-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ବଲାଙ୍ଗୀର(ପ୍ରେରଣା ଖବର) : ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞଳି ଅର୍ପଣ କରାଯାଇଛି । ଗାନ୍ଧୀଙ୍କୁ ହତ୍ୟା କରାଯାଇପାରେ କିନ୍ତୁ ଗାନ୍ଧୀ ବିଚାରକୁ ହତ୍ୟା କରାଯାଇ ପାରିବ ନାହିଁ ବୋଲି ଉପସ୍ଥିତ ବକ୍ତାଗଣ ମତଦେଇଥିଲେ । ସ୍ଥାନୀୟ ଗାନ୍ଧୀଭବନ ସାମନାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିଠାରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବ ଓ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର,ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ନାଗରିକ କମିଟିର ଗୋପଭୂଷଣ ନାଥ,ମନୋରଂଜନ ପୁରୋହିତ,ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ରଥ, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ପ୍ରେସ କ୍ଲବର ସଭାପତି ଅରୁଣ ମିଶ୍ର,ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର କୁଳମଣି ସାହୁ, ପରିବେଶ କର୍ମୀ ଅର୍ଜୁନ ସାହୁ, ରେଡକ୍ରସ ସୋସାଇଟିର ସାଧନ କର୍ମୀ ରାମନାରାୟଣ ଦାସ, ରବିଚନ୍ଦ୍ର ପଶାୟତ, ରଞ୍ଜିତ ମିଶ୍ର, ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ପ୍ରଶାନ୍ତ ମହାକୁର ପ୍ରମୁଖ ଯୋଗ ଦେଇଥିଲେ । ଗାନ୍ଧୀଙ୍କୁ ନେଇ କୌଣସି ବିବାଦକୁ ଗ୍ରହଣ କରାଯାଇ ପାରେନା । ତାଙ୍କୁ ଯେଭଳି ଭାବରେ ସ୍ବାଧିନତା ପରେ ପରେ ଗୁଳିକରି ହତ୍ୟା କରାଗଲା ତାହା ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି ମତ ପ୍ରକାଶ ପାଇଥିଲା ।