-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
25-Apr-2026
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗୀର ସର୍କିଟ ହାଉସ୍ ଠାରେ ସଭାପତି ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗୀର ନାଗରିକ କମିଟୀର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବଲାଙ୍ଗୀରର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ଦାବୀ ମଧ୍ୟ୍ୟରେ କୃଷିଭିତ୍ତିକ ଶିଳ୍ପ ଯଥା ଟେକ୍ଷ୍ଟାଇଲ, ଚିନିକଳ ଆଦି ସ୍ଥାପନ, ଆୟୁର୍ବେଦ କଲେଜକୁ ଆୟୁଷ ବିଶ୍ୱବିଦ୍ୟାଳୟରେ ପରିଣତ, ହୋମିଓପାଥି କଲେଜ ଖୁଲିବା, ରାଜେନ୍ଦ୍ର ୟୁନିଭରସିଟି, ମହିଳା କଲେଜ ତଥା ସମସ୍ତ ସ୍କୁଲ କଲେଜ ଆଦିରେ ଖାଲିଥିବା ଶିକ୍ଷକ ପଦ ପୂରଣ, ଭୀମ ଭୋଇ ମେଡିକାଲ କଲେଜର ସବୁବିଭାଗର ପି.ଜି. କ୍ଲାସ ଖୋଲି ପ୍ରଫେସର ନିଯୁକ୍ତି କରିବା ତଥା ଗୋଟିଏ ହେଲେ ଡାକ୍ତର ନଥିବା ହୃଦରୋଗ ଓ ମହୁମେଦ ରୋଗ ପାଇଁ ଶିଘ୍ର ଡାକ୍ତର ଯୋଗାଇଦେବା, ଲୋୟର ସୁକତେଲ ପ୍ରକଳ୍ପର ଜଳ ଚଳିତ ବର୍ଷରୁ ଚାଷ ଜମି ମାନଙ୍କରେ ଯୋଗାଇ ଦେବା ଆଦି ଦାବୀ କରାଯାଇଛି । ପୁନଶ୍ଚ ଗମନାଗମନ କ୍ଷେତ୍ରରେ ବଲାଙ୍ଗିର ବହୁତ ପଛୁଆ । ତେଣୁ ବଲାଙ୍ଗୀରରୁ ଭୁବନେଶ୍ୱର କୁ ସକାଳୁଆ ଟ୍ରେନ ଚଳାଚଳ ଏବଂ ବଲାଙ୍ଗୀର ରୁ ସିଧା ସଳଖ ପ୍ରୟାଗରାଜ ଓ ଦିଲ୍ଲୀକୁ ଟ୍ରେନ ର ସୁବିଧା ସହ ଖୋର୍ଦ୍ଧା ରେଳପଥକୁ ସଂପୁର୍ଣ୍ଣ କରିବା ପାଇଁ ଅନୁରୋଧ କରା ଯାଇଥିଲା । ତୁଷରା ଏୟାରଷ୍ଟ୍ରିପର ଉନ୍ନତିକରଣ ସହ ରାଜଧାନୀକୁ ଉଡାନ ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇ ଥିଲା। ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ବଲାଙ୍ଗୀର ରେଳ ଷ୍ଟେସନ୍ ରେ ପିଟ୍ ଲାଇନ୍ ର ଆବଶ୍ୟକତା ଉପରେ ମତ ଦେଇଥିଲେ ଏବଂ ଏହା ହେଲେ ବଲାଙ୍ଗୀରରୁ ନୂତନ ଟ୍ରେନ ଚଳାଚଳରେ ବହୁତ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଦାବୀପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟ କ୍ରମେ ବଲାଙ୍ଗୀରର ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ।