-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ରାଜନୀତି

ଦ୍ବିତୀୟପର୍ଯ୍ୟାୟ ପଞ୍ଚାୟତନିର୍ବାଚନ  :  ପତିଆରାର ତ୍ରିମୁଖୀ ପ୍ରତିଦ୍ବନ୍ଦିତା  । ମୁଖିଆଙ୍କ ନଜରରେ ଗଡରକ୍ଷା ରଣକୌଶଳ

17-Feb-2022



ବଲାଙ୍ଗିର (ମଳୟ ମିଶ୍ର ଙ୍କ ରିପୋର୍ଟ) :ଆସନ୍ତା କାଲି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟପର୍ଯ୍ୟାୟ ଭୋଟଗ୍ରହଣ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଗଲପୁର , ଲୋଇସିଂହା ଓ  ପୁଇଁତଳା ତିନୋଟି ବ୍ଲକ୍ ରେ ହେଉଛି । ଏହି ଅଞ୍ଚଳରେ କଂଗ୍ରେସ , ଭାଜପା ଓ ବିଜଦ ତିନି ପ୍ରମୁଖ ଦଳର ପ୍ରଭାବ ରହିଛି ।  ପ୍ରଥମତଃ  ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କର ଜିଲ୍ଲାର ଏକମାତ୍ର ଭାଜପାର ନିର୍ବାଚନ ମଣ୍ଡଳୀ । ଗତ ବିଧାନସଭା ନିର୍ବାଚନରେ ଜିଲ୍ଲାର ଭାଜପାର ଗଡ କୁହାଯାଉଥିବା ପାଟଣାଗଡ ହାତରୁ ଯିବାପରେ ଲୋଇସିଂହା ହିଁ ଦଳର ମର୍ଯ୍ୟାଦା ରକ୍ଷା କରିଥିଲା । ଏବଂ ଏହାର ମୁଖ୍ୟ ପ୍ରସଙ୍ଗ ଥିଲା ସ୍ଥାନୀୟ ପ୍ରାର୍ଥୀଙ୍କ ନିର୍ବାଚନରେ ଉଠିଥିବା । କାରଣ ଦୀର୍ଘଦିନ ହେବ ଏହି ନିର୍ବାଚନମଣ୍ଡଳୀଟି ବାହାରିଆ ପ୍ରତିନିଧିଙ୍କ ଦଖଲରେ ରହିଆସିଥିଲା । ତେବେ ଏଥରର ଭାଜପା ବିଧାୟକଙ୍କର ଇତିମଧ୍ୟରେ କେତେ ପତିଆରା ଓ ସଂଗଠନ ଅକ୍ଷୁର୍ଣ୍ଣ ରହିଛି, ଚଳିତ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇଯିବ । ବିଧାୟକ ଏହି ପଞ୍ଚାୟତ ନିର୍ବାଚନରେ ପ୍ରାଣପଣେ ଲାଗିପଡିଥିଲେ ହେଁ , ଟଙ୍କା ଉଡୁଥିବା ପଞ୍ଚାୟତନିର୍ବାଚନରେ ଦଳର ତୁଙ୍ଗନେତା ବନାମ ଭାଜପା ସାଂସଦଙ୍କ ବଳ ଓ ନିଷ୍ଠାପର ସହଯୋଗ କେତେ ପରିମାଣରେ ମିଳୁଛି , ଏହା ଉପରେ ସବୁ ନିର୍ଭର କରେ । ତଥାପି କେନ୍ଦ୍ର ସରକାର ଓ ମୋଦୀମ୍ୟାଜିକ୍ ଅଦ୍ୟାପି  ଏହି ଅଞ୍ଚଳର ରାଜନୀତିସଚେତନ ନେତା ଓ ଭୋଟରଙ୍କ ଭିତରେ ରହିଛି ।

