-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
22-Feb-2022
ବରଗଡ:-ରାଜ୍ୟସରକାର ଙ୍କ ପ୍ରଚଳିତ ୫-ଟି ଓଡ଼ିଶାରେ ଥିବା ପ୍ରାୟତଃ ସମସ୍ତ ହାଇସ୍କୁଲ କୁ ବିକସିତ ତଥା ଅତ୍ୟାଧୁନିକ ପଦ୍ଧତିରେ ଆସୁସଙ୍ଗିକ ବ୍ୟବସ୍ଥା ସକାଶେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଛାତ୍ର ଛାତ୍ରୀ ଙ୍କ ପାଠପଢିବା ପାଇଁ ନୂତନ ସ୍କୁଲ ଗୃହ ନିର୍ମାଣ, ଶୈାଚାଳୟ ସାଙ୍ଗକୁ ପରିଶ୍ରାଗାର ସହ ସ୍କୁଲପରିସର କୁ ସୁରକ୍ଷିତ ରଖିବାପାଇଁ ପାଚେରୀ ନିର୍ମାଣ କରାଯାଉଛି ।ଏ ପରିପ୍ରେକ୍ଷୀରେ ଗତକାଲି ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ କେର୍ମେଲାବାହାଲ ସ୍ଥିତ ହାଇସ୍କୁଲ,ପଲସଦା ହାଇସ୍କୁଲ ସମେତ ବାଦିକଟା,ସାପଲହର ହାଇସ୍କୁଲ ମାନଙ୍କରେ ଚାଲିଥିବା କାର୍ଯ୍ୟକୁ ଦେଖିବାପାଇଁ ପାଇକମାଲ ବ୍ଳକ ବି.ଡି.ଓ ସୁଶ୍ରୀ ଉପାଞ୍ଜଳୀ ମାଝୀ ସଦଳବଳେ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ କାର୍ଯ୍ୟ ଗୁଡ଼ିକ ମନ୍ଥରଗତି ରେ ଚାଲୁଥିବା ହୃଦୟଙ୍ଗମ କରି
ସଙ୍ଗେସଙ୍ଗେ ନିଯୁକ୍ତି ହୋଇଥିବା ଠିକାଦାର ଙ୍କୁ ଡାକି ବିରକ୍ତି ଭାବ ପ୍ରକାଶ କରିବାସହ ଅତିଶିଘ୍ର କାମ ଶେଷ କରିବାକୁ ତାଗିଦ କରିଥିଲେ ।ଆସନ୍ତା ମାସ ୫ ତାରିଖ ସୁଦ୍ଧା କାମ ଶେଷ କରି ହସ୍ତାନ୍ତର କରିବାକୁ ଠିକାଦାର ମାନଙ୍କୁ ସଜାଗ ମଧ୍ୟ କରିଛନ୍ତି । ପରିଦର୍ଶନ ସମୟରେ ଏହି କାର୍ଯ୍ୟକ୍ରମ ଜଡ଼ିତ ସମସ୍ତ ବିଭାଗୀୟ କର୍ମଚାରୀ ତଥା ପାଇକମାଲ ବ୍ଳକ ରେ କାର୍ଯ୍ୟରତ ଏ.ବି.ଡି.ଓ ଶ୍ରୀମାନ ଦେବାଶିଷ ସିହ୍ନା, ଆସିଷ୍ଟାଣ୍ଟ ଏକଜ୍ୟୁଟିଭ ଇଞ୍ଜିନିୟର ଅଂଶୁମାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।