-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ନର୍ଲା (ସଞ୍ଜିବ ଦାସ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଞ୍ଚଳରେ ଆଜି ସକାଳୁ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି lଵାଗପୁର ଓ ଜାମପଦର ରାସ୍ତାର କିଛି ଦୂରରେ ହାତୀ ମରିପଡିଥିଵା ଲୋକେ ଦେଖିବାକୁ ପାଇ ଜଙ୍ଗଲ ବିଭାଗକୁ ଜଣାଇଥିଲେ । ଦନ୍ତାହାତୀର ଶରୀରରେ ଅନେକ କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି। ତେବେ ଶୁକ୍ରବାର ରାତିରେ ହାତୀମାନଙ୍କ ଗୋଷ୍ଠୀରେ ନିଜ ନିଜ ମଧ୍ୟରେ ଜୋର୍ ଗର୍ଜନ କରିବା ସହ ଲଢେଇ ହୋଇ ହାତୀର ମୃତ୍ୟୁ ହୋଇ ଥାଇପାରେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ହାତୀ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ବନପାଳ ଭବାନୀ ନାଏକ ଜଣାଇଛନ୍ତି। ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ବୟର ଅଭାବ ଯୋଗୁଁ କିଛି ଦିନ ଆଗରୁ ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ଘଟିଥିବା ଦର୍ଶାଇ ପ୍ରାଣୀପ୍ରେମୀ କ୍ଷୋଭ ପ୍ରକାଶ କରୁଥିବା ବେଳେ ପ୍ରକୃତ ଅବହେଳାକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।