-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ନର୍ଲା (ସଞ୍ଜିବ ଦାସ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଜାମପଡା ଓ ଖୈରମାଲ ଯିବା ରାସ୍ତାର ଏକ ପଡ଼ିଆରେ ଗୁରୁଵାର ସକାଳୁ ଏକ ମାଈ ହାତୀ ମରି ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ଲୋକଙ୍କ କହିବା ମୁତାବକ ଉକ୍ତ ହାତୀପଲ ଭୀମକେଲା ପଞ୍ଚାୟତ ଅଧୀନ ବୁର୍ଡିପଡାକୁ ଯାଇ ଏକ କଦଳୀ ବଗିଚାକୁ ନଷ୍ଟ କରିଥିଲେ। ତାପରେ ସହ ଉକ୍ତ ରାସ୍ତା ଦେଇ ଫେରିବା ବେଳେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ମାଈ ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ହାତୀ ମରି ପଡ଼ିଥିବା ସ୍ଥାନର ଠିକ୍ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ବିଦ୍ୟୁତ ଖୁଣ୍ଟ ଆଡ଼କୁ ଢଳି ପଡ଼ିଥିବା ଯୋଗୁଁ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳୁଛି। ଖବର ପାଇ ନର୍ଲା ରେଞ୍ଜର ଓ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ହାତୀ ମୃତ୍ୟୁର କାରଣ ବିଷୟରେ ନର୍ଲା ବନପାଳ ଭବାନୀ ନାଏକଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ କହିଛନ୍ତି।