-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ ସମ୍ବାଦ ପ୍ରତିନିଧି ସ୍ୱର୍ଗତ ସାମ୍ବାଦିକ ଉପେନ୍ଦ୍ର ପଣ୍ଡାଙ୍କ ଗଙ୍ଗାଶ୍ରାଦ୍ଧ ଦିବସ ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I 'ସମ୍ବାଦ' ଆମ ଓଡିଶା ପରିବାର ପକ୍ଷରୁ ଗୋଡ଼ଭଗା ଗୋଲକ ନଗର ବାସଭବନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୩୩ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ I ଏହି ଶିବିରରେ ସ୍ୱର୍ଗତ ସାମ୍ବାଦିକ ଶ୍ରୀ ପଣ୍ଡାଙ୍କ ସାନ ଝିଅ ନିହାରିକା ପଣ୍ଡା ସର୍ବପ୍ରଥମେ ରକ୍ତଦାନ କରିଥିଲେ I ଆଜିକାର ଏହି ଗଙ୍ଗାଶ୍ରାଦ୍ଧରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ସମ୍ବାଦ ସମ୍ବଲପୁର ସଂସ୍କରଣ ଶାଖା ପରିଚାଳକ ଗଜେନ୍ଦ୍ର ମଲ୍ଲିକ, ଲଷ୍ମୀ ନାରାୟଣ ହୋତା, ରତ୍ନାକର ଭୋଇଙ୍କ ସମେତ ଓଜେୟୁ ସମ୍ବଲପୁର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ଓଜେୟୁ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ଓୟୁଜେ ବରଗଡ ଜ଼ିଲ୍ଲା ସଭାପତି ରବି ପଣ୍ଡା, ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସାଧବ ପ୍ରଧାନ, ସୁବ୍ରତ ପାଢ଼ୀ, ବାଳ କୃଷ୍ଣ ସାହୁ, ଦେବେନ୍ଦ୍ର ନାୟକ, ସଞ୍ଜୟ ପାଗଡ଼, ମାନସ ସାହୁ, ସଂଜୀବ ପାଣିଗ୍ରାହୀ, ମନୋଜ ସାହୁ, ଶ୍ରୀହରି ନାଗ, ସୁଦର୍ଶନ ହରିପାଳ, ଲିଲିଶ୍ରୀ ସରଭଙ୍ଗିଆ, ସୌରେନ୍ଦ୍ରି ନାୟକ ପ୍ରମୁଖ ବହୁ ରାଜନେତା, ସାମାଜିର୍କ କର୍ମୀ ତଥା ସାମ୍ବାଦିକ ଯୋଗଦାନ କରି ସ୍ୱର୍ଗତ ସାମ୍ବାଦିକ ଶ୍ରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ I ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ମିନାକ୍ଷୀ ମହାନ୍ତି, ଟେକନିସିଆନ ଦେବାଶିଷ ମିଶ୍ର, କାଉନସିଲର ମଣ୍ଟୁ ପ୍ରଧାନ, ସହଯୋଗୀ ପଏନୁ ଭୋଇ, ସଂଜୀବ ବେରା, ଜନକ ବେହେରା ରକ୍ତ ସଂଗ୍ରହ କରିଥିଲେ I ଯୁବ ସମାଜସେବୀ ଜିତୁ ନନ୍ଦ ଏହି ଶିବିର ଆୟୋଜନର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ I