେ ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଗୋବିନ୍ଦ ଏକ ଗାଡିରେ ମମିତାଙ୍କୁ ତାଙ୍କ ଘରକୁ ପଠେଇଦେଇଥିଲେ । ମମିତା ଘରଲୋକଙ୍କୁ ଆଉ ମହାଲିଙ୍ଗ ଯିବିନାହିଁ ବୋଲି ବି କହୁଥିଲେ । କିନ୍ତୁ ଗତ ଅକ୍ଟୋବର ୮ ତାରିଖରେ ଗୋବିନ୍ଦର ଫୋନ୍ ପାଇ ମିଟିଂ ଥିବା କହି ମମିତା ଘରୁ ବସ୍ ଯୋଗେ ମହାଲିଙ୍ଗ ଯାଉଛି କହି ଯାଇ ଆଉ ଫେରିନଥିଲେ । ଚାନ୍ଦୋତରା ନିକଟରୁ ଗୋବିନ୍ଦ ତାଙ୍କୁ ନିଜ କାର୍ ରେ ବସାଇ ଭବାନୀପାଟଣାକୁ ନେବାପରେ ମହାଲିଙ୍ଗ ଫେରିବା ବାଟରେ କାର୍ ଭିତରେ ତଣ୍ଟିଚିପିଦେଇ ହତ୍ୟା କରି ମହାଲିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମ୍ ରେ ଜେସିବି ଲଗାଇ ଗାତ ଖୋଳି ପୋଡି ପୋତିଦେଇଥିଲା ।

 ମମିତା ନ ଫେରିବାରୁ ଓ ତାଙ୍କର କୌଣସି ଖୋଜ୍ ଖବର ନମିଳିବାରୁ ଘରଲୋକେ ବିଭିନ୍ନ ଥାନା ବୁଲି ଶେଷରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଗୋବିନ୍ଦକୁ ଥାନାକୁ ନେଇ ଟିଟିଲାଗଡ ନେଇ ଯାଇ ଥାନା ବାରାକ୍ ରେ ରଖିଲେ । ଗୋବିନ୍ଦ ଫେରାର୍ ହୋଇଯାଇଥିଲା । ଦୁଇଦିନପରେ ପୁଲିସ୍ ତାକୁ ଧରିଥିଲା । ହେଲେ ଇତିମଧ୍ୟରେ ସେ ମହାଲିଙ୍ଗ କଲେଜକୁ ଯାଇ ସନ୍ଦିଗ୍ଧ କୁହାଯାଉଥିବା ରୁମ୍ ନ୦ ୨୦ରେ ଲଗାଯାଇଥିବା ସିସିଟିଭି କଣ୍ଟ୍ରୋଲ୍ ସିଷ୍ଟମ୍ କୁ ଭାଙ୍ଗିଦେଇଥିବା ପ୍ରକାଶ । ଶେଷରେ ବଲାଙ୍ଗୀର ପୁଲିସ୍ ର ଜେରାରେ ଗୋବିନ୍ଦ ଅପରାଧ ସ୍ବୀକାର କରିଥିଲା । ପୁଲିସ୍ ମହାଲିଙ୍ଗ ଯାଇ ମମିତାଙ୍କର ପୋଡିଯାଇଥିବା ଶବର ଅବଶିଷ୍ଟାଂଶ ସହ କେତେକ ପ୍ରମାଣ ଜବତ କରିଥିଲେ । ସେ ମଧ୍ୟ ପୁଲିସ୍ କୁ  କେମିତି କେଉଁଠି ହତ୍ୟା କରି ପୋଡି ପୋତିଦେଇଥିଲା ଡେମୋନଷ୍ଟ୍ରେସନ୍ ଦେଖାଇଥିଲା । ପରେ ପୁଲିସ୍ ତାର କାର୍ ଡ୍ରାଇଭର ରାଧେଶ୍ଯାମ ଚଣ୍ଡୀକୁ ମଧ୍ୟ ସହଯୋଗୀ ଭାବରେ ଗିରଫ କରିଥିଲା  । ଗୋବିନ୍ଦ  ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ଘନିଷ୍ଠଲୋକଥିବାରୁ ଓ ମନ୍ତ୍ରୀଙ୍କର ଏହି କଲେଜ ପ୍ରତି ଅତ୍ୟନ୍ତ ଅନୁକମ୍ପା ରହିଥିବା ସହ ସେ ସେଠାକୁ ଘନଘନ ଯାଆଆସ କରୁଥିବାରୁ ସେ ମଧ୍ୟ ଏଠାରେ ଚାଲିଥିବା ସେକ୍ସରାକେଟ୍ ଓ ହତ୍ୟାକାଣ୍ଡରେ ଜଡିତ ଥିବା ଏବଂ ତାଙ୍କରି ପ୍ରଭାବରେ ପୁଲିସ୍ ଅଭିଯୁକ୍ତକୁ ଥାନାରୁ ତଥ୍ୟପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଫେରାର୍ କରାଇଥିବା ଇତ୍ୟାଦି ଅଭିଯୋଗ ପ୍ରକାଶ ପାଇ ରାଜ୍ୟର ରାଜନୀତିରେ ନିଆଁ ଲାଗିଯାଇଥିଲା ।

ତେବେ ଏହି ଚାର୍ଜସିଟ୍ ରେ ପୁଲିସ୍ ବହୁ ତଥ୍ୟପ୍ରମାଣ ଉଲ୍ଲେଖ କରି ନଥିବା ସହ କେବଳ ଗୋବିନ୍ଦ ସାହୁକୁ ଅଭିଯୁକ୍ତ କରି ଅନ୍ୟାନ୍ୟ କେତେକ ପ୍ରଭାବଶାଳୀ ବଡବଡିଆଙ୍କୁ ସୁରକ୍ଷା ଦେବାକୁ ଅପଚେଷ୍ଟା କରିଥିବା କୁହାଯାଉଛି ।ତେବେ ମିଡିଆ ଟ୍ରାଏଲ୍ ଘଟଣା ବଲାଙ୍ଗୀର ଜିଲ୍ଲାରେ ନୂଆ ନୁହେଁ । ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡ ସହ କିଛିଦିନତଳର ସର୍ଗିପାଲି ଦଳିତ ଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟାମାମଲା ସହ ପାଟଣାଗଡ ପାର୍ଶଲବୋମା ଡବଲମର୍ଡର ମାମଲାରେ ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚର ତଥ୍ୟ ଲିକ୍ ର ଫାଇଦାନେଇ ଅତିରଞ୍ଜିତ ଚିତ୍ରଣ କରି ପ୍ରକୃତଦୋଷୀଙ୍କୁ ଜନମାନସରୁ ଦୂରେଇ ରଖାଯାଇଆସିଛି । ଏଯାବତ୍ ବର୍ଷ ବର୍ଷ ଧରି ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ନରହତ୍ୟାମାମଲାର ନା ଚାର୍ଜଫ୍ରେମ୍ ହେଲାଣି ନା ବିଚାର ପ୍ରକ୍ରିୟା ଆଗେଇ ପାରିଛି  !  ଏପରିକି ଏହି ମାମଲାରେ ମିଡିଆଟ୍ରାଏଲ୍ ବିରୋଧରେ ଅଦାଲତରେ ପ୍ରତିବାଦ ଆବେଦନ  ମଧ୍ୟ କରାଯାଇଛି । 

ତେବେ ଏଥିପାଇଁ କିଏ ଦାୟୀ ? ଖବର ପରିବେଷଣ ନିମନ୍ତେ ପ୍ରତିଯୋଗିତା ଚଳାଇଥିବା ଅତ୍ୟୁତ୍ସାହୀ ମିଡିଆ ପ୍ରତିନିଧିବନ୍ଧୁମାନେ ନା ବାହାବା' ନେବାକୁ ଅପାରଗ ତଦନ୍ତକାରୀ ପୁଲିସ୍ , କ୍ରାଇମବ୍ରାଞ୍ଚ , ଏପରିକି ସିବିଆଇ ବନାମ ରାଜନୈତିକ ପତିଆରା ପାଇଁ ସରକାର ନିଜେ  ? ରାଜ୍ୟର ନୟାଗଡ ପରୀକାଣ୍ଡ ପରି ଏହି ତିନୋଟି ବଡ ବଡ ଅପରାଧଘଟଣାରେ ଉଭୟ ତଦନ୍ତକାରୀ ଓ  ଗଣମାଧ୍ୟମର ତରବରିଆ ଆଇନ ବହିର୍ଭୂତ  ପରିବେଷଣ ମଧ୍ୟ ଦାୟୀ ହେବେ କି  ?

ସର୍ବୋପରି ମମିତା ମାମଲାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ , ଗୋବିନ୍ଦ ସାହୁପରି ଜଣେ ବୁଢା ଗ୍ରାମୀଣ ଶିକ୍ଷା ବେପାରୀର ଚାରିତ୍ରିକ ଦୁର୍ବଳତାକୁ ତା'ରି ପାଖରେ ରହି , ଏକାକିନୀ ତା'ରି ସାଙ୍ଗରେ କାର୍ ରେ ଯାଇ କେଉଁ ଅଧିକାର ବା ସାହସବଳରେ ସେ ପ୍ରତ୍ୟକ୍ଷ ପ୍ରତିରୋଧ କରୁଥିଲେ  ? ଏଥିରେ ତାଙ୍କର କୌଣସି ବ୍ୟକ୍ତିଗତ ଆଗ୍ରହ ବା ସ୍ବାର୍ଥ ନିହିତ ଥିଲା କି  ? 

ଏବଂ ଅଭିଯୁକ୍ତ ଗୋବିନ୍ଦ ସାହୁର ଏହି ଅପରାଧର ଆମୂଳଚୂଳ ତଦନ୍ତ ନକରି  ତଦନ୍ତରିପୋର୍ଟକୁ ତିନିଭାଗ କରି କାହା ଚାପରେ ଓ କାହାକୁ ବଞ୍ଚାଇବାକୁ ପୁଲିସ୍ ଏଭଳି ଦୁର୍ବଳ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରି ଦାଖଲ କରିଛି ବୋଲି ଆଇନଜ୍ଞ ମହଲରେ ତର୍ଜମା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   25-Apr-2026
  ଜିଲ୍ଲା  
ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   25-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    24-Apr-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   24-Apr-2026
  ଜିଲ୍ଲା  
ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ   24-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   24-Apr-2026
  ଜିଲ୍ଲା  
ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   24-Apr-2026
  ରାଜ୍ୟ  
ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   24-Apr-2026
  ଜିଲ୍ଲା  
ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   24-Apr-2026
  ଜିଲ୍ଲା  
*ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   24-Apr-2026
  ରାଜ୍ୟ  
ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   24-Apr-2026
  ଜିଲ୍ଲା  
ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   24-Apr-2026

You Might Also Like