-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜ଼ିଲ୍ଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରିପେକ୍ଷୀରେ ଆସନ୍ତାକାଲି ଶୁକ୍ରବାର ମାନେଶ୍ଵର ଓ ନାକ୍ଟିଦେଉଳ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ I ମାନେଶ୍ଵର ବ୍ଲକ ଜୋନ୍-୧ ଓ ଜୋନ୍-୨ରେ ମୋଟ ୧୨ ଟି ପଞ୍ଚାୟତ ୧୬୧ ଟି ୱାର୍ଡରେ ୪୮୦୧୧ ଜଣ ଭୋଟର ରହିଥିବାବେଳେ ନାକ୍ଟିଦେଉଳ ବ୍ଲକ ଜୋନ୍ ୧ ଓ ଜୋନ୍-୨ରେ ୧୪ଟି ପଞ୍ଚାୟତ ୧୭୫ ଟି ୱାର୍ଡରେ ୫୨୯୭୧ ଜଣ ଭୋଟର ରହିଛନ୍ତି । ଜ଼ିଲ୍ଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପ୍ରଥମ ପର୍ଯ୍ୟାୟ ଗତ ୧୬ ତାରିଖ ରେଢ଼ାଖୋଲ ଓ ଯୁଯୋମୁରା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି I ତେବେ ବିଭିନ୍ନ ଥାନା ଅଞ୍ଚଳର ମାନେଶ୍ଵର ବ୍ଲକ ରେ ୧୪ଟି ସମ୍ବେଦନଶୀଳ ଓ ୭ ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି । ସେହିପରି ନାକ୍ଟିଦେଉଳ ବ୍ଲକରେ ୧୩ଟି ସମ୍ବେଦନଶୀଳ ଓ ୪ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି I