-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
07-Oct-2026
ବଲାଙ୍ଗୀର(ପ୍ରେରଣା ଖବର): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବହିଷ୍କାର କରିବା, ଏସ ଆଇ ଆର କୁ ରଦ୍ଦ କରି ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟ ଅଧିକାର ପ୍ରଦାନ କରିବା, ଏମ. ଏମ. ଡ଼ି. ଆର(ସଂଶୋଧିତ ଆଇନ ) ୨୦୨୬କୁ ସମ୍ପୂର୍ଣ୍ଣ ବାତିଲ କରିବା, ତୃଟିପୂର୍ଣ ପାଠ୍ୟପୁସ୍ତକ ବାତିଲ କରି ନୂତନ ବିଜ୍ଞାନ ସମ୍ମତ ପାଠ୍ୟ ପୁସ୍ତକ ଯୋଗାଇ ଦେବା ଦାବିରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ ) ଓଡ଼ିଶା ପକ୍ଷରୁ ଅକ୍ଟୋବର ୬ ରୁ ୧୨ ସାରା ଓଡ଼ିଶା ପ୍ରତିବାଦ ସପ୍ତାହ ଉପଲକ୍ଷେ ଆଜି ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ କଲେଜ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଓଡ଼ିଶା ବନ୍ଦ କୁ ଦଳର ନୈତିକ ସମର୍ଥନ ଅଛି ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି।ଏଥିରେ ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ଼ ଅଶୋକ ମିଶ୍ର, ଜିଲ୍ଲା ସମ୍ପାଦକ ସୁନୀଲ କୁମାର ଭୋଇ, ମଧୁସୂଦନ ବାଗ, ଗୋରୀ ରାଉତ ସହ ବହୁ ସଦସ୍ୟ ସାମିଲ ଥିଲେ।