-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପଲ୍ଲିଶ୍ରୀ ଖେଳପଡିଆ ଠାରେ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବରେ କୃଷ୍ଣ ଭୁମିକାରେ ଅଭିନୟ କରିଥିବା ଭେଙ୍କଟେଶ ତ୍ରିପାଠୀଙ୍କ ଗୁରୁବାର ଥିଲା ବ୍ରତୋପନୟନ। ଏହି ଉତ୍ସବରେ ଧନୁଯାତ୍ରାରେ କଂସ ଭୁମିକାରେ ଅଭିନୟ କରିଥିବା ବରଗଡ ଜିଲ୍ଲାର ଚିଚିଣ୍ଡା ଗ୍ରାମର ଝସକେତନ ପ୍ରଧାନ ମାମୁଁ ଭାବରେ ଯୋଗ ଦେଇଥିଲେ । କରୋନା ସଂକ୍ରମଣ କୁ ନଜରରେ ରଖି ବିଗତ ବର୍ଷ ମାନଙ୍କରେ ସିନ୍ଧେକେଲା ବିରାଟ ଧନୁଯାତ୍ରା ବନ୍ଦ ଥିବାବେଳେ ଏ ବର୍ଷ ମଧ୍ଯ ହୋଇ ନ ଥିବାରୁ ଏହି ବ୍ରତଘର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କଂସ ବେଶରେ ସଜ୍ଜିତ ହୋଇ ପାତ୍ର ମନ୍ତ୍ରୀଙ୍କ ସହିତ ଉତ୍ସବକୁ ଆସିଥିଲେ । ତେଣୁ ଯାତ୍ରା ମଞ୍ଚର ଅଭିନୟ ଭଲି ଏକ
ପ୍ରକାର ଧନୁଯାତ୍ରା ମହୋତ୍ସବ କୁ ମନେ ପକାଇ ଦେଇଥିଲା। କରୋନା ଆଇନ ଅନୁଯାଇ କମ ଲୋକଙ୍କ ଗହଣରେ ହୋଇଥିବା ଏହି ବ୍ରତୋତ୍ସବରେ ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବା ନିଜ ପୁଅକୁ ପୁଅର ବାପା ବାଲାଜୀ ମାଁ ଅନିତା ଯଜ୍ଞ କରି ଯଜ୍ଞୋପବୀତ ଧାରଣ କରାଇଥିଲେ ହେଲେ ବ୍ରାହ୍ମଣ ପୁଅ ହୋଇଥିବାରୁ ନିତି ଅନୁସାରେ ପୁଅ ଯୋଗୀ ହୋଇଯାଇଛି । ତେଣୁ ମାଁ ବାପା ଅବା ପୁଅ କୁ ବିବାହ କରିବେ କେମିତି ସେଥିପାଇଁ ପୁଅ ମାଁ ବାପା ଙ୍କ ଠାରେ ରୋଷ କରି ଯୋଗୀ ହେବାପାଇଁ ଘରୁ ରୋଷାଣୀ ରେ ବାହାରି ଯାଇଛି । ସେ ପଟେ
ମାମୁଁ କଂସ ଗାଁର ପୂର୍ବ ଦିଗ ସୀମାରେ ତେନୋଟି ଗାର ପକାଇ ଭଣଞ୍ଜା କୁ ଘରକୁ ଫେରାଇ ନେବାକୁ ଜଗିଥିଲେ । ଭଣଞ୍ଜା ପହଞ୍ଚିବା ପରେ ନିଜ ଝିଅକୁ ତୁମକୁ ବିବାହ କରାଇବି ତେଣୁ ତୁମେ ଯୋଗୀ ହେବାପାଇଁ ନ ଯାଇ ଗୃହସ୍ଥ ଧର୍ମ ପାଳନ କରିବା ପାଇଁ ପ୍ରବର୍ତ୍ତାଇ ଭଣଞ୍ଜା ଙ୍କୁ ଘର ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହି ଦୃଶ୍ୟ ଦେଖଣାହାରୀ ଙ୍କୁ ବେଶ ମନ ମୋହିଥିଲା ନାଟକ ମଞ୍ଚର ଅଭିନୟ ରିଅଲ ଲାଇଫ ରେ ହେଉଥିବା ଏକ କାର୍ଯ୍ୟକ୍ରମ କୁ ନାଟକୀୟ ଅନୁଭବ ଆଣି ଦେଇଥିଲା।