-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ଟିଟିଲାଗଡ,(ସନ୍ତୋଷ କୁମାର ନାଏକ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଧାରଣଙ୍କୁ କିଭଳି ପକ୍କା ଛାତ ଘର ନିର୍ମାଣ କରାଯିବ ତଥା ଯୋଜନା ମୁତାବକ ଧାର୍ଯ୍ୟ ମୂଲ୍ୟର ସହାୟତା ଯୋଗାଇ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହି ଅନୁଦାନ ରାଶି ଯୋଗାଇ ଦେଇ ଗରିବ ତଥା ଭୂମିହୀନ ଲୋକ ଥଇଥାନ ବ୍ୟବସ୍ଥା ର ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ କର୍ମଚାରୀଙ୍କ ମନୋମୁଖୀ ଭାବେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ନଜର କୁ ଆସିଛି । ପ୍ରକାଶ ଯେ, ଟିଟିଲାଗଡ଼ ଉପଜିଲ୍ଲାପାଳ ସ୍ଥାନୀୟ ପୌରପରିଷଦ ଅଧିକାରୀ ଭାବେ ଦାୟିତ୍ୱରତ ଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ୧୩ ନମ୍ବର ୱାର୍ଡ ର ଜଣେ ମହିଳା କର୍ମଚାରୀ ଓ ତାଙ୍କ ସ୍ୱାମୀ ମିଶି ଟିଟିଲାଗଡ଼ ଉପଖଣ୍ଡ ସହ ଟିଟିଲାଗଡ଼ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ବହୁ ସଂଖ୍ୟକ ଗରିବ ଶ୍ରେଣୀ ର ଲୋକଙ୍କ ନିକଟରୁ ମୋଟା ଅଙ୍କ ର ଅର୍ଥ ଆଦାୟ ବେଆଇନ ଭାବେ କରିବା ସତ୍ୱେ କେବଳ ଦିନ ଗଡେଇ ଦେଇଥିବା ଟଙ୍କା ମଧ୍ୟ ଫେରସ୍ତ ନ କରୁଥିବା ନେଇ ପ୍ରାୟ ୨୭ ଜଣ ହିତାଧିକାରୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେହିପରି ଯେଉଁ ହିତାଧିକାରୀଙ୍କ ନିମନ୍ତେ ସହରାଞ୍ଚଳରେ ୨ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ ବଦଳରେ ଜାଣିଶୁଣି ଅର୍ଥ ଲୋଭରେ ନା ନା ଆଳରେ ଦିନ ଗଡେଇ ମୋଟା ଅଙ୍କ ର ଅର୍ଥ ନିଜେ ହଡପ କରି ଜାଲ ସ୍ଵାକ୍ଷର ହିତାଧିକାରୀଙ୍କ କରି ଅନ ଲାଇନ ରେ ତୃଟି ପୂର୍ଣ୍ଣ କାଗଜପତ୍ର ଦାଖଲ କରିବା ପରି ଗୁରୁତର ଅଭିଯୋଗ ହୋଇଛି । ଏ ନେଇ ଠକେଇ ର ଶିକାର ହୋଇ ଆସିଥିବା ସମସ୍ତ ଉପଯୁକ୍ତ ହିତାଧିକାରୀ ଙ୍କୁ କିପରି ତାଙ୍କ ଟଙ୍କା ଫେରସ୍ତ ମିଳିବ ତଥା ଉକ୍ତ ଯୋଜନାର ସଠିକ କାର୍ଯ୍ୟକାରିତା ହୋଇ ସାଧାରଣ ଲୋକ ଉପକୃତ ହେବେ ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହୋଇଛି ।