-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ବଲାଙ୍ଗିର // ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ କ୍ରୀଡା ସଂଗଠକ ତଥା ସମାଜସେବୀ ସୁମନ୍ତ ଭୋଇ(୫୮)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି । ନିଜର ମିଷ୍ଟଭାଷୀ ଏବଂ ଶାନ୍ତଶିଷ୍ଟ ସ୍ୱଭାବ ଯୋଗୁଁ ସେ ଥିଲେ ସମସ୍ତଙ୍କର ପ୍ରିୟ ସୁମନ୍ତ ଦାଦା । ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ର ପୂର୍ବତନ ସମ୍ପାଦକ ଭବରେ ଶ୍ରୀ ଭୋଇ ସଂଘ ର ବିକାଶ ଦିଗରେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ l ବଲାଙ୍ଗିର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵର୍ଗତ ଭୋଇଙ୍କ ରୁଗୁଡି ପଡା ସ୍ଥିତ ବାସଭବନରେ ଶ୍ରୀ ଭୋଇଙ୍କ ମରଶରୀର ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ସ୍ଵର୍ଗତ ଭୋଇ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ l ଜଣେ ଭଲ କ୍ରିକେଟ ଖେଳାଳି ଭବରେ ଶ୍ରୀ ଭୋଇ ସବୁ ଦିନ ମନେ ରହିବେ l ବଲାଙ୍ଗିର ମାଟି ଆଜି ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି । ଅସମୟରେ ତାଙ୍କର ଏପରି ବିୟୋଗ ଯୋଗୁଁ ସାରା ସହର ଭିତରେ ଶୋକର ଛାୟା ଖେଲିଯାଇଛି ।ଶ୍ରୀ ଭୋଇ ଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ହରି ନାରାୟଣ ପୂଜାରୀ, ଘରୋଇ ବସ ମାଲିକ ସଂଘ ର ସଭାପତି ହେମନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି