-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ସୁନ୍ଦରଗଡ଼(ପ୍ରେରଣା ଖବର) :- ଶୁକ୍ରବାର ସକାଳେ ସୁନ୍ଦରଗଡ଼ ଅତିରିକ୍ତ ମାଜିଷ୍ଟ୍ରେଟ ବିଶ୍ୱଜିତ୍ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ମାତ୍ର ୧୭ ଦିନ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁନ୍ଦରଗଡ଼ ସମେତ ଭୁବନେଶ୍ୱର,ଜଗତସିଂହପୁର ରେ ମଧ୍ୟ ଚଢ଼ାଉ ଜାରି ରହିଛି । ତାଙ୍କ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସ୍ଥିତ ଘର,ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଫ୍ଲାଟ୍, ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘର,ଜଗତସିଂହପୁର ମନିଜଂଘା ସ୍ଥିତ ସମ୍ପର୍କୀୟଙ୍କ ଘର,ସୁନ୍ଦରଗଡ଼ ସ୍ଥିତ ସରକାରୀ ବାସଭବନ ତଥା ଜିଲ୍ଲାପାଳ ଙ୍କ ଅଫିସ ରେ ଥିବା ତାଙ୍କ କାର୍ଯ୍ୟାଳୟ, ରାଜଗାଙ୍ଗପୁର ସ୍ଥିତ ଓସିଏଲ୍ କ୍ୟାମ୍ପସ ରେ ଭିଜିଲାନ୍ସ ଚଢ଼ାଉ କରିଛି ।