ସେହିପରି ଏହି ନିର୍ବାଚନମଣ୍ଡଳୀଟିର ଲୋଇସିଂହା ହେଉଛି ଜିଲ୍ଲା କଂଗ୍ରେସ ସଭାପତିଙ୍କର ଘର ଓ ଏହା ରାଜ୍ୟର ଟାଣୁଆ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କର ଏକପ୍ରକାର ପୋଷ୍ୟ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା । ପରିଣତ ବୟସରେ ମଧ୍ୟ ଶ୍ରୀ ମିଶ୍ର ଚଳିତ ପଞ୍ଚାୟତ ନିର୍ବାଚନରେ ତୋଫାନୀଗସ୍ତ କରି ଭୋଟପ୍ରଚାରରେ ମାତ୍ରାଧିକ ସକ୍ରିୟ । କେନ୍ଦ୍ର ବା ରାଜ୍ୟରେ କଂଗ୍ରେସର ସ୍ଥିତି ସେପରି ନଥିଲେ ହେଁ , ଅନ୍ତତଃ ବଲାଙ୍ଗୀର ଜିଲ୍ଲା ବା ସଂଲଗ୍ନ ଲୋଇସିଂହା ଅଞ୍ଚଳରେ ତାଙ୍କର ପତିଆରା ରହିଛି । ତେଣୁ ଏଠାରେ କଂଗ୍ରେସଦଳର ଲଢେଇକୁ ନଜରଅନ୍ଦାଜ୍ କରିହେବନାହିଁ । ଜିଲ୍ଲା ସଭାପତି ଦିଲୀପ ବେହେରାଙ୍କ ଶକ୍ତିସାମର୍ଥ୍ୟ ମଧ୍ୟ ତାଙ୍କ ନିଜ ଅଞ୍ଚଳରେ ନିଶ୍ଚିତଭାବେ କାମଦେବ ।ସର୍ବୋପରି ଲୋଇସିଂହା, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ସାନପୁଅ ବିଧାୟକ ପ୍ରାର୍ଥୀତ୍ବ ଦାବିଦାର ବିଜଦ ରାଜ୍ୟ ସମ୍ପାଦକ  ଯୁବନେତା ନୀହାର ରଞ୍ଜନ ବେହେରାଙ୍କର ଏହିଅଞ୍ଚଳରେ ସଂଗଠନ ରହିଛି । ତା'ଛଡା ଏହି ଅଞ୍ଚଳର ସୀମାନ୍ତବର୍ତ୍ତୀ ଗ୍ରାମ ଲାଉମୁଣ୍ଡାଠାରେ ଜିଲ୍ଲାର ସାଂଗଠନିକ ଦାୟିତ୍ୱରେ ଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କର ସଂଗଠନର ଏକ କାର୍ଯ୍ୟାଳୟ ଖୋଲିଛି ।  ତେଣୁ ଏହି ନିର୍ବାଚନମଣ୍ଡଳୀରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜଦଦଳର ଶକ୍ତିସାମର୍ଥ୍ୟ ସହଜରେ ଅନୁମେୟ ।  ଏତଦ୍ ବ୍ୟତୀତ ଏହି ଅଞ୍ଚଳରେ ପୂର୍ବତନ ସାଂସଦ ତଥା ପଶ୍ଚିମଓଡିଶାର ଟାଣୁଆ ପୂର୍ବବିଧାୟକ ବାଳଗୋପାଳ ମିଶ୍ର ଓ ତାଙ୍କ ପୁତ୍ର ପୂର୍ବବିଧାୟକପ୍ରାର୍ଥୀ ଆକାଶ ମିଶ୍ରଙ୍କର ଘର । ତାଙ୍କର ମଧ୍ୟ କିଛି ପ୍ରଭାବ ରହିଆସିଛି । ତେବେ ଏହା କେଉଁ ଦଳ ବା କେଉଁ ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲାପରିଷଦ ସଭ୍ୟଙ୍କ ମଧ୍ୟରେ କାହାକୁ ସୁହାଇବ , କଳନା କରିହେବ ନାହିଁ । ଏହି ନିର୍ବାଚନମଣ୍ଡଳୀରେ ବଲାଙ୍ଗୀର ଜିଲ୍ଲା ସଦରମହକୁମା ସଂଲଗ୍ନ ପୁଇଁତଳା ବ୍ଲକ୍ ଟି ମଧ୍ୟ କମ୍ ନୁହେଁ । ଏହି ବ୍ଲକ୍ର ଅଧ୍ୟକ୍ଷ ପଦ ଆଶାରେ ନରସିଂହ ମିଶ୍ରଙ୍କର ଭାଇବୋହୁ ଓ ପୁତୁରାମାନେ ଏଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପୂର୍ବରୁ ଏହି ବ୍ଲକ୍ ର ଅଧ୍ୟକ୍ଷ ପଦରେ ତାଙ୍କର ଜଣେ ପ୍ରଭାବଶାଳୀ ଭାଇ ଓ ଆଉଜଣେ ଭାଇବୋହୂ ରହିଆସିଥିଲେ ।

ସବୁଦଳର ମୁଖିଆମାନଙ୍କର ତୀକ୍ଷ୍ଣ ନଜରରେ ରହିଥିବା ରାଜ୍ୟର ଏହି ଅତିସଚେତନ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ୍

ତେଣୁ ଆଗାମୀକାଲି ଜିଲ୍ଲାର ଏହି ଦ୍ବିତୀୟପର୍ଯ୍ୟାୟର ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ  ପ୍ରଶାସନପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଏଠାରେ ନିର୍ବାଚନରେ କେଉଁମାନେ ସରପଞ୍ଚ , ବ୍ଲକ୍ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ସଭ୍ୟଭାବରେ ନିର୍ବାଚିତ ହେବେ , ମିଶ୍ରିତ ଫଳାଫଳ ଆଶା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like