-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକାସରା ବ୍ଳକ କାଉଡୋଳା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ତଥା ବୃଦ୍ଧ ବୃଦ୍ଧାଙ୍କ ଆଖିର ଲୁହ ପୁଛିବା ପାଇଁ ଓ କାଉଡୋଳା ପଞ୍ଚାୟତ ର ବିକାଶ ପାଇଁ ଯୁବ ନେତା ତଥା କାର୍ଯ୍ୟରତ ସାମ୍ବାଦିକ ଭାବରେ ଅନେକ ଇନ୍ଧିରା ଆବାସ ମୋ କୁଡ଼ିଆ ପାଇଁ ଅନେକ ହିତାଧିକାରୀଙ୍କୁ ସାହାଯ୍ୟ ସହଯୋଗ କରି ନିଜେ ସେ ଏବେ ରାଜନୀତି କ୍ଷେତ୍ରରେ ବଂଶୀ ଧର ବେଶ୍ରା ସରପଞ୍ଚ ପ୍ରାର୍ଥୀଭାବରେ ସୂର୍ଯ୍ୟ ଚିହ୍ନ ରେ ଠିଆ ହୋଇଛନ୍ତି ।
ତେବେ କାଉଡୋଳା ଗ୍ରାମ ପଞ୍ଚାୟତ ର ଉନ୍ନତି କରିବା ପାଇଁ ସୂର୍ଯ୍ୟ ଚିନ୍ନରେ ଠିଆ ହୋଇ ଘର ଘର ବୁଲି ଭୋଟ୍ ଭିକ୍ଷା ମାଗୁ ଛନ୍ତି । ତାଙ୍କ ପ୍ରଚାରରେ କାଉଡୋଳା ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମରୁ ଭୋଟର ଭାଇ ମାନେ ପ୍ରଚାର ରେ ସାମିଲ ହୋଇ ସୂର୍ଯ୍ୟ ଚିନ୍ନରେ ଭୋଟ ଦେଇ ବଂଶି ଧର ବେଶ୍ରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ଲୋକ ମାନ ଙ୍କୁ ନିବେଦନ କରି ବାର ଦେଖିବା କୁ ମିଳିଥିଲା ଓ ବଂଶୀ ଧର ବେଶ୍ରା ଯଦି ସରପଞ୍ଚ ହେଲେ ସୂର୍ଯ୍ୟ ଯେପରି ସାର ଜଗତକୁ ଆଲୋକ ମୟ କରୁଛି ସେହି ପରି କାଉ ଡୋଳା ଗ୍ରାମ ପଞ୍ଚାୟତ କୁ ସେ ଆଲୋକ ମୟ କରି ଲୋକ ମାନ ଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବେ ବୋଳି ପ୍ରତିଶ୍ରୁତି ଦେଇଛନ୍ତି ଓ ସୂର୍ଯ୍ୟ ଚିହ୍ନ ରେ ଭୋଟ ଦେଇ ଜୟ ଯୁକ୍ତ କରିବା ପାଇ ଭୋଟର ଭାଇ ମାନ ଙ୍କୁ ନିବେଦନ କରି ଛନ୍ତି