-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲ ଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହେବାର ଦେଖିବାକୁ ମିଳିଛି । ପୋଲିସ ଉପରେ ଜନତାଙ୍କ ହଠାତ ଆକ୍ରମଣ କରି ଗାଡି ଉପରେ ବସିଥିବା ପୋଲିସ ବାବୁଙ୍କୁ ଗୋଟିଏ ଶକ୍ତ ଚାପୁଡା ମାଡ଼ ହୋଇଛି । ଏହା ସହ ଜନତା ଉତ୍ୟକ୍ତ ହୋଇ ପୋଲିସ ଗାଡି ଉପରକୁ ଟେବୁଲ ଡେକ୍ସ ଆଣି ଗାଡି ଭାଙ୍ଗି ଦେଇଛନ୍ତି । ଏହା ପରେ ବାଧ୍ୟ ହୋଇ ପୋଲିସ ପକ୍ଷରୁ ସାମାନ୍ୟ ଲାଠି ଚାର୍ଜ କରିବାରୁ ଲୋକ ମାନେ ସାମାନ୍ୟ ପଛଘୁଞ୍ଚା ଦେଇଥିଲେ । ଏହା ସହ ସେଠାରେ ହୋଇଥିବା ହୋଇଥିବା ଧସ୍ତାଧସ୍ତି ରେ ଗାଇସିଲାଟ ଥାନାଧିକାରୀ ମୁଣ୍ଡ ଫାଟିଥିବା ଜଣାଯାଏ । ବିଶ୍ବସ୍ତ ସୂତ୍ରରୁ ଖବର ରହିଛି କି ଗୋଟିଏ ପୋଲିସ ଗାଡି କୁ ରଖିଥିବା ବେଳେ, ଗୋଟିଏ ଗାଡିକୁ ଛାଡି ଦେଇଛନ୍ତି ।