-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

କୋସଲରତ୍ନ ପ୍ରୟାଗଦତ୍ତ ଯୋଷୀ କୋସଳାନ୍ଚଳର ସ୍ବାଭିମାନ, ଆଜି ତାଙ୍କର ଜନ୍ମଜୟନ୍ତି..

25-Feb-2022



ବଲାଙ୍ଗୀର(ପ୍ରେରଣା ଖବର) କୋସଲ ମାଟି ନ ଜେନ କେତେ ଝନ ଜୁଗପୁରୁସ ଜନମ ହେଇଛନ ସେ ଭିତରୁ ପଣ୍ଡିତ ପ୍ରୟାଗଦତ ଜୋଷୀ ଝନେ । ସେ ଏଖେ ଥରେକେ ଝନେ ଗବେସକ, ଭାସାବିତ, ଆର‌୍ୟୁବେଦ ସାସ୍ତ୍ରି, ବଇଦ ଆର ସମାଜସେବି ଥିଲେ । ହେଲେ ଲୋକ ତାହାକୁ ଜହକରି କୋସଲି ଭାସା ର ଆଦି ଉଲଗୁଲାନକାରି ଆର ଜନକ ହିସାବେ ଜାନସନ ।  
ପଣ୍ଡିତ ପ୍ରୟାଗଦତ ଜୋସି ୧୯୧୩ ମସିହା ଫେବୃଆରି ୨୫ ତାରିଖ ସ୍ରିପଂଚମି ଦିନ ଖଡିଆଲ ର ଚନ୍ଦ୍ରସେଖର ପାଟଜୋସି ଆର ମାଁ ବୃନ୍ଦାବତି ଦେବି କର ଗରଭୁ ଜନମ ହେଇଥିଲେ । ତାଂକର ବାପା ଚନ୍ଦ୍ରସେଖର ପାଟଜୋସି ଥିଲେ ଖଡିଆଲ ର ରାଜପୁରୋହିତ । ପ୍ରୟାଗଦତ ତିନ ଭାଏ ଭିତରେ ସମକର ନୁ ସାନ ଥିଲେ।
ପହେଲା ପାଁଚ ବଛର ଘରେ ନିଜର ବାପା ତାହାକୁ ପାଠ ପଢଉଥିଲେ । ତାର ଉତାରୁ ସେ ଖଡିଆଲ ମିଡିଲ ଭର୍ନାକୁଲାର ସ୍କୁଲ ନ ଆଠ ସେଣି ତକ ପଢିଥିଲେ । ସେନୁ ଆଗକେ ପଢବାର ଲାଗି ରାଏପୁର ଗଲେ । ତେହରୁ ୧୯୩୨ ରେ ରାଏପୁର ନୁ ମେଟ୍ରିକ ପରିଖ୍ୟା ପାସ କରି ଖଡିଆଲ ଭର୍ଣ୍ଣାକୁଲାର ସ୍କୁଲ ନ ସିଖ୍ୟକ ହିସାବେ ଜୋଗ ଦେଇଥିଲେ । ତାକର ପଢବାର ଥି ବଡା ମନ ଥିଲା । ଘରୋଇ ହିସାବେ ସଂସ୍କୃତ ସିଖିକରି ଆର‌୍ୟୁବେଦ ପଢଲେ । ଫେର ୧୯୩୪ ରୁ ୧୯୩୮ ମସିହା ତକ କାସି ନ କବିରାଜ ଧର୍ମଦାସ ଚରକାର୍ଜ୍ୟ ନ ଆର‌୍ୟୁବେଦ ପଢଲେ ଆର ସିଖଲେ । ୧୯୩୮ ରେ ଅଖିଲ ଭାରତିୟ ଆର‌୍ୟୁବେଦର ବିଦ୍ୟାପିଠ ପୁନା ଉଜୁକ କଲା ବନାରସ କେନ୍ଦ୍ର ରେ ପରିଖ୍ୟା ଦେଇ ସର୍ବଭାରତିୟ ସ୍ତର ରେ ପହେଲା ଠାନ ଆବରି ସୁନା ପଦକ ପାଇଥିଲେ । ସେ କାସି ନ ଥିଲା ବେଲକେ ୪ ଖଁଡ ସଂସ୍କୃତ ଆର‌୍ୟୁବେଦ ଗ୍ରନ୍ଥ ର ହିନ୍ଦି ଟିକା ଲେଖିଥିଲେ । ସେ ଗ୍ରନ୍ଥମାନେ ହେଲା, ନାଡି