-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||     

HOME   ରାଜ୍ୟ

ସବୁ ସମୟରେ କଣ୍ଟାବାଞ୍ଜି ରେଲୱେ କ୍ଷେତ୍ରରେ ଉପେକ୍ଷିତ! ରେଲମନ୍ତ୍ରୀଙ୍କ କଲାହାଣ୍ଡି ପ୍ରୀତି , ବଲାଙ୍ଗିରକୁ ଅଣଦେଖା

07-Feb-2022



କଣ୍ଟାବାଞ୍ଜି(ଆନନ୍ଦ ମୋଟେ):ବଲାଙ୍ଗୀର ଜିଲ୍ଲା ଗରିବ ଦଳିତ ବହୁଳ ଏବଂ  ଶିଲ୍ପ ବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହର ରେ ବ୍ରିଟିଶ ଅମଳରୁ ଏକର ଏକର ରେଲୱେ ର ଜମି ରହିଛି । ହେଲେ ବର୍ତମାନ ସମୟରେ  ଏହି ଜମି ଖତ ଖାଉଛି । ୧୯୩୬ ମସିହାରୁ ଏହି ଅଂଚଳ ରୁ ଲୋକ ରେଳସେବା ପାଇଁ ଆସିଥାଏ । କିନ୍ତୁ ଏଠାରେ ଥିବା ରେଳ ବିଭାଗ କୃତପକ୍ଷ ଖାଲି ପଡି ରହିଥିବା ୭୫୦ ଏକର ଼ ଜମି ପାଇଁ ବହୁ ସରକାର ଯୋଜନା କରିଛନ୍ତି । ଜମି ଚିହ୍ନିତ ମଧ୍ୟ ହୋଇଛି , ରେଳ ବଜେଟ ରେ କଣ୍ଟାବାଞ୍ଜିର ରେଲୱେ ଜମିରେ ବିଭିନ୍ନ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏ ଇଟା ଟିଏ ମଧ୍ୟ ପଡି ନାହିଁ, ଯାହା ଦ୍ୱାରା ଏହି ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ । ରେଲ ବଜେଟ ୨୦୧୦ ଅନୁଯାୟୀ କଣ୍ଟାବାଞ୍ଜି ରେ ୫୦ ଏକର ଜମିରେ ରେଲଡ଼ବା ନିର୍ମାଣ କାରଖାନା, ୩୨ ଏକର ଜମିରେ ଲଜିଷ୍ଟିକ ଟରମିନାଲ, ୫ ଏକର ଜମିରେ ଜେନେରାଲ ସ୍ପେସାଲିଟି ହସପିଟାଲ, ୨୦ ଏକର ଜମିରେ ମଲ୍ଟି ସ୍ପେସାଲିଟି ହସପିଟାଲ, ୨ ଏକର ଜମିରେ କମ୍ୟୂନିଟି ହଲ, ୨୦୦  ମିଟରରେ ଓପିଡି ଏବଂ ଡାଇଗୋନଷ୍ଟିକ ସେଣ୍ଟର ପାଇଁ ଜମି ଚିହ୍ନଟ କରାଯାଇଥିଲା ।  ସେହିପରି  ୨୦୧୭ ମସିହାରେ ବିଦ୍ୟୁତ ଲୋକୋ ସେଡ୍  ପାଇଁ ୩୩୦.୭୩ କୋଟି ଏବଂ ମେମୋ ରେକ ମରାମତି ୱାକ୍ସଅପ୍ ୧୯୫.୨୩ କୋଟିର ପ୍ରସ୍ତାବ ପ୍ରକଲ୍ପ ପାଇଁ  ରେଲୱେ ମନ୍ତ୍ରାଳୟକୁ ପଠାଯାଇଥିଲା । ହେଲେ କୌଣସି ପ୍ରକଳ୍ପକୁ ଅନୁମୋଦନ ମିଳିଲା ନାହିଁ । ୨୦୧୮ ମସିହାରେ ଏହି ସବୁ ପ୍ରକଲ୍ପ ରେଳୱେ ବୋର୍ଡର ପିଙ୍କ ବୁକ୍‌ରେ ଲିପିବଦ୍ଧ ହୋଇଥିଲା ।  ହେଲେ ଆଜିଯାଏ କୌଣସି କାମ ଆଗକୁ ବଢିନାହିଁ । ବର୍ତମାନ ସମୟରେ ବଲାଙ୍ଗିର ସାଂସଦ ସଂଗିତା ସିଂ ଦେଓ ଅଛନ୍ତି । ବଲାଙ୍ଗିର ସାଂସଦ ଭାବେ ସେ ଚତୁର୍ଥ ଥର ପାଇଁ ସାଂସଦ ହୋଇଥିବା ବେଳେ ଆଜିଯାଏ କୌଣସି ଆଖିଦୃଶିଆ ପ୍ରକଲ୍ପ ଆରମ୍ଭ କରିବାକୁ ସଫଳ ହୋଇନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ସାଂସଦ ମଧ୍ୟ ବିଜେପି ଦଳରୁ ରହିଥିବା ବେଳେ ସେ କେନ୍ଦ୍ରରେ ନିଜ ଅଂଚଳର ସମସ୍ୟା ସମାଧାନ କରିବା କିମ୍ବା ବଲାଙ୍ଗିରରେ କୌଣସି ପ୍ରକଲ୍ପ ଭେଟି ଦେଇନାହାନ୍ତି । ଗତ ୨୦୨୧ ଅଗଷ୍ଟ ୨୨ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବ କଂଟାବାଞ୍ଜି ଆସିଥିଲେ । ଏହି ସମୟରେ କଂଟାବାଞ୍ଜି ସହରବାସି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ୫୦ରୁ ଉର୍ଦ୍ଧ ସମାଜସେବି, ସ୍ୱେଚ୍ଛାସେବୀ ସଂଗଠନ କଂଟାବାଞ୍ଜିରେ ଖାଲି ପଡିଥିବା ଜମି ଉପରେ କୌଣସି ପ୍ରକଲ୍ପ କରିବାକୁ ଦାବି କରିଥିଲେ । ହେଲେ ଆଜିଯାଏ କୌଣସି ପ୍ରକଲ୍ପର ଦେଖାନାହିଁ କିଁ ପ୍ରସ୍ତାବିତ ପ୍ରକଲ୍ପର ରେଳ ବଜେଟରେ ଅନୁମୋଦନ ମିଲିଲାନାହିଁ । ବର୍ତମାନ ସମୟରେ ୧୪ ବର୍ଷ ପୁରୁଣା ଦାବି ଅର୍ଥାତ କଂଟାବାଞ୍ଜିରୁ ଇସ୍ପାତ ଟ୍ରେନ ଚାଲିବା ସ୍ୱପ୍ନ ପୁରଣ ହୋଇଛି । ନିଶ୍ଚିତ ଭାବେ ଏହା କଂଟାବାଞ୍ଜି ସହରବାସୀଙ୍କ ପାଇଁ  ଖୁସିର ଖବର । ହେଲେ ସେହି ଆଶା ବି ଏବେ ଆଶାରେ ରହିଯାଇଛି lବର୍ତମାନ  ସମୟରେ ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନିରେ କଲାହାଣ୍ଡିରେ ରେଲଡବା କାରଖାନା ପାଇଁ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଲାଣି ବୋଲି ସୁଚନା ଦେଇଛନ୍ତି । ରାଜ୍ୟ ସରକାର ସଂପୁର୍ଣ୍ଣ ଜମି ଅଧିଗ୍ରହଣ କରି ହସ୍ତାନ୍ତର କଲେ  କାମ ଆରମ୍ଭ ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି । ତେବେ କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ରେଳମନ୍ତ୍ରୀଙ୍କୁ କଡା ଜବାଜ ଦେଇଛନ୍ତି । ରେଳଡବା କାରଖାନା ସତରେ ଯଦି ତିଆରି କରିବା କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଛି ତେବେ ଜମି ପାଇଁ ବିଲମ୍ବ ନକରି କଂଟାବାଞ୍ଜିରେ ଖାଲି ପଡିଥିବା ୭୦୦ ଏକର ଜମିରେ କାରଖାନା କାମ ଆରମ୍ଭ କରନ୍ତୁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ  ରେଳଡବା କାରଖାନା   ପାଇଁ ଜମି ଅଧିଗ୍ରହଣ କରାଯାଉଥିବା ରେଳମନ୍ତ୍ରୀ କହିବା ପରେ ଦିର୍ଘ ୭୦ ବର୍ଷରୁ ରେଳବାଇର ଶହ ଶହ ଜମି ଖାଲି ପଡିଥିବା ବେଳେ ସେହି ଜମି ଉପରେ କାହିକିଁ ରେଳମନ୍ତ୍ରୀ ରେଲଡବା କାରଖାନା ପାଇଁ କାର୍ଯ୍ୟକରୁନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ ପାଉଛି । 

ସେମାନେ ଯାହା କହନ୍ତି

ହାଜି ମହମ୍ମଦ ଆୟୁବ ଖାଁ(ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସଂପାଦକ) 

ଦୀର୍ଘ ଦିନର ଦାବି ଇସ୍ପାତ ଟ୍ରେନ କଂଟାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରଣ କରିଥିବାରୁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଶିଲ୍ପ ବିହିନ ବଲାଙ୍ଗିର ଜିଲ୍ଲାରେ କଂଟାବାଞ୍ଜିରେ ଖାଲି ପଡିଥିବା ଜମିରେ କୌଣସି ରେଳବାଇ ର ପ୍ରକଲ୍ପ ଲଗାଇିଲେ ଏହି ଅଂଚଳର ଆର୍ଥିକ ସୁଧାର ହେବା ସହ ଦାଦନ ସମସ୍ୟା ଦୁର ହେବା । ସିକନ୍ଦରାବାଦ ରୁ ରାୟପୁର ଚାଲୁଥିବା ଟ୍ରେନ ଟିଟିଲାଗଡ ଯାଏ ସଂପ୍ରସାରଣ, ବିଶାଖାପାଟଣା ରୁ ବନାରସ ଯାଏ ସିଧା ସଲଖ ଟ୍ରେନ ଚଲେଇବା ପାଇଁ ରେଳମନ୍ତ୍ରିଙ୍କୁ ଦାବି କରେ । 
ଆଶିଷ ଖଇତାନ ( ରେଳ ଉପୋଭୋକ୍ତା ସଂଘ ବରିଷ୍ଠ ସଦସ୍ୟ)

– କଂଟାବାଞ୍ଜିରେ ରେଳବାଇ ୭୦୦ ଏକର ଜମି ଖାଲି ପଡିଛି । ଅନେକ ସମୟରେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଲ୍ପ ପାଇଁ ଜମି ଚିହ୍ନଟ ହୋଇଛି କିନ୍ତୁ କୌଣସି ପ୍ରକଲ୍ପ ଆରମ୍ଭ ହୋଇନାହିଁ । ରେଳମନ୍ତ୍ରୀ କଂଟାବାଞ୍ଜିରେ ଖାଲି ପଡିଥିବା ଜମି ଉପରେ କୌଣସି ବୃହତ ପ୍ରକଲ୍ପ ତିଆରି କରାଯାଉ । ଯାହା ଦ୍ୱାରା ଏହି ଅଂଚଳର ଲୋକ ଏଠି ରହି କାମ କରି ନିଜର ପରିବାର ଚଲେଇ ପାରିବେ । କୌଣସି ଲୋକଙ୍କୁ ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଜିବାକୁ ପଡିବ ନାହିଁ ।  


ଅନିଲ ଅଗ୍ରୱାଲ ( ଚ୍ୟାମ୍ବର ଅପ୍ କମର୍ସ) – କଂଟାବାଞ୍ଜିରେ ଇସ୍ପାତ ଟ୍ରେନ ଚାଲିବ । ନିଶ୍ଚିତ ଭାବେ ଏହା କଂଟାବାଞ୍ଜି ସହରବାସୀଙ୍କ ଖୁସିର ଖବର । କେନ୍ଦ୍ର ରେଳମନ୍ତ୍ରୀ ଏବଂ ବଲାଙ୍ଗିର ସାଂସଦଙ୍କୁ ଆନ୍ତରିକତାରୁ ଧନ୍ୟବାଦ ଦେଉଛି । କିନ୍ତୁ ରେଳବାଇର ୭୦୦ ଏକର ଜମି ଥିବା ବେଳେ କଲାହାଣ୍ଡିରେ ରେଳଡବା କାରଖାନା ହେବା ଠିକ ନୁହେଁ । କଲାହାଣ୍ଡିରେ ଜମି କିଣିବାକୁ ପଡୁଛି । ହେଲେ କଂଟାବାଞ୍ଜିରେ ରେଳବାଇର ନିଜସ୍ୱ ଜମି ଥାଇ ମଧ୍ୟ କଂଟାବାଞ୍ଜି ପ୍ରତି ଉପେକ୍ଷା ଠିକ ହେଉନାହିଁ ।


News Comment




Photo in News

Advertisment
Lastest News
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026

You Might Also Like