-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ): ଗୋଟେ ସମୟ ଥିଲା କଣ୍ଟାବାଞ୍ଜି ତୁରେକେଲା ବ୍ଲକ ମୂଲ୍ୟବାନ ଶାଗୁଆନ ଗଛରେ ଭରି ରହିଥିଲା।ଜଙ୍ଗଲ ଏତେ ମାତ୍ରାରେ ଥିଲା ଯେ ସେଠି ସମସ୍ତ ପ୍ରକାରର ପଶୁ ପକ୍ଷୀ ଦେଖିବାକୁ ମିଳୁଥିଲେ । ହଜାର ହଜାର ଶାଗୁଆନ ଗଛ ରେ ଭରି ରହିଥିଲା ପୁରା ଜଙ୍ଗଲ ,କିନ୍ତୁ କିଛି ବର୍ଷ ହେଲା ଜଙ୍ଗଲ ବିଭାଗ ର ଅପାରଗତା ଯୋଗୁଁ ଏବେ ସେଇ ଜଙ୍ଗଲ ଗଛ ଶୂନ୍ୟ । କାଠ ମାଫିଆ ମାନେ ଦିନକୁ ଦିନ କେତେକ ଜଙ୍ଗଲ ବିଭାଗ ର ଅଧିକାରୀ ଙ୍କ ସହ ମିଶି ସମସ୍ତ ମୂଲ୍ୟବାନ ଶାଗୁଆନ ଗଛ ସଫା କରିସାରିଲେ । ଶୁଣିବାକୁ ମିଳେ ଯେ କଣ୍ଟାବାଞ୍ଜି ତୁରେକେଲା ବ୍ଲକ ଅଧୀନରେ ଥିବା ଜଙ୍ଗଲ ର ଶାଗୁଆନ ଗଛର ମୂଲ୍ୟ ବହୁତ ବେଶି। ସେଇଥି ପାଇଁ ଦିନକୁ ଦିନ ବାହାରିଛନ୍ତି ଅନେକ କାଠ ମାଫିଆ। କେତେକ ବନବିଭାଗର କର୍ମଚାରୀଙ୍କ ପ୍ରରୋଚନାରେ କାଠ ମାଫିଆ ମାନେ ଶାଗୁଆନ ଗଛ ଗୁଡିକୁ ସ୍ପଷ୍ଟ ଦିବାଲୋକରେ କାଟି ଲୁଟି ନେଉଥିଲେ ହେଁ ବନବିଭାଗ କର୍ତ୍ତୃପକ୍ଷ ସବୁ ଦେଖି କିଛି ନ ଦେଖିଲା ଭଳି ନିରବ ରହୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଝିରେ ମଝିରେ ନିଜର ଭୁଲକୁ ଲୁଚେଇବା ପାଇଁ ନାମକୁ ମାତ୍ର ରେଡ଼ ହଉଛି ଯାହାର ଖବର କାଠ ମାଫିଆମାନେ ଆଗରୁ ଜାଣି ରଖୁଛନ୍ତି ଯେ କେବେ ରେଡ଼ ହେବ , ରେଡ଼ ହେବା ଆଗରୁ ସବୁ କାଠ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦେଉଛନ୍ତି। ନାମକୁ ମାତ୍ର କିଛି କାଠ ଜବତ କରି କେସ ରୁଜୁ କରୁଛନ୍ତି। ଯେତେ ବଡ ବଡ କାଠ ମାଫିଆ ସବୁ ଖୁଲା ବୁଲୁଛନ୍ତି । କେସ ରୁଜୁ ହେଇଛି କେବଳ ଗରିବ ଖଟିଖିଆ ମାନଙ୍କ ଉପରେ । ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଗଛ ବଡ଼ ହେଲା ମାତ୍ରେ କାଠ ମାଫିଆ ମାନେ ଗଛ ସବୁ କାଟି ନେଇ ଯାଉଛନ୍ତି। କିଏ ଗଛ ସବୁ କାଟୁଛି, ବନ ବିଭାଗର ନାକ ତଳେ କେତୋଟି ବେଆଇନ କାଠ କାରଖାନା ରହିଛି ସବୁ ଜାଣି ବି ଅଜଣା ବନବିଭାଗ କର୍ତ୍ତୃପକ୍ଷ। କିଛି ବର୍ଷ ଆଗରୁ କଣ୍ଟାବାଞ୍ଜି ୱାର୍ଡ ନମ୍ବର -୧୫ ରେ ଅନେକ ଗୁଡିଏ ମୂଲ୍ୟବାନ ଶାଗୁଆନ ଗଛ ଲଗା ହେଇଥିଲା । ୱାର୍ଡ ନମ୍ବର - ୧୪ ରେ ରହିଛି ବନବିଭାଗ ର ଅଫିସ କିନ୍ତୁ ଗଛ ସବୁ ବଡ ହେବା ଆଗରୁ ସବୁ ଗଛ କାଟି ମାଫିଆ ମାନେ ନେଇ ଯାଇଥିଲେ । ଏବେ ପୁଣି ଗଛ ସବୁଦିନକୁ ଦିନ ବଡ଼ ହେବାରେ ଲାଗିଛି , କାଠ ମାଫିଆ ମାନେ ସକ୍ରିୟ ଅଛନ୍ତି ବନବିଭାଗ ଅଫିସରୁ ମାତ୍ର କିଛି ବାଟ ଦୂରରେ ଥିବା ଗଛ ସବୁ କେମିତି ଚୋରି ହେଉଛି ବୋଲି ଜନ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।