-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଅପରାଧ

ମମିତା ମର୍ଡର ରହସ୍ୟ : ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ, ନଦୀ ମଝିରେ ଘର କରି କୁମ୍ଭୀର ସଙ୍ଗରେ ବାଦ ର କାରଣ କଣ ?

26-Feb-2022



ବଲାଙ୍ଗୀର  :   ଗତକାଲି ବଙ୍ଗୋମୁଣ୍ଡା ଜେଏମଏଫସିଙ୍କ କୋର୍ଟରେ ମମିତାମେହେର ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କୁ ଚାର୍ଜସିଟ୍ ଦାଖଲ ପରେ କମିଟମେଣ୍ଟ୍ ପାଇଁ ହାଜର କରାଯାଇଥିଲା । ଏହାପରେ କଣ୍ଟାବାଞ୍ଜି ଜେଏମଏଫସିଙ୍କ କୋର୍ଟରେ ଏହାର ବିଚାର ଆରମ୍ଭ ହେବ । ପ୍ରାୟ ୨୦୦୦ ଫର୍ଦ୍ଦର ଏହି ପୁଲିସ୍ ପେପର୍ ର ପାଖାପାଖି ୩୦୦ ଫର୍ଦ୍ଦ ଅଭିଯୁକ୍ତର ଓକିଲଙ୍କୁ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଅଭିଯୋଗଫର୍ଦ୍ଦରେ ଥିବା କେତେକ ସାକ୍ଷୀଙ୍କ ବୟାନ ଓ ବିଷୟ ଆଜି ମିଡିଆରେ ପ୍ରକାଶ ପାଇଛି । ତେଣୁ ରାଜ୍ୟବ୍ୟାପି ପ୍ରବଳ ଆଲୋଡନ ଓ ରାଜନୈତିକ  ପ୍ରତିକ୍ରିୟା ପ୍ରକାଶ ପାଇଥିବା ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡଟି ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି । 

ଆଉଥରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ , ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନାନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ପଡୋଶୀ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜ ସଂଲଗ୍ନ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ସେ ଏହି ସ୍କୁଲର ଉଆଡେନ୍ ଭାବେ ମଧ୍ୟ ରହିଥିଲେ  । ସେ ସେଠାରେ ହଷ୍ଟେଲରେ କଲେଜର ଛାତ୍ରୀ ଓ କର୍ମଚାରୀଙ୍କ ସହ ରହୁଥିଲେ । ତେବେ ଏହି ମହାଲିଙ୍ଗ ସାଇନସ କଲେଜର ମୁଖ୍ୟ ଉଦ୍ୟୋକ୍ତା ତଥା ପରିଚାଳନା କମିଟି ସଭାପତି ଏବଂ ସନସାଇନ ସ୍କୁଲ ମାଲିକ ମହାଲିଙ୍ଗର ଜଣେ ଶିକ୍ଷାବେପାରୀ ଓ ଠିକାଦାର ଗୋବିନ୍ଦ ସାହୁଙ୍କ ସହ ତାଙ୍କର ପରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ।  ଅଭିଯୋଗ ଅନୁଯାୟୀ , ଗୋବିନ୍ଦ ସାହୁର ଏହି ସ୍କୁଲ ବା କଲେଜର କେତେକ ଛାତ୍ରୀ , ଶିକ୍ଷୟିତ୍ରୀ ଓ ମହିଳା କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ରହିଥିବା କଥାକୁ ମମିତା ଘୋର ବିରୋଧ କରିଥିଲେ । ଏପରିକି ତାଙ୍କ ପାଖରେ ଜଣେ ଛାତ୍ରୀଙ୍କ ସହ ଗୋବିନ୍ଦର ଅନ୍ତରଙ୍ଗ ସମ୍ପର୍କର ଭିଡିଓକୁ ସେ ଭାଇରାଲ୍ କରିଦେବାକୁ ଧମକ ଦେବା ସହ କେତେକଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ତୀବ୍ର ହୋଇଉଠିଲା । ଉଭୟେ ଉଭୟଙ୍କୁ ଖୋଲା ଧମକ ଦେଇଥିଲେ । ମମିତା ଗୋବିନ୍ଦକୁ ' ତୋତେ ବରବାଦ୍ କରିଦେବି ' କହିଥିଲାବେଳେ , ଗୋବିନ୍ଦ ମମିତାଙ୍କୁ ' ତୋତେ ହଜାଇ ଦେବି ' ଇତ୍ୟାଦି କହିଥିବା ଉକ୍ତ ଚାର୍ଜସିଟ୍ ରେ ରହିଥିବା ପ୍ରକାଶ । ଏହାପରେ ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଗୋବିନ୍ଦ ଏକ ଗାଡିରେ ମମିତାଙ୍କୁ ତାଙ୍କ ଘରକୁ ପଠେଇଦେଇଥିଲେ । ମମିତା ଘରଲୋକଙ୍କୁ ଆଉ ମହାଲିଙ୍ଗ ଯିବିନାହିଁ ବୋଲି ବି କହୁଥିଲେ । କିନ୍ତୁ ଗତ ଅକ୍ଟୋବର ୮ ତାରିଖରେ ଗୋବିନ୍ଦର ଫୋନ୍ ପାଇ ମିଟିଂ ଥିବା କହି ମମିତା ଘରୁ ବସ୍ ଯୋଗେ ମହାଲିଙ୍ଗ ଯାଉଛି କହି ଯାଇ ଆଉ ଫେରିନଥିଲେ । ଚାନ୍ଦୋତରା ନିକଟରୁ ଗୋବିନ୍ଦ ତାଙ୍କୁ ନିଜ କାର୍ ରେ ବସାଇ ଭବାନୀପାଟଣାକୁ ନେବାପରେ ମହାଲିଙ୍ଗ ଫେରିବା ବାଟରେ କାର୍ ଭିତରେ ତଣ୍ଟିଚିପିଦେଇ ହତ୍ୟା କରି ମହାଲିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମ୍ ରେ ଜେସିବି ଲଗାଇ ଗାତ ଖୋଳି ପୋଡି ପୋତିଦେଇଥିଲା ।

