-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ମଦ ଚଢାଉବେଳେ ପିଡିଏସ୍ ଚାଉଳ ମିଳିବା ମାମଲା : ଜଣାପଡିଲାନି କାହାର ?

19-Feb-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ୧୮ ତାରିଖରେ ଟିଟିଲାଗଡ ପ୍ରଶାସନ ପକ୍ଷରୁ ଚଢାଉବେଳେ ସେଠାକାର ହାସପାତାଳ ପଛପଟ ସରକାରୀ କ୍ବାଟର୍ସ ଥିବା ପରିସରର ଜଣକଘରୁ ମଦ ଜବତ କଲାବେଳେ ମଦ ଇତ୍ୟାଦି ଅବକାରୀ ଦ୍ରବ୍ୟ ସହ ବିପୁଳ ପରିମାଣର ପିଡିଏସ୍ ଚାଉଳ ଜବତ କରାଯାଇଛି । ତେବେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜବତ ହୋଇଥିବା ଏହି ୧୫୦ ବସ୍ତା ଚାଉଳ ଓ କିଛିବସ୍ତା ଗହମ ଗରିବ ପରିବାରର ଏକ ଘରୁ ବାହାରିଥିବା ସହ ଏହା କାହାର , କେଉଁଠୁ ଚାଉଳ ଆଣି କିଏ ରଖିଥିଲା ; କିଛି ଜଣାପଡି ନଥିଲା ବୋଲି ଏକ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ତେବେ ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଥିବା ମଧ୍ୟ ପ୍ରକାଶ । 

ଏହା 'ଧର୍ମକୁ ଆଖିଠାର ' ମାରିଲା ପରି ଏକ ଘଟଣା ଓ ଖବର !  ଉପଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ , ଯୋଗାଣବିଭାଗ ଉପଖଣ୍ଡ କାର୍ଯ୍ୟାଳୟ , ଏସି ଏସ୍ ଓ ସରକାରୀ କ୍ବାଟର , ସୂଚନା ଭବନ ଓ ଅନ୍ୟାନ୍ୟ ବିଭାଗର କ୍ବାଟର୍ସ ରହିଥିବା ଏହି ଘରଟି କାହାର , ସେଠି ଆଗରୁ କଣ ଚାଲିଆସୁଛି ଓ ସମ୍ପୃକ୍ତ। ଯୁବକଜଣକ କାହାଲୋକ , ଏକଥା ଟିଟିଲାଗଡ ସହରବାସୀ , ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ  ଭଲଭାବରେ ଜଣା ।  ଦୀର୍ଘବର୍ଷ ଧରି ଯୋଗାଣବିଭାଗର ଜଣେ ସାମାନ୍ୟ ଅସ୍ଥାୟୀ ଭ୍ୟାନ୍ ଡ୍ରାଇଭରରୁ ଜିଲ୍ଲାର ଜଣେ ବରିଷ୍ଠ ବିଧାୟକଙ୍କ ବିଧାନସଭାରେ ଉପସ୍ଥାପିତ ଅଭିଯୋଗ ଅନୁଯାୟୀ ୫୦କୋଟିର ମାଲିକ ପାଲଟିଥିବା ଜଣେ ବହୁଚର୍ଚ୍ଚିତ ସରକାରୀ ଚାଉଳ ପରିବହନ ଏଜେଣ୍ଟ ଓ ମିଲ୍ ମାଲିକ ଏହି ସହରର ବାସିନ୍ଦା । ତାଙ୍କ ସହ ଉକ୍ତ ଗରିବ ଗୃହବାସୀଙ୍କର କୌଣସି ସମ୍ପୃକ୍ତି ଅଛି କି ନାଇଁ , ସମସ୍ତେ ଜାଣନ୍ତି । ଏହି ସହରରେ ସରକାରୀ ଚାଉଳ ଓ ଗହମର କାରବାର ରହିଥିବା ମହିଳା ଓ ଶିଶୁବିଭାଗ ମହିଳା ମନ୍ତ୍ରୀଙ୍କ ଘର । ତେବେ ଏହି ଚାଉଳ ବା ଗହମ କେଉଁ ବିଭାଗର ତଦନ୍ତ ପରେ ଜଣାପଡିବ । ଯେଉଁ ତଦନ୍ତ କେବେ ସରିବ , କେହି ଜାଣନ୍ତି ନାହିଁ ।  ସେହି ଚାଉଳରେ ଯୋଗାଣବିଭାଗ ବା ପିଡିଏସ୍  କିମ୍ବା କୌଣସି ଅଙ୍ଗନବାଡିର ଛତୁଆ ତିଆରି ହେଉଥିବା ଏସଏଚ ଜିର ଗହମ ର ଛାପ ମରାଯାଇନାହିଁ । ଏହା ଚିହ୍ନଟ ହେବା କାଠିକର ପାଠ ।

