-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର ଜୋର ଧରିଛି । ସବୁଦଳର ନେତା ନିଜନିଜ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଏବେ ପ୍ରାଣ ମୂର୍ଚ୍ଛା ଚେଷ୍ଟା ଆରମ୍ଭ ହୋଇଯାଇଛି ନିର୍ବାଚନ ମୈଦାନରେ। ରବିବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ସିନ୍ଧେକେଲା ୨୧ ନମ୍ବର ଜୋନ କଂଗ୍ରେସ ପ୍ରାର୍ଥୀ ଜିଲ୍ଲାପରିଷଦ ସଦସ୍ଯ ସନ୍ତୋଷ ନାଏକଙ୍କ ପାଇଁ ପ୍ରଚାର ମୈଦାନ ରେ ଓହ୍ଲାଇ ସିନ୍ଧେକେଲା,ଚାନ୍ଦୋତରା, ଦେଢ଼ଗାଁ, ପୁଡାପାଳି , ଭୁସଲାଡ, ଝଳପ, ସାଲେବରଟ, ଭୁର୍ଷାଗୁଡା, ଜାମଖୁଣ୍ଟା ,ଗନ୍ଧର୍ଲା ଆଦି
ପଞ୍ଚାୟତ ଓ ଗାଁରେ ପ୍ରଚାର କରିଥିଲେ । ବିଧାୟକ ଶ୍ରୀ ସାଳୁଜା ବିଧାୟକ ଭାବେ ଅଞ୍ଚଳର ବିକାଶ ପାଇଁ ଅହରହ ଚେଷ୍ଟା କରୁଥିବା ବେଳେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ଦେଇ ନିର୍ବାଚିତ କଲେ ଦ୍ରୁତ ଗତିରେ ବିକାଶ କାର୍ଯ୍ଯ ହୋଇପାରିବ ଓ ସାଧାରଣ ଲୋକେ ହିଁ ଏହାର ଫାଇଦା ପାଇପାରିବେ ବୋଳି ଭୋଟର ମାନଙ୍କୁ ନିବେଦନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ଯରେ ଭୋଲାନାଥ ବେହେରା , ନିଳକଣ୍ଠ ତ୍ରିପାଠୀ,ଗୋପୀନାଥ ସାହୁ , ପହଲେଶ୍ବର ପୁଟେଲ ପ୍ରମୁଖ ପ୍ରଚାର ରେ ସହଯୋଗ କରିଥିଲେ