-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
20-Feb-2022
ବରଗଡ(ନିରଞ୍ଜନ ତ୍ରିପାଠୀ) : -ସ୍କୁଲ ନାହିଁ ତ ଭୋଟ ନାହିଁ ଏମିତି କିଛି ନାରା ସହ ଭୋଟ ବର୍ଜନ କରିଛନ୍ତି ବିଜେପୁର ବ୍ଲକ ସାଇପାଲି ପଞ୍ଚାୟତ ସାଲେଦମକି ଗ୍ରାମବାସୀ। ଏହି ଗ୍ରାମର ମୋଟ ଭୋଟର ସଂଖ୍ୟା ୩୦୦ ଥିବା ବେଳେ ନିଜ ଗ୍ରାମର ସ୍କୁଲ କୁ କାର୍ଯ୍ୟକ୍ଷମ କରିବା ପାଇଁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ। ସରକାରୀ ଘୋଷଣା ଅନୁଯାୟୀ ୫୦ ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା ସ୍କୁଲ ଗୁଡିକୁ ପାଖରେ ଥିବା ଅନ୍ୟ ସ୍କୁଲ ସହିତ ଯୋଡି ଦେବା ସହ ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇଥିଲା। ସେହି ପରିପେକ୍ଷିରେ ୩୩ ଜଣ ଛାତ୍ର ଛାତ୍ରୀ ଥିବାରୁ ଏହି ଗ୍ରାମର ସ୍କୁଲ କୁ ମଧ୍ୟ ପାର୍ଶ୍ୱ ଗ୍ରାମର ସ୍କୁଲ କୁ ସ୍ଥାନନ୍ତ୍ରଣ କରାଯାଇଥିଲା। ହେଲେ ପାର୍ଶ୍ୱ ଗ୍ରାମ ର ସ୍କୁଲ ପ୍ରାୟ ୨ କିଲୋମିଟର ଦୂର ହେଉଥିବା ବେଳେ ପ୍ରତିଦିନ ଦିନ ମଜୁରୀ କରି ଚଳୁଥିବା ଗ୍ରାମବାସୀ ଙ୍କ ପାଇଁ ଛୁଆ ଙ୍କୁ ସ୍କୁଲ ନେବା ଆଣିବା କରିବା ଅସୁବିଧା ସହ ଛୁଆ ଙ୍କୁ ଏକୁଟିଆ ଛାଡିବା ଅସୁରକ୍ଷିତ ବୋଲି ମନେ କରି ନିଜ ଗ୍ରାମ ର ବନ୍ଦ ଥିବା ସ୍କୁଲ କୁ ପୁନଃ କାର୍ଯ୍ୟକ୍ଷମ କରେଇବା ପାଇଁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ।