-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ଭୁବନେଶ୍ୱର(ପ୍ରେରଣା ଖବର) : କୋଭିଡ ଗାଇଡ ଲାଇନ ରେ କେଜି ଶ୍ରେଣୀ ଓ ପ୍ଲେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆସନ୍ତା ୧୪ ତାରିଖରୁ କୋଭିଡ ନିୟମ ଅନୁଯାୟୀ ଖୋଲିବାକୁ ଅନୁମତି ଦେଇଛନ୍ତି । ସ୍କୁଲ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀ ମାନଙ୍କ ମନରେ ଉତ୍ସାହ ଥିବା ପରିଲକ୍ଷିତ ହୁଏ । ସ୍କୁଲ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ କୋଭିଡ ଗାଇଡ ଲାଇନ ରେ ଯାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୧୪ ତାରିଖ ରୁ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲୁ ଥିବାରୁ ସ୍କୁଲ ଗୁଡ଼ିକୁ ସାନିଟଇଯ କରାଯାଉଅଛି । କ୍ଲାସ ଗୁଡ଼ିକ କିଭଳି ହେବ ଶିକ୍ଷକ ମାନେ ଅଭିଭାବକ ମାନଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲ ଆସିବା ପାଇଁ କୌଣସି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରାଯିବନାହିଁ । ଅଭିଭାବକ ମାନଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଛି ।ଛାତ୍ର ଛାତ୍ରୀ ମାନେ ସ୍କୁଲ ନ ଆସିଲେ ପୂର୍ବ ଭଳି ଅନ ଲାଇନ ରେ ପାଠ ପଢି ପାରିବେ ।