-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
26-Apr-2026
ବାଲିଗୁଡା(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର କୋଟଗଡ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ୩ ରଥ ନିର୍ମାଣ ପାଇଁ ରଥକାଠକୁ ଶନିବାର ପୁରୀ ପଠାଗଲା | ୪୦ ଫୁଟ ଲମ୍ବ ୩ ଫୁଟ ଗୋଲେଇ ୨୩ ଗୋଟି ଢ଼ଉ ଗଣ୍ଡିକାଠ ଯାହାର ପରିମାଣ ୬୦୦ସିପ୍ଟ | ବନବିଭାଗ ର ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଏହି କାଠ ବୋଝେଇ ଟ୍ରକ ଟିକୁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପୂଜାର୍ଚନା ସହ କାଠଯାନ କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ପତାକା ଦେଖାଇ ଛଡା
ଯାଇଛି।| ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧୁସୂଦନ ଦାସ, ଭଗବାନ ପଣ୍ଡା, ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏସଡିପିଓ ଶୁଭମ ଭୋସଲେ ପ୍ରମୂଖ ଉପସ୍ଥିତ ରହି ଥିବା ବେଳେ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ସମସ୍ତ ଅୟୋଜନ କରାଯାଇ ଥିବା ବେଳେ ଡିଏଫଓ ଘନ ଶ୍ୟାମ ମହାନ୍ତ,
ରେଞ୍ଜର ଡି.ସୁବାଷ, ଫରେଷ୍ଟର ପପୁ ଦୋରା, ସମେତ କ.ନୂଆଗାଁ ରେଞ୍ଜର ରମାକାନ୍ତ କହଁର, ସୁଶାନ୍ତ କୁମାର ବୈଶାଖୀ ପ୍ରମୁଖ ଉପସ୍ଥିତିରେ ଭବ୍ୟ ସ୍ୱାଗତ କରିଥିଲେ | ପ୍ରଥମଥର ପାଇଁ କୋଟଗଡ ଜଙ୍ଗଲ ରୁ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାକୁ କାଠ ୨୩ ଖଣ୍ଡ ରୁ ଉର୍ଦ୍ଧ ଯାଉଥିବାରୁ ବାଲିଗୁଡ଼ା ଅଞ୍ଚଳ ର ଜଗନ୍ନାଥ ପ୍ରେମୀ ଆନନ୍ଦିତ ଥିବା ଦେଖିବାକୁ ମିଳିଥିଲା l