ବିଗ୍ୟାନ, ରାସେନ୍ଦ୍ର ସାର, ସାଂର୍ଗଧର ସଂହିତା, ଆର ବୈଦିକ ପରିଭାସା ପ୍ରଦିପ । ଇ କୃତି ମାନକର ଲାଗି ପଣ୍ଡିତ ଜୋସି ଜାତିୟସ୍ଥରରେ ନାଁ କରିପାରିଥିଲେ । ବିଦ୍ୟାନଗରି ନୁ ଜନମ ମାଏଟ ଖଡିଆଲକେ ଆଏଲା ଉତାରୁ, ସେ କବିରାଜି ମୁଲ କରିଥିଲେ ।  ଲୋକର କହେବାର ଅନସାରେ ରଜା ଅନୁପ ସିଂ ଦେବ କର ରାନି ସୌଭାଗ୍ୟ ମଂଜରି ବେମାର ପଡିକରି ଜିବନ ମରନ ସାଂଗେ ଜୁଝୁଥିଲା ବେଲକେ କବିରାଜ ପ୍ରୟାଗଦତ ଜୋସି ତାହାକୁ ଠିକ କରିଦେଇଥିଲେ । ସେଥିର ଲାଗି ରାନି ଉସତ ହେଇକରି ତାହାକୁ ମୁକ୍ତାପୁର ନ ଜମିନ ଜାଚିଥିଲେ । ହେଲେ ପଣ୍ଡିତ ଜୋସି ସେ ଜମି ନି ନେଲେ । ୧୯୮୬ ମସିହାରେ ହେଲ୍‌ଥ ଏଣ୍ଡ ହାଏଜିନ ଇନ ଫୋକଲୋର ପ୍ରବନ୍ଧ ଇଣ୍ଡିଏନ ଫୋକଲୋର କଂଗ୍ରେସ ରେ ପଢିଥିଲେ ।
୧୯୩୮ରେ ପଢାପଢି ସାରିକରି ସକ୍ରିୟ ହିସାବେ କଂଗ୍ରେସ ଥି ଜୋଗ ଦେଇଥିଲେ ଆର ୧୯୫୦ ତକ ପ୍ରଦେସ କଂଗ୍ରେସ କମିଟି ଥି ଥିଲେ । ୧୯୫୦ ରେ ସେ ଖଡିଆଲ ର ପହେଲା ସରପଁଚ ହିସାବେ ଦାଇତ୍ୱ ନେଇଥିଲେ । ସେ ଖଡିଆଲ ୟୁନିଅନ ବୋଡ ର ଭାଇସ ଚେୟାରମେନ ଥିଲେ । ସେ ଗାଂଧିବାଦି ଥିଲେ ଆର ହମିସା ଗାଂଧି ଟୁପି ଆର ଖଦଡ ପିନ୍ଧୁଥିଲେ । ସେ ଖଡିଆଲ ଆଂଚଲିକ ଆର‌୍ୟୁବେଦ ପରିସଦ ଗଠନ କରି ଗୁରଦୁ ଦିନ ତକ ତାର ସଭାପତି ଥିଲେ । 
ସେ ସମିଆ ର ଖଡିଆଲ ର ମାହୋଲ ଏନ୍ତା ଥିଲା ଜେ ସେ ଛ ପଢଲା ବେଲୁ ନାଟ ଥି ବାହାରିଥିଲେ ଆର ପଛେକା ସେ ଗୁଟେ ପୁଖତ ଅଭିନେତା, ନିର୍ଦେସକ ଆର ନାଟ ଲେଖକ ବନିଥିଲେ । କୋସଲି ଭାସା ଥି ‘କପଟ ବିବାହ’ ବଲି ଗୁଟେ ନାଟ ବି ଲେଖିଥିଲେ । ସ୍ରି ଜୋସି କେତେଟା କବିତା ବି ଲେଖିଥିଲେ ହେଲେ ସେ ମୁଖିଆ କରି ପ୍ରାବଂଧିକ ।
ଜଦି ବି କୋସଲି ଭାସା ଉପରେ କେତନି ଦିନୁ ସେ ଲେଖା ପଢା କରୁଥିଲେ ବି ସ୍ୱତଂତ୍ର କୋସଲି ଭାସା ର ସାମ୍ବିଧାନିକ ମାନ୍ୟତା, ଗବେସଣା, ଆର ସବୁ ଠାନେ ଭାସା କେ ଚଲାବାର ଲାଗି ୧୯୮୦ ମସିହା ନ ନିଜର ଉଜୁକ ଥି ତାଂକର ଘର ନ କୋସଲ ଭାରତି କୁରିଆ ବନାଲେ । କୋସଲ ଭାରତି ଥାପନା ଉତାରୁ କୋସଲି ଭାସା ସାହିତ୍ୟ ପରିସଦ ଗଠନ କରିଥିଲେ । ସେ ଉଲଗୁଲାନ ର ନାରା ଦେଇଥିଲେ କୁଟେକ ଲୋକର ଗୁଟେକ ଭାସା କୋସଲି ଆମର ମାତୃଭାସା ।