 ମମିତା ନ ଫେରିବାରୁ ଓ ତାଙ୍କର କୌଣସି ଖୋଜ୍ ଖବର ନମିଳିବାରୁ ଘରଲୋକେ ବିଭିନ୍ନ ଥାନା ବୁଲି ଶେଷରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଗୋବିନ୍ଦକୁ ଥାନାକୁ ନେଇ ଟିଟିଲାଗଡ ନେଇ ଯାଇ ଥାନା ବାରାକ୍ ରେ ରଖିଲେ । ଗୋବିନ୍ଦ ଫେରାର୍ ହୋଇଯାଇଥିଲା । ଦୁଇଦିନପରେ ପୁଲିସ୍ ତାକୁ ଧରିଥିଲା । ହେଲେ ଇତିମଧ୍ୟରେ ସେ ମହାଲିଙ୍ଗ କଲେଜକୁ ଯାଇ ସନ୍ଦିଗ୍ଧ କୁହାଯାଉଥିବା ରୁମ୍ ନ୦ ୨୦ରେ ଲଗାଯାଇଥିବା ସିସିଟିଭି କଣ୍ଟ୍ରୋଲ୍ ସିଷ୍ଟମ୍ କୁ ଭାଙ୍ଗିଦେଇଥିବା ପ୍ରକାଶ । ଶେଷରେ ବଲାଙ୍ଗୀର ପୁଲିସ୍ ର ଜେରାରେ ଗୋବିନ୍ଦ ଅପରାଧ ସ୍ବୀକାର କରିଥିଲା । ପୁଲିସ୍ ମହାଲିଙ୍ଗ ଯାଇ ମମିତାଙ୍କର ପୋଡିଯାଇଥିବା ଶବର ଅବଶିଷ୍ଟାଂଶ ସହ କେତେକ ପ୍ରମାଣ ଜବତ କରିଥିଲେ । ସେ ମଧ୍ୟ ପୁଲିସ୍ କୁ  କେମିତି କେଉଁଠି ହତ୍ୟା କରି ପୋଡି ପୋତିଦେଇଥିଲା ଡେମୋନଷ୍ଟ୍ରେସନ୍ ଦେଖାଇଥିଲା । ପରେ ପୁଲିସ୍ ତାର କାର୍ ଡ୍ରାଇଭର ରାଧେଶ୍ଯାମ ଚଣ୍ଡୀକୁ ମଧ୍ୟ ସହଯୋଗୀ ଭାବରେ ଗିରଫ କରିଥିଲା  । ଗୋବିନ୍ଦ  ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ଘନିଷ୍ଠଲୋକଥିବାରୁ ଓ ମନ୍ତ୍ରୀଙ୍କର ଏହି କଲେଜ ପ୍ରତି ଅତ୍ୟନ୍ତ ଅନୁକମ୍ପା ରହିଥିବା ସହ ସେ ସେଠାକୁ ଘନଘନ ଯାଆଆସ କରୁଥିବାରୁ ସେ ମଧ୍ୟ ଏଠାରେ ଚାଲିଥିବା ସେକ୍ସରାକେଟ୍ ଓ ହତ୍ୟାକାଣ୍ଡରେ ଜଡିତ ଥିବା ଏବଂ ତାଙ୍କରି ପ୍ରଭାବରେ ପୁଲିସ୍ ଅଭିଯୁକ୍ତକୁ ଥାନାରୁ ତଥ୍ୟପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଫେରାର୍ କରାଇଥିବା ଇତ୍ୟାଦି ଅଭିଯୋଗ ପ୍ରକାଶ ପାଇ ରାଜ୍ୟର ରାଜନୀତିରେ ନିଆଁ ଲାଗିଯାଇଥିଲା ।

ତେବେ ଏହି ଚାର୍ଜସିଟ୍ ରେ ପୁଲିସ୍ ବହୁ ତଥ୍ୟପ୍ରମାଣ ଉଲ୍ଲେଖ କରି ନଥିବା ସହ କେବଳ ଗୋବିନ୍ଦ ସାହୁକୁ ଅଭିଯୁକ୍ତ କରି ଅନ୍ୟାନ୍ୟ କେତେକ ପ୍ରଭାବଶାଳୀ ବଡବଡିଆଙ୍କୁ ସୁରକ୍ଷା ଦେବାକୁ ଅପଚେଷ୍ଟା କରିଥିବା କୁହାଯାଉଛି ।

ତେବେ ମିଡିଆ ଟ୍ରାଏଲ୍ ଘଟଣା ବଲାଙ୍ଗୀର ଜିଲ୍ଲାରେ ନୂଆ ନୁହେଁ । ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡ ସହ କିଛିଦିନତଳର ସର୍ଗିପାଲି ଦଳିତ ଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟାମାମଲା ସହ ପାଟଣାଗଡ ପାର୍ଶଲବୋମା ଡବଲମର୍ଡର ମାମଲାରେ ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚର ତଥ୍ୟ ଲିକ୍ ର ଫାଇଦାନେଇ ଅତିରଞ୍ଜିତ ଚିତ୍ରଣ କରି ପ୍ରକୃତଦୋଷୀଙ୍କୁ ଜନମାନସରୁ ଦୂରେଇ ରଖାଯାଇଆସିଛି । ଏଯାବତ୍ ବର୍ଷ ବର୍ଷ ଧରି ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ନରହତ୍ୟାମାମଲାର ନା ଚାର୍ଜଫ୍ରେମ୍ ହେଲାଣି ନା ବିଚାର ପ୍ରକ୍ରିୟା ଆଗେଇ ପାରିଛି  !  ଏପରିକି ଏହି ମାମଲାରେ ମିଡିଆଟ୍ରାଏଲ୍ ବିରୋଧରେ ଅଦାଲତରେ ପ୍ରତିବାଦ ଆବେଦନ  ମଧ୍ୟ କରାଯାଇଛି । 
ତେବେ ଏଥିପାଇଁ କିଏ ଦାୟୀ ? ଖବର ପରିବେଷଣ ନିମନ୍ତେ ପ୍ରତିଯୋଗିତା ଚଳାଇଥିବା ଅତ୍ୟୁତ୍ସାହୀ ମିଡିଆ ପ୍ରତିନିଧିବନ୍ଧୁମାନେ ନା ବାହାବା' ନେବାକୁ ଅପାରଗ ତଦନ୍ତକାରୀ ପୁଲିସ୍ , କ୍ରାଇମବ୍ରାଞ୍ଚ , ଏପରିକି ସିବିଆଇ ବନାମ ରାଜନୈତିକ ପତିଆରା ପାଇଁ ସରକାର ନିଜେ  ? ରାଜ୍ୟର ନୟାଗଡ ପରୀକାଣ୍ଡ ପରି ଏହି ତିନୋଟି ବଡ ବଡ ଅପରାଧଘଟଣାରେ ଉଭୟ ତଦନ୍ତକାରୀ ଓ  ଗଣମାଧ୍ୟମର ତରବରିଆ ଆଇନ ବହିର୍ଭୂତ  ପରିବେଷଣ ମଧ୍ୟ ଦାୟୀ ହେବେ କି  ?

ସର୍ବୋପରି ମମିତା ମାମଲାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ , ଗୋବିନ୍ଦ ସାହୁପରି ଜଣେ ବୁଢା ଗ୍ରାମୀଣ ଶିକ୍ଷାବେପାରୀର ଚାରିତ୍ରିକ ଦୁର୍ବଳତାକୁ ତା'ରି ପାଖରେ ରହି , ଏକାକିନୀ ତା'ରି ସାଙ୍ଗରେ କାର୍ ରେ ଯାଇ କେଉଁ ଅଧିକାର ବା ସାହସବଳରେ ସେ ପ୍ରତ୍ୟକ୍ଷ ପ୍ରତିରୋଧ କରୁଥିଲେ  ? ଏଥିରେ ତାଙ୍କର କୌଣସି ବ୍ୟକ୍ତିଗତ ଆଗ୍ରହ ବା ସ୍ବାର୍ଥ ନିହିତ ଥିଲା କି  ? 

ଏବଂ ଅଭିଯୁକ୍ତ ଗୋବିନ୍ଦ ସାହୁର ଏହି ଅପରାଧର ଆମୂଳଚୂଳ ତଦନ୍ତ ନକରି  ତଦନ୍ତରିପୋର୍ଟକୁ ତିନିଭାଗ କରି କାହା ଚାପରେ ଓ କାହାକୁ ବଞ୍ଚାଇବାକୁ ପୁଲିସ୍ ଏଭଳି ଦୁର୍ବଳ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରି ଦାଖଲ କରିଛି ବୋଲି ଆଇନଜ୍ଞ ମହଲରେ ତର୍ଜମା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like