-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Feb-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ଵଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ହୃଦଘାତ ରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଶିକ୍ଷକ ଜଣକ ହେଲେ ୪୫ବର୍ଷ ବୟସର ଆଚାର୍ଯ୍ୟ ସୁଧୀର କୁମାର ବେହେରା । ସେ ବରଗଡ ଜିଲ୍ଲା ଗାଏସିଲେଟ ଥାନା ଡ଼ଙ୍ଗର ମୁଣ୍ଡା ଗ୍ରାମର।ସେ ଗତ କିଛିବର୍ଷ ହେଲା କଣ୍ଟାବାଞ୍ଜି ର ପଟେଲ କଲୋନୀରେ ଏକୁଟିଆ ଘରଭଡା ନେଇ ରହିବା ସହିତ ତୁରେକେଲା ବ୍ଲକର ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ରେ ଶିକ୍ଷକତା କରି ଆସୁଥିଲେ।ତାଙ୍କର ଆଗରୁ ଉଚ୍ଚରକ୍ତଚାପ ରୋଗ ରହିଥିବାରୁ ସେ ଗତ କିଛିଦିନ ହେଲା ଭୁବନେଶ୍ୱର ଏମ୍ସ ଡାକ୍ତର ଖାନାରେ ଚକିତ୍ସିତ ହେଉଥିଲେ, ହେଲେ ନିର୍ବାଚନୀ କାମରେ ଯୋଗ ଦେବା ପାଇଁ ସେ କଣ୍ଟାବାଞ୍ଜି ଆସି ସୋମବାର ଦିନ ବଲାଙ୍ଗୀର ଗୁଡଭେଲା କୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ,ହେଲେ ରବିବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାସହ ଘରେ ଟଳିପଡିଥିଲେ। ପରେ ପାଖ ପଡୋଶୀ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ମୃତ ଘୋଷଣା କରଥିଲେ।ଆଜି ସୋମବାର ସକାଳେ ତାଙ୍କର ଶବ ବ୍ୟବଛ୍ଛେଦ କରିବା ପରେ ତାଙ୍କର ପରିବାର ବର୍ଗଙ୍କୁ ମୃତଶରୀରକୁ ହସ୍ତାନ୍ତର କରାଯାଇଥିଲା।ତାପରେ ତାଙ୍କର ଶବ ସତ୍କାର ପାଇଁ ତାଙ୍କ ନିଜ ଗ୍ରାମକୁ ନିଆ ଯାଇଥିଲା।ସେ ଜଣେ ମେଳାପୀ,ସ୍ପଷ୍ଟବାଦୀ ଓ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କର ସଂସ୍କୃତ ଶିକ୍ଷାଦାନ ଉଚ୍ଚକୋଟୀର ରହିଆସିଥିଲା। ତାଙ୍କର ବିୟୋଗ ରେ ବହୁ ମାନ୍ୟଗଣ ବ୍ୟକ୍ତି,ତୁରେକେଲା ବ୍ଳକ ତଥା ଅନ୍ୟ ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ବିରଂଚି ନାରାୟଣ ଦାଶ ଶୋକ ବ୍ୟକ୍ତ କରିଛନ୍ତି।