-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
25-Apr-2026
କଟକ(ତପନ ମହାନ୍ତି): ଆଜି କଟକ ସଦର ପେ।ଲିସ ବ୍ରାହ୍ମଣ ଝରିଲୋ ଠାରେ ଏକ ଭଡାଘରେ ୫ ବର୍ଷ ଧରି ଗ୍ୟାସ ସିଲିଣ୍ଡର ର ନକଲି କାରବାର ଅର୍ଥାତ ଗ୍ୟାସ ସିଲିଣ୍ଡର ର ଦୋ ନମ୍ବରୀ ବେପାର ଚାଲିଥିଵା ଜଣାପଡିଛି। ଗ୍ୟାସ ସିଲିଣ୍ଡର ସବୁ ଭୁବନେଶ୍ୱରର ବିଭିନ୍ନ ଗ୍ୟାସ ଗୋଦାମରୁ ଗ୍ୟାସ ଭର୍ତ୍ତି ଟାଙ୍କି ଅଣାଯାଇ ପ୍ରତି ଟାଙ୍କିରୁ ଦୁଇ ଲିଟର ଗ୍ୟାସ ବାହାର କରାଯାଇ ଦୁଇ ଲିଟର ପାଣି ଭର୍ତ୍ତି କରି ଗେ।ଦାମକୁ ପଠାଉଥିଲେ l ଏହି ଘଟଣା ଜଣା ପଡିବା ପରେ ସଦର ଥାନା ଆଇଆଇସି ଜୋନ -୪ ଏସି.ପି ଚଢାଉ କରି ୨ଜଣଙ୍କୁ ଗିରଫ କରିବା ସହିତ ୧୫୦ ଗ୍ୟାସ ଭର୍ତ୍ତି ଟାଙ୍କିକୁ ଜବତ କରି ଥାନାକୁ ଆଣିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କିଛି ଗଣମାଧ୍ୟମ ପ୍ରତିନିଧି ସଂପୣକ୍ତ ଥବା ଆଲୋଚନା ହେଉଛି।