-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||     

HOME   ଜିଲ୍ଲା

କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ

25-Apr-2026



ବଲାଙ୍ଗୀର (ପ୍ରେରଣା ଖବର): ସଂପ୍ରତି ଦେଶରେ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ତୁମ୍ବିତୁଫାନ ଚାଲିଛି। ବିଜେପିଦଳ ଏହି ବିଲକୁ ଚଳିତଥର ପାର୍ଲାମେଣ୍ଟରେ ବିରୋଧ କରିଥିବା କଂଗ୍ରେସ ଦଳକୁ ମହିଳା ବିରୋଧୀ ବୋଲି କହି ଅଭିଯୋଗ ଉଠାଇ ସସସ୍ତ ଜିଲ୍ଲାରେ ପ୍ରଚାର ଚଳାଇଛି। ଏହାକୁ କାଉଣ୍ଟର କରି କଂଗ୍ରେସଦଳ ବିଜେପିଦଳ ଉପରେ ପାଲଟା ଅଭିଯୋଗ ଆଣିଛି। ଗତ ୨୦୨୩ ମସିହାରେ ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଛି। ସେହି ବିଲ୍‌କୁ ବିନା ସଂଶୋଧନରେ ପୁଣିଥରେ ଭାଜପା କିଭଳି ଉପସ୍ଥାପନ କରିଛି । ସେତେବେଳେ ସର୍ବସମ୍ମତିରେ ସବୁଦଳର ସହଯୋଗରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ଲାଭ କରିସାରିଛି। କିନ୍ତୁ କେନ୍ଦ୍ରର ଭାଜପା ସରକାର ଏହାକୁ ନୋଟିଫିକେସନ କରି ଲାଗୁକରୁନାହିଁ। ଏବେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ ଯୋଡି ବିବାଦୀୟ କରୁଛି ବୋଲି କଂଗ୍ରେସ ଦଳ ଅଭିଯୋଗ କରି ସାମ୍ବାଦିକ ସମ୍ବିଳନୀରେ ଭାଜପା ବିରୋଧରେ ବିଷୋଦଗାର କରିଛି। ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅନୀଳ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ପ୍ରଦେଶ କଂଗ୍ରେସର ଉପସଭାପତି ପୂର୍ବତନ ବିଧାୟକ ସନ୍ତୋଷସିଂ ସାଲୁଜା (କୁକୁସିଂ), ପିସିସିର ମିଡିଆ ସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ, ଜିଲ୍ଲା ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ମିଲନୀ ସାହୁ, ଡିସିସି ଉପସଭାପତି ଜନ୍ମେଜୟ ସାହୁ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ଥିଲେ। ସନ୍ତୋଷସିଂ ସାଲୁଜା(କୁକୁସିଂ) କହିଛନ୍ତି ଯେ, ଭାଜପା ଦଳ କଂଗ୍ରେସ ଦଳକୁ ମହିଳା ବିରୋଧୀ ବୋଲି କହିବାର ଅଧିକାର ନାହିଁ। କଂଗ୍ରେସଦଳ ବହୁବର୍ଷ ପୂର୍ବରୁ ମହିଳାଙ୍କୁ ପ୍ରାଧାନ୍ୟଦେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ରାଷ୍ଟ୍ରପତି ଭଲି ଉଚ୍ଚପଦ ଦେଇସାରିଛି। ଓଡିଶାରେ ନନ୍ଦିନୀ ଶତପଥିଙ୍କୁ ମୁଖ୍ୟମନ୍ତ୍ରୀ,ଇନ୍ଦିରା ଗାନ୍ଧୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ, ମୀରା କୁମାରଙ୍କୁ ଲୋକସଭାର ବାଚସ୍ପତି ଓ ପ୍ରତିଭାସିଂ ପାଟିଲଙ୍କୁ କଂଗ୍ରେସଦଳ ରାଷ୍ଟ୍ରପତି ପଦ ଦେଇ ସାରିଛି। ତେଣୁ କଂଗ୍ରେସ ଦଳ କେବେବି ମହିଳା ଅଧିକାର ବିରୋଧି ନଥିଲା କିମ୍ବା ରହି ନାହିଁ । ଏବେ ଭାଜପା ଦଳ ମହିଲା ସଂରକ୍ଷଣ ବିଲ୍ ନାମରେ ବେଆଇନ ଭାବରେ ସୀମ଼ା ପୁନଃନିର୍ଦ୍ଧାରଣ କରାଇ ଭାଜପା ଶାସିତ ରାଜ୍ୟରେ ସିଟସଂଖ୍ୟା ବଢାଇବାକୁ ଉଦ୍ୟମ କରିଥିଲା। ତାହାକୁ କଂଗ୍ରେସ ଦଳ ବିରୋଧ କରିଛି। ଯେଉଁ ଭାଜପାଦଳ ମହିଳାଙ୍କ ଅଧିକାର କଥା କହୁଛି ସେମାନଙ୍କର ମୂଳ ସଂଗଠନ ଆରଏସଏସରେ ଆଜି ପର୍ଯ୍ୟନ୍ତ ମହିଳା ସଦସ୍ୟ ନିଆଯାଉ ନାହିଁ କାହିଁକି ବୋଲି କୁକୁସିଂ ପ୍ରଶ୍ନ କରିଛନ୍ତି। ପିସିସି ମିଡିଆ ସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି ଯେ, ବିଜେପି ଦଳ କେବେ ମଧ୍ୟ ମହିଳାଙ୍କୁ ସେମାନଙ୍କର ଅଧିକାର ଦେଇ ଆସି ନାହିଁ। କଂଗ୍ରେସଦଳ ୧୯୧୭ ମସିହାରେ ଡ.ଆନି ବେସନ୍ତଙ୍କୁ ପ୍ରଥମ ମହିଳା ଏଆଇସିସି ସଭାପତି କରିଥିଲା। ମହିଳାଙ୍କୁ ଅନେକ ପଦପଦବୀ ଦିଆଯାଇଛି। ଏବେ ମୋଦୀ ସରକାର କେବଳ ନାମକୁ ମାତ୍ର ମହିଳାସଂରକ୍ଷଣ କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ୨୦୨୩ ମସିହାରେ ପାରିତ ବିଲ କୁ ଲାଗୁ କରିବାରେ ମୋଦୀ ସରକାରଙ୍କୁ ଅସୁବିଧା କେଉଁଠି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ସେହିପରି ମୋଦୀ ସରକାର ବିଭିନ୍ନ କ୍ଷେତ୍ରରେ ଶାସନ ପରିଚାଳନାରେ ଫେଲ ମାରୁଥିବାରୁ ଲୋକଙ୍କୁ ସେହି ପ୍ରଶଙ୍ଗରୁ ଦୂରେଇ ରଖିବାକୁ ଏଭଳି କରିଛନ୍ତି ବୋଲି କହିଛନ୍ତି । ଦେଶରେ ଦରଦାମ ନୀୟନ୍ତ୍ରଣ ବାହାରେ, ବୈଦେଶିକ ନୀତିରେ ଫେଲ ମାରିବା ଦେଖାଯାଉଛି। କେବଳ ଆକ୍ରୋଶ ରାଜନୀତି କରାଯାଇ ବିରୋଧିଙ୍କୁ ହଇରାଣ ହରକତ କରାଯିବା,ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ମୋଦୀଙ୍କର ଶାଳୀନତା ଦେଖାଯାଉନାହିଁ ବୋଲି ଅରିବିନ୍ଦ ଦାସ ଅଭିଯୋଗ ଉଠାଇଥିଲେ । ବିଜେପିଦଳରେ ମହିଳାଙ୍କ କେତେ ପ୍ରତିନିଧିତ୍ୱ ରହିଛି ତାହା ନରେନ୍ଦ୍ର ମୋଦୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି । ଏବେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ କେବଳ ନାଟକବାଜୀ କରିବାକୁ ଅପ୍ରେଲ ୩୦ ତାରିଖ ରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନା କରିବାକୁ ବିଧାନସଭାର ସ୍ୱତନ୍ତ୍ର ବୈଠକ କରାଯାଉଛି ବୋଲି କଂଗ୍ରେସ ଦଳ ଅଭିଯୋଗ ଉଠାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026

You Might Also Like