ଦିନେ କିଏ ଝନେ ତାହାକୁ ପଚରେଇଥିଲେ, “ଆପଣକଂ ଅଂଚଳର କେତେ ଲୋକ କହନ୍ତି, ଆମ କୋଶଲୀ ଭାଷାରେ ଆନ୍ତରିକ କଥା, ହୃଦୟର ଗଭୀର କଥା କହି ହୁଏନି” । ସେ ତାର ଉତର ରେ ବଏଲେ, “କାହାକେ ଇନେ ଠେଂଗା ଗୁଟେ ପଛବାଟୁ ମାରଲେ ବୁଆ ବଲି ବାହାରବା, ବାପା ବଲି ନେଇଁ ବାହାରେ, ସେତକି ବେଲେ ଜନା ପଡିଜିବା ଜେ ସେ କେନ ଭାସି ର ଲୋକ ଆଏ” । ଗୁଟେକେ ଛୋଟ ଦେଖାବାର ଲାଗି କେତନି କଥା ବାହାରସି ।
୧୯୮୬ ରେ ଓଡିସା ଲେଖକ ସାମ୍ମୁଖ୍ୟ ଭୁବନେସର ନ ଉଜୁକ କଲା ଗୁଟେ ସେମିନାର କେ ପ୍ରବନ୍ଧ ପଢବାର ଲାଗି ଜାଇଥିଲେ ।  ହେଲେ ପଣ୍ଡିତ ଜୋସି ଜେନ୍‌ତା ଭୁବନେସର ପହଁଚିଲେ ଜାନବାର କେ ପାଏଲେ ଜେ ସେ ଦିନ ସେ ସେମିନାର ଆର ନି ହୁଏ ନ ବଲି । ତେହରୁ ସାମ୍ମୁଖ୍ୟର ସଭାପତି ସାତକୋଡି ହୋତା ତାହାକୁ ନେଇକରି ରବିନ୍ଦ୍ର ମଣ୍ଡପ ର ଗୁଟେ ଛୋଟ ବଖରା ନ ୪/୫ ଲୋକ ଥାଇକରି ସେ ପ୍ରବନ୍ଧ ପଢାବାର ବେବସ୍ଥା କଲେ । ଠିକ ପେପର ପଢୁଥାନ ଆର ଡ ହରେକୃସ୍ନ ମହତାବ ତାହାକୁ ଅଲଗବାଦି କହିକରି ଉଠିକରି ପଲେଇଗଲେ।
ଜେତେବେଲ ୧୯୮୬ ରେ ଭୁବନେସର ନ ପଣ୍ଡିତ ଜୋଷୀଂକୁ ଅଲଗବାଦି କୁହାଗଲା ସେ ମନ ଦୁଖ କରି କରି ଘର କେ ଫିରି ଆସଲେ । ଆର ସାରା ପସଚିମ ଓଡିସା କେ ଏକ କରବାର ଲାଗି ଲାଗି ପଡଲେ । କଲାହାଣି ର ଭାସା କଲାହାଣିଆ, ଖଡିଆଲ ର ଭାସା ଖରଡିଆ, ସମଲପୁର ର ଭାସା ସମଲପୁରି ତ ଇ ସେ ସବୁ କେ ଠାନେକେ ଗୋଛ କରବାର ଲାଗି ସେ କୋସଲି ବଏଲେ । ଆର ୧୯୮୬-୮୭ ରେ ସମ୍ବଲପୁର ୟୁନିଭରସିଟି ର ପତ୍ରିକା ସପ୍ତର୍ଷି ରେ ସେ ଲେଖା କେ ଛାପବାର କେ ଦେଲେ । ପସଚିମ ଉଡିସା ର ବୁଦ୍ଧିଜିବି ମହଲ ରେ ଗୁଟେ ଚହଲ ପଡିଗଲା । ଚହଲ ପଡବାର କାରଣ ହଉଛେ, ସାଧାରଣ ରେ ଭାସା କେ ସମଲପୁରି ବଲି କହି ଆସୁଥିଲେ ଆର ସେ ଅଭ୍ୟାସ କେ ଛାଡବାର କେ ବହୁତ ଲୋକ ନାରାଜ ଥିଲେ । ବିସେସ କରି ସମଲପୁର ର ଲୋକମାନେ କାରଣ ସମଲପୁରି ସାଂଗେ ସମଲପୁର ର ଭାବନା ବି ଜୁଡିଛେ । ସେନୁ ମୁଲ ହେଲା “କୋସଲି-ସମଲପୁରି” ଝଗଡା । ପଣ୍ଡିତ ଜୋଷୀକର ବିିଚାର କେ ବିରୋଧ କରି ଠିଆ ହେଲେ ଗୁଲୁଣ୍ଡା (ସମଲପୁର) ନୁ  ଡ. ନୀଲ ମାଧବ ପାଣିଗ୍ରାହୀ ଜାହାକୁଁ କି କୋସଲ ବ୍ୟାସ ବଲି ବି କୁହାହେସି । ସେ ମହାଭାରତ କଥା ଲେଖିଛନ । ସେ “ନିସାନ” ପତ୍ରିକା ବାହାର କରୁଥିଲେ ଆର ୪ ନମର ସଂଖ୍ୟାକେ “ପଶ୍ଚିମ ଓଡିଶାର ଭାଷାର ନାଆଁ ସମଲପୁରି” ବଲି ନାଁ ଦେଲେ ଆର ସେଥି ଜୋଷୀ ଆଗ୍ୟାଁକର ପ୍ରବଂଧକେ କାଟବାର ଲାଗି ଜେନ ପ୍ରବଂଧ ଲେଖଲେ ତାର ନାଁ “ସମଲେଶରୀ ବନାମ କୋଶଲେଶରୀ” ଦେଲେ । କୋସଲି-ସମଲପୁରି ଝଗଡା ତେତକର ବନେ ତେଜଲା । ସେସକେ ଡ. ପାଣିଗ୍ରାହୀ ଇ ଝଗଡାର ଫଏସଲା କରବାର ଲାଗି ସମଲପୁରେ ଗୁଟେ ସଭା ଡାକିଥିଲେ ୨, ୩ ଜାନୁଆରି ୧୯୯୧ ଥି । ସେନ ଡ. ପାଣିଗ୍ରାହି କୋସଲି ନାଁ କେ ଗ୍ରହଣ କରିଥିଲେ । ଡ. ପାଣିଗ୍ରାହି କୋସଲି ନାଁ କେ ଗ୍ରହଣ କରବାର ଲାଗି ବଲି ସେ ବି ସମଲପୁର ର କିଛି ଲୋକର ବିରୋଧି ବନିଗଲେ । ପରେ କୋସଲ ଉଲଗୁଲାନ ର ମୁଖିଆ ପ୍ରେମରାମ ଦୁବେ, ପ୍ରୟାଗଦତ ଜୋସି ଆର ନିଲମାଧବ ପାଣିଗ୍ରାହି ମିସିକରି କୋସଲ ସମ୍ମେଲନ ଉଜୁକ କରିଥିଲେ । ତାକଂର ନାରା ଥିଲା ହାମେ କୋସଲି ହାମର ଭାସା କୋସଲି । 
ପଣ୍ଡିତ ଜୋସି କେତନି ସମ୍ମାନ ପାଇଛନ ସେ ଭିତରୁ ମୁଖିଆ ହଉଛେ, ୧୯୯୨ରେ କୋଶଲୀ ସାହିତ୍ୟ ରତ୍ନ ଉପାଧି  ଆର ୧୯୯୫ ରେ କୋଶଲ ଶ୍ରୀ ଉପାଧି । ସେ କେତନି ଟେ ଆଲେଖ ଲେଖିଥିଲେ ବି କୋସଲି ଭାସା ର ସଂକ୍ଷିପ୍ତ ପରିଚୟ ଜହ ପ୍ରସିଦ୍ଦ । ସେ ମହାନ ଆତ୍ମା କର ଜିବନ ବଏଠା ୧୯୯୬ ମସିହା ଅକ୍ଟୋବର ୧୯ ତାରିଖ ଲିଭିଜେଇଥିଲା ।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like