ଆଗରୁ ଏପରି ଜିଲ୍ଲାରେ ଚାଉଳ , ଗହମର ଧରପଗଡ ତଦନ୍ତର ଫଳାଫଳ ଫୁସ୍ ହେଇଯାଇଛି । କିଛିବର୍ଷ ତଳର ତୁଷୁରା , ସଇଁତଳାରୁ ଚୋରାଚାଲାଣ ହେଲାବେଳେ ବାଟରେ ଧରାପଡିଥିବା ଟ୍ରକ୍ ଟ୍ରକ୍ ଏସେନସିଆଲ୍ କମୋଡିଟି ବିଧିବଦ୍ଧ ପ୍ରମାଣିତ ହୋଇପାରିଥିବା ଜଣାଯାଇନାହିଁ । ସେତେବେଳେ ମଧ୍ୟ ଏହି ଏଜେଣ୍ଟଙ୍କ ନାଁ' ଚର୍ଚ୍ଚାକୁ ଆସିଥିଲା ।

ଚଳିତବର୍ଷ ଜିଲ୍ଲାର ବେଲପଡା ନିକଟସ୍ଥ ଶ୍ୟାମଜୀ ରାଇସ୍ ମିଲ୍ ନିକଟରୁ ୫୦୦ବସ୍ତା ଲୋଡ୍ ଏକ ଦଶଚକିଆ ଟ୍ରକ୍ କୁ ବେଲପଡା ପୁଲିସ୍ ଧରି ଦ୍ଇତିନିଦିନ ଥାନାରେ ଅଟକ ରଖିଥିଲା । ଯାହାକୁ ସ୍ଥାନୀୟ ଉପଜିଲ୍ଲାପାଳ ବନାମ ଜିଲ୍ଲା ପ୍ରଶାସନ ଓ ଯୋଗାଣବିଭାଗର କ୍ଲିନ୍ ଚିଟ୍ ପରେ ତାହା କଣ୍ଟାବାଞ୍ଜିର ଶ୍ୟାମଜୀ ଟ୍ରେଡର୍ସର ଚାଉଳ ଏବଂ ବାଟଭୁଲି ଡ୍ରାଇଭର ଟ୍ରକ୍ ଟିକୁ ସେପଟ ରାସ୍ତାକୁ ନେଇଯାଇଥିବା ହାସ୍ୟାସ୍ପଦ କୈଫିୟତ୍ ଦିଆଯାଇ ଛାଡିଦିଆଯାଇଥିଲା ।  ଆହୁରି ଅନେକ ଏପରି ଉଦାହରଣ ମଧ୍ୟ ରହିଛି । ସବୁ ଜାଣି ସୁଦ୍ଧା ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧିମାନେ ଓ ଅଧିକାରୀମାନଙ୍କ ସହ ଜନସାଧାରଣ ନୀରବଦ୍ରଷ୍ଟା ପାଲଟିଛନ୍ତି । ତେଣୁ ଏ ଘଟଣାରେ ଏପରି ଖବରରେ , ' ଯେଉଁଠି ହାତୀ ଗଳିଯାଉଛି , ଏ ଛୁଞ୍ଚିମୁନକୁ ପଚାରେ କିଏ  ? 'ବୋଲି ଲୋକେ କଟାକ୍ଷ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like